ନୂଆଦିଲ୍ଲୀ: ଗୁରୁବାର ଗଙ୍ଗା ନଦୀରେ ସୁଷମା ସ୍ବରାଜଙ୍କ ଅସ୍ଥି ବିସର୍ଜିତ । ଲୋତକପୂର୍ଣ୍ଣ ଆଖି, କାନ୍ଦକାନ୍ଦ ମୁହଁରେ ମା' ସୁଷମାଙ୍କ ଅସ୍ଥି ବିସର୍ଜନ କରିଛନ୍ତି ଝିଅ ବାଂଶୁରୀ ସ୍ବରାଜ, ସାଥିରେ ଥିଲେ ସୁଷମାଙ୍କ ସ୍ବାମୀ ସ୍ବରାଜ କୌଶଳ ।
ଗତକାଲି ପଞ୍ଚଭୂତରେ ବିଲୀନ ହୋଇଥିଲା ସୁଷମା ସ୍ବରାଜଙ୍କ ମର ଶରୀର । ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ସହସ୍ରାଧିକ ନେତା, ଜନତା ।
ଜଣେ ସଫଳ ଲୋକପ୍ରିୟ ରାଜନୀତିଜ୍ଞ, ମୁଖ୍ୟମନ୍ତ୍ରୀ, ବର୍ହିବ୍ୟାପାର ମନ୍ତ୍ରୀ ଅନନ୍ୟ ପ୍ରତିଭାର ଅଧିକାରିଣୀଙ୍କୁ ହରାଇ ଦେଶ ମର୍ମାହତ । ଅପୂରଣୀୟ କ୍ଷତି କରି ଇହଧାମରୁ ବିଦାୟ ନେଇଛନ୍ତି ସୁଷମା ସ୍ବରାଜ ।