ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ନିଜ ମଜାଳିଆ ସ୍ବଭାବ ପାଇଁ ପରିଚିତ । ଟ୍ବିଟରରେ ସେ ନିଜର ପ୍ରତିକ୍ରିୟା ଦେବା ଏବଂ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେହିପରି ଏକ ମଜାଦାର ଟ୍ବିଟ୍ ଦେଖିବାକୁ ମିଳିଥିଲା ।
ନିକଟରେ ଜଣେ ଟ୍ବିଟର ବ୍ୟବହାରକାରୀ ସୁଷମା ସ୍ବରାଜଙ୍କୁ ନିଜର ଶାଶୁ ଓ ଶ୍ବଶୁରଙ୍କୁ ଭିସା ଦେବାରେ ସାହାଯ୍ୟ ମାଗିଥିଲେ । ଏହାର ଉତ୍ତରରେ ଟ୍ବିଟ୍ କରି ସୁଷମା କହିଥିଲେ ଯେ ଶ୍ବଶୁର ଘରଲୋକଙ୍କୁ ଭାରତୀୟ ଭିସା ଦେବାରେ ସେ ସାହାଯ୍ୟ କରିବେ । ଏହି ଟ୍ବିଟ୍ରେ ଆଜି ସକାଳେ ସୁଷମାଙ୍କୁ ଜଣେ ଟ୍ବିଟର ବ୍ୟବହାରକାରୀ ଟ୍ବିଟ୍ କରି ଲେଖିଥିଲେ, "ଆପଣ ରାହୁଲ ଗାନ୍ଧୀଙ୍କ ଠାରୁ ମଧ୍ୟ ଅଧିକ ମଜାଳିଆ ସ୍ବଭାବର ଅଟନ୍ତି ।"
You are much more humorous than Rahul Gandhi 😂😂
— Chowkidar Tr👁️lling D😋ddy (@trolling_daddy) April 3, 2019 " class="align-text-top noRightClick twitterSection" data="
">You are much more humorous than Rahul Gandhi 😂😂
— Chowkidar Tr👁️lling D😋ddy (@trolling_daddy) April 3, 2019You are much more humorous than Rahul Gandhi 😂😂
— Chowkidar Tr👁️lling D😋ddy (@trolling_daddy) April 3, 2019
ତେବେ ଏହାର ଉତ୍ତରରେ ସୁଷମା ଟ୍ବିଟ୍ କରି ଲେଖିଥିଲେ, ‘ତାହେଲେ ମୋତେ ମଜାଳିଆ ସ୍ବଭାବ ଛାଡିଦେବା ଉଚିତ ।’ ଏକ ଘଣ୍ଟା ମଧ୍ୟରେ ଏହି ଟ୍ବିଟ୍କୁ 6000 ଲାଇକ୍ ମିଳିବା ସହ 1000 ଜଣ ରିଟ୍ବିଟ୍ କରିଥିଲେ । ଏହି କମେଣ୍ଟର ଅନେକ ଲୋକ ପ୍ରଶଂସା ମଧ୍ୟ କରିଥିଲେ । ସୁଷମା ନିଜ ବାକ୍ ଚତୁରୀ ତଥା ମଜାଳିଆ ଟ୍ବିଟ୍ ପାଇଁ ପ୍ରସିଦ୍ଧ ।
Then I should stop being humorous. https://t.co/9wC3lsbo7Y
— Chowkidar Sushma Swaraj (@SushmaSwaraj) April 3, 2019 " class="align-text-top noRightClick twitterSection" data="
">Then I should stop being humorous. https://t.co/9wC3lsbo7Y
— Chowkidar Sushma Swaraj (@SushmaSwaraj) April 3, 2019Then I should stop being humorous. https://t.co/9wC3lsbo7Y
— Chowkidar Sushma Swaraj (@SushmaSwaraj) April 3, 2019
ପୂର୍ବରୁ ଜଣେ ବ୍ୟବହାରକାରୀ ତାଙ୍କୁ କହିଥିଲେ ଯେ ସୁଷମା ଜଣେ ଚୌକିଦାର ନୁହଁନ୍ତି । ପାସପୋର୍ଟ ପାଇଁ ଅପେକ୍ଷା କରି ସେ ତାଙ୍କ ଚାକିରୀ ହରାଇଥିବା ଉକ୍ତ ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ । ଏହାର ଉତ୍ତରରେ ସୁଷମା କହିଥିଲେ ଯେ ତାରିଫ ପାଇଁ ଧନ୍ୟବାଦ । ଆପଣଙ୍କ ସହ ଆମ ମନ୍ତ୍ରଣାଳୟ ଶୀଘ୍ର ଯୋଗାଯୋଗ କରିବ ।
ଏପରିକି କିଛିଦିନ ପୂର୍ବେ କେତେକ ଟ୍ବିଟର ବ୍ୟବହାରକାରୀ ଲେଖିଥିଲେ ଯେ ସୁଷମାଙ୍କ ବ୍ୟକ୍ତିଗତ ସଚିବ ତାଙ୍କ ଟ୍ବିଟର ଚଲାନ୍ତି । ଏହାର ଉତ୍ତରରେ ସୁଷମା ଲେଖିଥିଲେ ସମସ୍ତେ ନିଶ୍ଚିତ ରୁହନ୍ତୁ । ଏହା ମୁଁ ନିଜେ, ମୋ ଭୂତ ନୁହେଁ । ସବୁଠାରୁ ମଜାଦାର ଉତ୍ତର 2017ରେ ସୁଷମା ଦେଇଥିଲେ ଯେତେବେଳେ ଜଣେ ଲୋକ ପଚାରିଥିଲେ ଯେ ମୁଁ ମଙ୍ଗଳ ଗ୍ରହରେ ଫସିଛି ମଙ୍ଗଳଯାନ 2 କେବେ ଆସିବ ?
ଏହାର ଉତ୍ତର ଦେଇ ସୁଷମା ଲେଖିଥିଲେ ଯେ ଯଦି ବି ଆପଣ ମଙ୍ଗଳ ଗ୍ରହରେ ଫସିଯିବେ, ବୈଦେଶିକ ମନ୍ତ୍ରଣାଳୟ ସେଠାରେ ମଧ୍ୟ ଆପଣଙ୍କ ପାଖରେ ପହଞ୍ଚି ଆପଣଙ୍କୁ ସାହାଯ୍ୟ କରିବ । ଅନେକ ସମୟରେ ସୁଷମାଙ୍କ ଏପରି ମଜାଳିଆ ଅନ୍ଦାଜକୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି ।