ଅମ୍ବାଲା: ପଞ୍ଚଭୂତରେ ଲୀନ ହୋଇ ସାରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ । ଅନେକ ସ୍ମୃତି, ଅନେକ ସମ୍ପର୍କକୁ ଛାଡ଼ି ଯାଇଛନ୍ତି ପଛରେ । ଅକସ୍ମାତ ମୃତ୍ୟୁକୁ କେବଳ ସମ୍ପର୍କୀୟ ନୁହନ୍ତି, ପୁରା ଦେଶ ବିଶ୍ବାସ କରିପାରୁନାହିଁ । ପୁତୁରାଙ୍କ ସ୍ମୃତିରେ ସୁଷମା । ସେପଟେ ପୁତୁରା ହର୍ଷ କହିଛନ୍ତି ମାଉସୀ ମୋ ସ୍ମୃତିର ଏବେବି ଜୀବିତ ଅଛନ୍ତି । ତାଙ୍କର ମୃତ୍ୟୁ ହୋଇନାହିଁ ।
ମହଙ୍ଗା ପିଲା କରୁଥିଲେ ସୁଷମା
ସୁଷମାଙ୍କ ପୁତୁରା ହର୍ଷ କହିଛନ୍ତି ଯେ, ମାଉସୀ ସୁଷମା ତାଙ୍କୁ ମହଙ୍ଗା ପିଲା କହି ଆସୁଥିଲେ । ତାଙ୍କ ପାଇଁ ମାଉସୀ କେଉଁ ଆଡ଼େ ବି ଯାଇନାହାନ୍ତି । ତେବେ ଏତିକି କହିବା ବେଳେ ହର୍ଷ କାନ୍ଦି ପକାଇଥିଲେ ।
ଗାଜର ହାଲୁଓ୍ବା ପ୍ରତି ଥିଲା ଦୁର୍ବଳତା
ସୁଷମାଙ୍କ ଭାଇଙ୍କ ଘରେ କାମ କରୁଥିବା ମହିଳା ଗୁଡ଼ିଆ ମଧ୍ୟ ସୁଷମାଙ୍କ ମୃତ୍ୟୁକୁ ଝୁରି ହେଉଛନ୍ତି । ସେ କହିଛନ୍ତି ସୁଷମାଙ୍କୁ ମୁଁ ଅତି ନିକଟରୁ ଜାଣିଛି ଓ ଦେଖିଛି । ସେଥିପାଇଁ ସେ ବହୁତ ଗର୍ବିତ ଅନୁଭବ କରନ୍ତି ବୋଲି ପ୍ରକାଶ କରିଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି ଗାଜର ହାଲଓ୍ବା ସୁଷମା ଦିଦିଙ୍କୁ ବହୁତ ପସନ୍ଦ ଥିଲା । ସେ ୟେବେ ବି ଏଠାକୁ ଆସୁଥିଲେ ଗାଜର ହାଲୁଓ୍ବା ଖାଇବାକୁ ପସନ୍ଦ କରୁଥିଲେ । ଏହି ହାଲୁଓ୍ବାକୁ ସେ ନିଜେ ପ୍ରସ୍ତୁତ କରୁଥିଲେ ବୋଲି ଗୁଡ଼ିଆ କହିଛନ୍ତି ।