ETV Bharat / bharat

ତାମିଲନାଡୁ ବିଧାନସଭା ନିର୍ବାଚନ 2021: ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ AIDMK

2021 ବିଧାନସଭା ନିର୍ବାଚନ ପାଇଁ ନିଜ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରେ ଏଆଇଡିଏମକେ । ଅଧିକ ପଢନ୍ତୁ...

author img

By

Published : Oct 7, 2020, 10:25 AM IST

ତାମିଲନାଡୁ ବିଧାନସଭା ନିର୍ବାଚନ 2021: ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ଏଆଇଡିଏମକେ

ଚେନ୍ନାଇ: 2021 ବିଧାନସଭା ନିର୍ବାଚନ ପାଇଁ ଆଜି ନିଜ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରେ ଏଆଇଡିଏମକେ (ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନ୍ନେତ୍ରା କାଝଗାମ) । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କେ ପାଲାନିସ୍ବାମୀ କିମ୍ବା ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭମ୍‌ଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦଳ ଘୋଷଣା କରିବା ନେଇ ଚର୍ଚ୍ଚା ହେଉଛି ।

ଯେଉଁଥିଲାଗି ଚେନ୍ନାଇ ସ୍ଥିତ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ଦଳୀୟ କର୍ମୀଙ୍କ ଭିଡ ଦେଖିବାକୁ ମିଳିଛି । ସୂଚନାଥାଉକି, ସେପ୍ଟେମ୍ବର 28 ତାରିଖରେ ହୋଇଥିବା ଦଳର କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ବକୁ ନେଇ ପ୍ରାୟ 5 ଘଣ୍ଟା ଧରି ଆଲୋଚନା କରାଯାଇଥିବା ସୂଚନା ମିଳିଛି ।

ବୈଠକରେ ଦୁଇ ନେତାଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଚର୍ଚ୍ଚା ଚାଲିଥିବା କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.