ETV Bharat / bharat

CNN-NEWS-18ର ଆକଳନ: ‘ଅବକି ବାର ଫିର ସେ ମୋଦି ସରକାର’

CNN NEWS-18ର ନିର୍ବାଚନୀ ଆକଳନରେ ସର୍ବାଧିକ ଆସନ ସହ ବିଜପି ପାଉଛି ବହୁମତ । ଏନଡିଏ 336 ଆସନ ଅକ୍ତିଆର କରୁଥିବା ବେଳେ ୟୁପିଏକୁ ମିଳିପାରେ 82 ଆସନ । ସର୍ଭେ ରିର୍ପୋଟ ଅନୁଯାଇ ଅନ୍ୟାନ୍ୟ ଦଳ ହାତକୁ ଯାଇପାରେ 124 ଆସନ ।

ଡିଜାଇନ ଫଟୋ
author img

By

Published : May 20, 2019, 4:54 PM IST

Updated : May 20, 2019, 5:40 PM IST

ନୂଆଦିଲ୍ଲୀ: ସରିଛି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ଏଥି ସହିତ ଶେଷ ହୋଇଛି 2019 ଲୋକସଭା ନିର୍ବାଚନ । ତେବେ ରବିବାର ସନ୍ଧ୍ୟାରେ ପ୍ରକାଶ ପାଇଥିବା ବିଭିନ୍ନ ଗଣମାଧ୍ୟମ ସର୍ଭେ ସଂସ୍ଥାର ଏକଜିଟ ପୋଲ ଆକଳନ ହଜାଇଛି ବିରୋଧୀଙ୍କ ନିଦ ।

ପୁଣିଥରେ ଦେଶରେ ମୋଦୀ ମ୍ୟାଜିକ୍ କାମ କରିବା ସହ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବ ବୋଲି ପୂର୍ବାନୁମାନ କରିଛି ସମସ୍ତ ସଂସ୍ଥାର ଏକଜିଟ୍ ପୋଲ ରିପୋର୍ଟ । ହେଲେ ବିରୋଧିଙ୍କ ଅଧିକ ଭୟ ବଢାଇଛି ପ୍ରମୁଖ ଗଣମାଧ୍ୟମ ସଂସ୍ଥା CNN-NEWS18ର ନିର୍ବାଚନୀ ଆକଳନ ।

ସର୍ଭେ ସଂସ୍ଥାର ରିପୋର୍ଟ ମୁତାବକ 2019 ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧିନ ଏନଡିଏ ସରକାରକୁ ମିଳିବାକୁ ଯାଉଛି 336 ଆସନ । ଯଦି ଉକ୍ତ ସଂସ୍ଥାର ଆକଳନ ସତରେ ପରିଣତ ହୁଏ, ତେବେ ମୋଦି ସରକାରର ଏପରି ବିପୁଳ ବିଜୟ ଦେଶର ରାଜନୀତିରେ ସୃଷ୍ଟି କରିବ ନୂଆ ଅଧ୍ୟାୟ । ଯାହା ପୂର୍ବରୁ କେବେ ଦେଶ ଦେଖିନାହିଁ ।

କଂଗ୍ରସ ନେତୃତ୍ବାଧିନ ୟୁପିଏକୁ ବୁଥ୍ ବାହୁଡା ମତ ଅନୁଯାୟୀ ମିଳୁଛି 82 ଲୋକସଭା ଆସନ ଓ ଅନ୍ୟାନ ଦଳକୁ ମିଳୁଛି 124 ଆସନ । ଫଳରେ ଏହି ସଂଖ୍ୟାରେ ସରକାର ଗଢିବା କୌଣସି ଦଳ କିମ୍ବା ମେଣ୍ଟ ପାଇଁ ସମ୍ଭବ ନୁହେଁ । କିନ୍ତୁ କୌଣସି ଗଣମାଧ୍ୟମର ନିର୍ବାଚନୀ ଆକଳନକୁ କଂଗ୍ରସ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ସେପଟେ ଦେଶରେ ପ୍ରଥମଥର ପାଇଁ ବିଜେପି ନେତୃତ୍ବାଧିନ ଏନଡିଏ ସରକାର ଦ୍ବୀତିୟ ଥର ପାଇଁ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବାକୁ ଯାଉଛି ବୋଲି ପ୍ରକାଶ ପାଇଛି ।

sample description
Last Updated : May 20, 2019, 5:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.