ଚେନ୍ନାଇ: ଡିଏମକେରୁ ନିଲମ୍ବିତ ହୋଇଥିବା ନେତା ତଥା ପୂର୍ବତନ ସାଂସଦ କେପି ରାମଲିଙ୍ଗମ୍ ବିଜେପିରେ ଯୋଗଦେଇଛନ୍ତି । ଶନିବାର ଚେନ୍ନାଇରେ ସେ ଭାରତୀୟ ଜନତା ପାର୍ଟିର ହାତ ଧରିଛନ୍ତି ।
ଏହି ଅବସରେ ସେ କହିଛନ୍ତି, ‘ମୁଁ ଆଜି ବିଜେପିରେ ଯୋଗ ଦେଇଛି । ମୁଁ ମୋ ସାରା ଜୀବନ ଦଳର ଉନ୍ନତୀ ଦିଗରେ କାମ କରିବି ।’ ସେହିପରି ପାଖାପାଖି 30 ବର୍ଷ ହେବ ଡିଏମକେ ସହିତ ଥିଲି । ସାତ ଥର ନିର୍ବାଚନ ଲଢିଛି ବୋଲି ସେ କହିଛନ୍ତି ।
ଏହାସହ କୋଭିଡ୍ ସମୟରେ ଡିଏମକେ ସର୍ବଦଳୀୟ ବୈଠକ ଆୟୋଜନ କରିବାକୁ ଚାହିଁଥିଲା । ଯାହାକୁ ମୁଁ ବିରୋଧ କରିଥିଲି । ଫଳରେ ଦଳରୁ ମୋତେ ନିଲମ୍ବିତ କରାଯାଇଥିବା ସେ ଦର୍ଶାଇଛନ୍ତି । ନିଲମ୍ବନ ପରେ ମୁଁ 8 ମାସ ବିତେଇଛି । ଏବେ ବିଜେପିରେ ମିଶିବାରେ ମୋତେ କୌଣସି ଅସୁବିଧା ନାହିଁ ବୋଲି ରାମଲିଙ୍ଗମ କହିଛନ୍ତି ।
ଅନ୍ୟପଟେ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ଭାଇ ଏମକେ ଆଲଗିରି ମଧ୍ୟ ତାଙ୍କ ପଥ ଅନୁକରଣ କରିବେ ବୋଲି ସେ କହିଛନ୍ତି । ମୁଁ ତାଙ୍କ ସହିତ ଭଲ ସମ୍ପର୍କରେ ରହିଛି । ତାଙ୍କୁ ବିଜେପି ଆଡକୁ ଆଣିବା ପାଇଁ ଚେଷ୍ଟା କରିବି ବୋଲି ରାମଲିଙ୍ଗମ କହିଛନ୍ତି ।
ସୂଚନାଥାଉକି, ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାମିଲନାଡୁ ଗସ୍ତରେ ଅଛନ୍ତି ।
@ANI