ETV Bharat / bharat

ଶ୍ବଶୁରଙ୍କ ସ୍ବାବ୍ ନମୂନା ଗାଏବ୍ ପରେ ଚିନ୍ତାରେ ଜ୍ଵାଇଁ, ତବଲିଗ୍ ଜମାତ୍ ନେତା ସମାଲୋଚିତ !

ଏଵେ ପୁଣିଥରେ ସମାଲୋଚନାର ଶିକାର ହୋଇଛନ୍ତି, ତବଲିଗି ଜମାତ ନେତା ମୌଲାନା ସାଦ୍ କାନ୍ଦାଲଭି। ତାଙ୍କ ଶ୍ୱଶୁର ମୌଲାନା ସଲମାନଙ୍କ କୋରୋନା ଭାଇରସ ପରୀକ୍ଷା ପାଇଁ ନିଆଯାଇ ଥିବା ସ୍ଵାବ୍ ନମୂନା କେଉଁ ଆଡେ ଗାଏଵ୍ ହୋଇଯାଇଛି।

author img

By

Published : May 8, 2020, 12:19 PM IST

covid-19-  samples-go-missing
ଶ୍ବଶୁରଙ୍କ ସ୍ବାବ୍ ନମୂନା ଗାଏବ୍ ପରେ ଚିନ୍ତାରେ ଜ୍ଵାଇଁ, ତବଲିଗ୍ ଜମାତ୍ ନେତା ସମାଲୋଚନାର ଶିକାର !

ନୂଆଦିଲ୍ଲୀ: ଏଵେ ପୁଣିଥରେ ସମାଲୋଚନାର ଶିକାର ହୋଇଛନ୍ତି, ତବଲିଗି ଜମାତ ନେତା ମୌଲାନା ସାଦ୍ କାନ୍ଦାଲଭି। ତାଙ୍କ ଶ୍ୱଶୁର ମୌଲାନା ସଲମାନଙ୍କ କୋରୋନା ଭାଇରସ ପରୀକ୍ଷା ପାଇଁ ନିଆଯାଇ ଥିବା ସ୍ଵାବ୍ ନମୂନା କେଉଁ ଆଡେ ଗାଏଵ୍ ହୋଇଯାଇଛି। ପରୀକ୍ଷା ପାଇଁ ମୌଲାନା ସଲମାନଙ୍କୁ ପୁଣିଥରେ ତାଙ୍କ ସ୍ଵାବ୍ ନମୂନା ଦେବାକୁ ପଡିବ।

ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ), ସାହାରନପୁର ଡାକ୍ତର ବି ଏସ୍ ସୋଡି ନିଶ୍ଚିତ କରିଛନ୍ତି ଯେ, ମୌଲାନା ସଲମାନଙ୍କ ସ୍ଵାବ୍ ନମୂନା ମିଳୁନାହିଁ। ତାଙ୍କ ନମୂନା ସହିତ ଦିଆଯାଇଥିଵା ଅନ୍ୟ 6 ଜଣଙ୍କ ସ୍ଵାଵ୍ ନମୂନା ମଧ୍ୟ ନିଖୋଜ ହୋଇଯାଇଛି। ଡାକ୍ତର ସୋଡି ନିଶ୍ଚିତ କରିଛନ୍ତି ଯେ, ମୌଲାନା ସଲମାନ ଏବଂ ଅନ୍ୟ 6 ଜଣଙ୍କ ନମୁନା ଆଜି ପୁଣି ଥରେ ପରୀକ୍ଷା ପାଇଁ ପଠାଯାଇଛି।

ଉଦଵେଗର ବିଷୟ ଯେ, ଏହାପୂର୍ବରୁ ମୌଲାନା ସାଦ୍ କାନ୍ଦଲାଭି ଏବଂ ତାଙ୍କ ଭାଇ(ସାହାରନପୁର ବାସିନ୍ଦା) ସ୍ବାବ୍ ଟେଷ୍ଟ କରାଯାଇ ଥିଲା। ପଜିଟିଭ୍ ହିଁ ଚିହ୍ନଟ କରାଯାଇଥିଲା। ତବଲିଗି ଜମାତ୍ ନେତା ମୌଲାନା ସାଦ କାନ୍ଦାଲଭି ମାର୍ଚ୍ଚ 2020 ରେ ଦିଲ୍ଲୀର ନିଜାମୁଦ୍ଦିନ ମାର୍କାଜରେ ଧାର୍ମିକ ସମାବେଶର ଆୟୋଜନ ପାଇଁ ଯାଇଥିଲେ। ତବଲିଗି ଜାମାତ ଘଟଣା ସମଗ୍ର ଦେଶରେ କୋଭିଡ୍-19 ମାମଲାରେ ଏକ ବଡ଼ ଧରଣର ସ୍ପାଇକ୍ କରିଥିଲା।

ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ଵାରା ଦାଖଲ ହୋଇଥିବା ଅର୍ଥ ହେରଫେର ମାମଲାରେ ତବଲିଗି ଜମାତ ନେତା ମୌଲାନା ଲାନାସାଦ କାନ୍ଦାଲଭି ଏଵେ ମୁହାଁମୁହିଁ ହୋଇଛନ୍ତି। ଜାମାତ ନେତାଙ୍କ ବିରୋଧରେ ଇଡି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଏକ ଅପରାଧିକ ମାମଲା ମଧ୍ୟ ଦାୟର କରିଛି। ତେଵେ ଶ୍ଵଶୂରଙ୍କ ସ୍ବାବ୍ ନମୂନା ହଜିବା ଘଟଣା ଏଵେ ଦେଶରେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.