ETV Bharat / bharat

ଗୋପନୀୟ ନଥିପତ୍ର ରିପୋର୍ଟ ପ୍ରକାଶ କରିପାରିବେ ଗଣମାଧ୍ୟମ

ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଓ ବିଚାରପତି ସଞ୍ଜୟ କେ କୌଲ ରାଫେଲ ଉପରେ ଶୁଣାଣି ବେଳେ ଗଣମାଧ୍ୟମର ସ୍ବତନ୍ତ୍ରତା ଉପରେ ଗୁରୁତ୍ବାରୋପ କରିଛନ୍ତି । କୌଣସି ଆଇନ ଗଣମାଧ୍ୟମକୁ ଗୋପନୀୟ ନଥିପତ୍ର ପ୍ରକାଶିତ କରିବାକୁ ଅଟକାଇ ପାରିବ ନାହିଁ ବୋଲି କୋର୍ଟ ନିଜ ବକ୍ତବ୍ୟରେ କହିଛନ୍ତି ।

author img

By

Published : Apr 11, 2019, 11:08 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ରାଫେଲ ଚୁକ୍ତିକୁ ନେଇ ସୁପ୍ରିମକୋର୍ଟର ନୂଆ ଆଦେଶ ପରେ ବେଶ ସରଗମର ହୋଇ ଉଠିଛି ଜାତୀୟ ରାଜନୀତି । କୋର୍ଟ ପୁନଃର୍ବିଚାର ଯାଚିକା ଉପରେ ଶୁଣାଣି କରିବାକୁ ସହମତି ବ୍ୟକ୍ତ କରିଛନ୍ତି । ଏହାସହ କୌଣସି ଆଇନ ଗଣମାଧ୍ୟମକୁ ଗୋପନୀୟ ନଥିପତ୍ର ପ୍ରକାଶିତ କରିବାକୁ ଅଟକାଇ ପାରିବ ନାହିଁ ବୋଲି କୋର୍ଟ ନିଜ ବକ୍ତବ୍ୟରେ କହିଛନ୍ତି ।

ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଓ ବିଚାରପତି ସଞ୍ଜୟ କେ କୌଲ ରାଫେଲ ଉପରେ ଶୁଣାଣି ବେଳେ ଗଣମାଧ୍ୟମର ସ୍ବତନ୍ତ୍ରତା ଉପରେ ଗୁରୁତ୍ବାରୋପ କରିଛନ୍ତି । ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ ନା ଭାରତୀୟ ସଂସଦ ଦ୍ବାରା ପ୍ରସ୍ତୁତ କୌଣସି ଆଇନ ଓ ନା ଇଂରେଜ ଦ୍ବାରା ପ୍ରସ୍ତୁତ 'ଅଫିସିଆଲ ସିକ୍ରେଟ ଆକ୍ଟ' ମିଡିଆକୁ କୌଣସି ନଥିପତ୍ର ପ୍ରକାଶିତ କରିବାକୁ ଅଟକାଇ ପାରିବେ । ଏହାସହ ଏହି ନଥିପତ୍ରକୁ କୋର୍ଟ ଗୋପନୀୟ ବୋଲି ସ୍ବୀକାର କରିବେ ନାହିଁ ।

କେନ୍ଦ୍ର ସରକାର ରାଷ୍ଟ୍ରୀୟ ସୁରକ୍ଷା କଥା କହି ସୂଚନା ଅଧିକାର(ଆରଟିଆଇ) ଅନ୍ତର୍ଗତ ମିଳୁଥିବା ତଥ୍ୟ ଦେବାକୁ ମନା ମଧ୍ୟ କରି ପାରିବେ ନାହିଁ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି । ସୂଚନା ମାଗୁଥିବା ବ୍ୟକ୍ତି ନିଜ ତର୍କ ମାଧ୍ୟମରେ ପ୍ରମାଣିତ କରିବାକୁ ପଡିବ ଯେ ଏପରି ସୂଚନା ଲୁଚାଇବା, ସୂଚନା ନ ଦେବା ଠାରୁ ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି କୋର୍ଟ କହିଛନ୍ତି ।

Intro:Body:

ଭୋଟିଂ ବେଳେ ଫୁଟିଲା ଗୁଳି

ଲକ୍ଷ୍ନୌ: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ ପର୍ଯ୍ୟାୟ ମତଦାନରେ ସାମିଲ ହୋଇଛି ଦେଶ । ପ୍ରାୟତଃ ଦେଶରେ ସୁରୁଖୁରୁରେ ଭୋଟ ଗ୍ରହଣ ଚାଲିଥିବା ବେଳେ ଅଶାନ୍ତ ହୋଇଛି ଆନ୍ଧ୍ର ପ୍ରଦେଶ । ସେପଟେ ଉତ୍ତର ପ୍ରଦେଶରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଭୋଟ ଗ୍ରହଣ କେନ୍ଦ୍ରରେ ଫୁଟିଛି ଗୁଳି । ଆଉ ତାହା ପୁଣି ସୁରକ୍ଷାକର୍ମୀଙ୍କୁ ଫାଙ୍କା ଗୁଳି ଚାଳନା କରିବାକୁ ପଡିଛି । 

ଶାମଲି ପୋଲିଂବୁଥରେ ନିର୍ବାଚନୀ ଡ୍ୟୁଟିରେ ଥିବା ବିଏସଏଫ ଯବାନଙ୍କୁ ଗୁଳିମାଡ କରିବାକୁ ପଡିଛି । ବିନା ଭୋଟର ପରିଚୟ ପତ୍ରରେ ଏଠାରେ ମତଦାନ କରିବାକୁ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକେ । ଦାୟିତ୍ବରେ ଥିବା ପୋଲିଂ କର୍ମଚାରୀ ସେମାନଙ୍କୁ ଏଥିପାଇଁ ବାରଣ କରିବା ସତ୍ତ୍ବେ ବି ମାନି ନଥିଲେ ଉକ୍ତ ଲୋକେ । ପରିସ୍ଥିତି ଅଣାୟତ୍ତ ହେବାରୁ ବାଧ୍ୟ ହୋଇ ବିଏସଏଫ ଯବାନ ଫାଙ୍କା ଗୁଳି ଚଳାଇଥିବା କହିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ । 

ଏହି ଘଟଣା ପରେ ସେଠାରେ ମତଦାନକୁ ସ୍ଥଗିତ ରଖାଯାଇଛି ।  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.