ETV Bharat / bharat

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: କୋର୍ଟ ପରିସରରେ ବନ୍ଦ ରହିବ ଓକିଲଙ୍କ ଚାମ୍ବର

କୋରୋନା ପାଇଁ ନ୍ୟାୟାଳୟ ଉପରେ କଟକଣା ଲଗାଇଲେ ସର୍ବୋଚ୍ଚ ଅଦାଲତ । କୋର୍ଟ ପରିସରରେ ରହିଥିବା ଓକିଲଙ୍କ ଚାମ୍ବର ବନ୍ଦ ରହିବା ସହ ବ୍ୟକ୍ତିଗତ ଶୁଣାଣି ସ୍ଥଗିତ ରଖିବାକୁ ଦେଲେ ନିର୍ଦ୍ଦେଶ । ଆଗକୁ ପଢନ୍ତୁ..

COVID19
COVID19
author img

By

Published : Mar 23, 2020, 12:33 PM IST

ନୂଆଦିଲ୍ଲୀ: କୋର୍ଟ ପରିସରରେ ଥିବା ଓକିଲଙ୍କ ଚାମ୍ବର ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କୋରୋନା ଜନିତ ଭୟବହତା କାରଣରି ସୁପ୍ରିମକୋର୍ଟ ଏହି ନିଷ୍ପତି ନେଇଛନ୍ତି । ବର୍ତ୍ତମାନ ଦିନକୁ ଦିନ ଏହି ମହାମାରୀ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ନ୍ୟାୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି ମାମଲାର ବ୍ୟକ୍ତିଗତ ଶୁଣାଣି ହୋଇପାରିବ ନାହିଁ । ଆଉ ଯଦି ଜରୁରୀ ମାମଲାର ଆବଶ୍ୟକତା ରହିଥାଏ ତେବେ ତାହାକୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଶୁଣାଣି କରାଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.