ନୂଆଦିଲ୍ଲୀ: ଖାଲି ହେବ ନାହିଁ ନ୍ୟାଶନାଲ ହେରାଲ୍ଡ ହାଉସ । ଦିଲ୍ଲୀ ହାଇକୋର୍ଟର ଆଦେଶରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟର ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଏସୋସିଏଟେଡ ଜର୍ନଲସ ଲିମିଟେଡ(ଏଜେଏଲ) । କୋର୍ଟ ଏହା ଉପରେ ଶୁଣାଣି କରି ହାଇକୋର୍ଟର ଆଦେଶରେ ଲଗାଇଛନ୍ତି ରୋକ ।
ଏଜେଏଲ ଦ୍ବାରା ୟଙ୍ଗ ଇଣ୍ଡିଆରେ ସେୟାର ଟ୍ରାନ୍ସଫର କରିବା ଓ ଲିଜର ଟ୍ରାନ୍ସଫର କରିବା ମଧ୍ୟରେ ସମାନ୍ତର ଅଛି କି ନାହିଁ ସୁପ୍ରିମକୋର୍ଟକୁ ସମୀକ୍ଷା କରିବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ।
ଏଜେଏଲ ଫେବୃଆରୀ ୨୮ରେ ହାଇକୋର୍ଟର ଆଦେଶ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାରେ ଅନ୍ତିମ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ହେରାଲ୍ଡ ହାଉସ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ଯାଚିକାରେ ଆବେଦନ କରାଯାଇଥିଲା । ଏହାସହ ସହର ବିକାଶ ମନ୍ତ୍ରାଳୟର ନୋଟିସ ଉପରେ ରୋକ ଲଗାଇବା ନେଇ ଯାଚିକାରେ ଉଲ୍ଲେଖ ଥିଲା ।