ETV Bharat / bharat

ସିଏମ ଫଣ୍ଡକୁ 1 କୋଟି ଦେଲା ତାମିଲନାଡୁ କଂଗ୍ରେସ, କହିଲା ଏହା ଶ୍ରମିକଙ୍କ ଭଡା

author img

By

Published : May 4, 2020, 7:07 PM IST

ତାମିଲନାଡୁ କଂଗ୍ରେସ ରାଜ୍ୟ ସରକାରଙ୍କୁ ଏକ କୋଟି ଟଙ୍କା ଦେଇଛି । ତାମିଲନାଡୁ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛି ଯେ ଏହି ପାଣ୍ଠି ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ଭଡା ପାଇଁ ବ୍ୟବହାର କରାଯାଉ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ତାମିଲନାଡୁ କଂଗ୍ରେସର ସିଏମ ଫଣ୍ଡକୁ 1 କୋଟି ଦାନ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ଟ୍ରେନ୍ ଭଡା ଯୋଗାଇଦେବା କଥା କହିବା ପରେ ତାମିଲନାଡୁ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଏକ କୋଟି ଟଙ୍କା ଦେଇଛି । ତାମିଲନାଡୁ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛି ଯେ ଏହି ପାଣ୍ଠି ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ଭଡା ପାଇଁ ବ୍ୟବହାର କରାଯାଉ ।

କଂଗ୍ରେସ ଏକ ବଡ଼ ନିଷ୍ପତ୍ତି ନେଇଛି, ଯେଉଁଥିରେ ସୋନିଆ ଗାନ୍ଧୀ ସମସ୍ତ ରାଜ୍ୟ ୟୁନିଟକୁ ଶ୍ରମିକମାନଙ୍କ ଖର୍ଚ୍ଚ ବହନ କରିବାକୁ କହିଛନ୍ତି । କେବଳ ଏତିକି ନୁହେଁ କଂଗ୍ରେସ ମଧ୍ୟ ଏହି ଅଭିଯାନକୁ ଏକ ଜନ ଆନ୍ଦୋଳନର ରୂପ ଦେବାକୁ ଚେଷ୍ଟା କରୁଛି ।

ସୋନିଆ ଗାନ୍ଧୀଙ୍କ ନିଷ୍ପତ୍ତି ପରେ ଅଲ ଇଣ୍ଡିଆ କଂଗ୍ରେସ କମିଟିର କୋଷାଧ୍ୟକ୍ଷ ଅହମ୍ମଦ ପଟେଲ ଏହି ପ୍ରସଙ୍ଗରେ ଟ୍ବିଟ୍ କରିଛନ୍ତି । ଅହମ୍ମଦ ପଟେଲ ତାଙ୍କ ଟ୍ବିଟରେ ଲେଖିଛନ୍ତି ଯେ କଂଗ୍ରେସ ସଭାପତିଙ୍କ କୋଷାଧ୍ୟକ୍ଷ ଭାବରେ ମୁଁ ସମସ୍ତ ରାଜ୍ୟ କଂଗ୍ରେସ ୟୁନିଟକୁ ନିବେଦନ କରୁଛି ଯେ ପ୍ରବାସୀ ଶ୍ରମିକଙ୍କ ଟିକେଟ୍ ଖର୍ଚ୍ଚ ପାଇବାକୁ ଦଳ ସମସ୍ତ ପ୍ରକାର ଉଦ୍ୟମ କରୁ । ଯାହା ଦ୍ବାରା ସେମାନେ ନିଜ ଘରକୁ ଫେରି ଯାଇପାରିବେ । ଏହା ସହିତ ଅହମ୍ମଦ ପଟେଲ କଂଗ୍ରେସର ରାଜ୍ୟ ୟୁନିଟମାନଙ୍କୁ କହିଛନ୍ତି ଯେ ଏହି ପଦକ୍ଷେପ ଏକ ଜନ ଆନ୍ଦୋଳନ କରାଯାଉ । ଯଦି କୌଣସି ସାହାଯ୍ୟ ଆବଶ୍ୟକ ହୁଏ ତେବେ କଂଗ୍ରେସ ମୁଖ୍ୟାଳୟ ସହିତ ଯୋଗାଯୋଗ କରନ୍ତୁ ।

କଂଗ୍ରେସ ଦଳର ଏହି ପଦକ୍ଷେପ ଶ୍ରମିକମାନଙ୍କ ପାଇଁ ଏକ ବଡ଼ ଆରାମ ବୋଲି କୁହାଯାଉଥିବା ବେଳେ ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଉଥିବା କୁହାଯାଉଛି । ସୂଚନା ଥାଉକି ଲକଡାଉନ ଜାରି ହେବା ପରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକମାନଙ୍କୁ ଘରକୁ ଯିବାକୁ ଅନୁମତି ଦେବା ସହିତ ଏକ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରିଛନ୍ତି । ହେଲେ ଶ୍ରମିକଙ୍କ ପାଖରୁ କେନ୍ଦ୍ର ସରକାର ଟ୍ରନ ଟାକେଟ ମଧ୍ୟ ନେଉଛନ୍ତି । ଯାହାକୁ ବିରୋଧ କରୁଛନ୍ତି ରାଜ୍ୟର ବିଭିନ୍ନ ବିରୋଧୀ ଦଳ ।

ସେପଟେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବାଗେଲ ଏ ଘଟଣାକୁ ନେଇ ଖୋଲାଖୋଲି ବିରୋଧ କରିଛନ୍ତି। ବାଗେଲଙ୍କ ବ୍ୟତୀତ ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଅଖିଳେଶ ଯାଦବ ମଧ୍ୟ ଶ୍ରମିକଙ୍କ ଭଡା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.