ETV Bharat / bharat

ପ୍ରଦୂଷଣ ନିୟନ୍ତ୍ରଣ ମାମଲା: ଚାଷୀଙ୍କୁ କ୍ବିଣ୍ଟାଲ ପିଛା 100 ଟଙ୍କା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Nov 6, 2019, 8:16 PM IST

ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶର ଚାଷୀଙ୍କୁ ଶସ୍ୟ ଅବଶେଷ ନଜଳାଇବା ପାଇଁ କୁଇଣ୍ଟାଲ ପିଛା 100 ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫସଲ ଖୁଣ୍ଟା ଜଳା ମାମଲାରେ ପ୍ରଭାବୀ ଢଙ୍ଗରେ ମୁକାବିଲା କରିବା ପାଇଁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ଲକ୍ଷ୍ନୌ: ଫସଲ ଅମଳ ପରେ କ୍ଷେତରେ ରହିଯାଇଥିବା ଶସ୍ୟ ମୂଳ, ନଡା, ପାଳ ଜଳା ପରେ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର)ରେ ବାୟୁ ପ୍ରଦୂଷଣ ମୁଖ୍ୟ କାରଣ ପାଲଟିଛି । ଶସ୍ୟ ଅବଶେଷ ଜଳା ନିୟନ୍ତ୍ରଣ ମାମଲାରେ ସୁପ୍ରିମକୋର୍ଟ ବାରମ୍ବାର ସମ୍ପୃକ୍ତ ରାଜ୍ୟଙ୍କୁ କଡା ନିର୍ଦ୍ଦେଶ ଦେଉଛନ୍ତି । ଏନେଇ ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶର ଚାଷୀଙ୍କୁ ଶସ୍ୟ ଅବଶେଷ ନଜଳାଇବା ପାଇଁ କୁଇଣ୍ଟାଲ ପିଛା 100 ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଫସଲ ଖୁଣ୍ଟା ଜଳା ମାମଲାରେ ପ୍ରଭାବୀ ଢଙ୍ଗରେ ମୁକାବିଲା କରିବା ପାଇଁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶ ଦେବା ସହ ତାଗିଦ୍‌ କରିଛନ୍ତି ସୁପ୍ରିମକୋର୍ଟ। ପାଣ୍ଠିର ବାହାନା କରି ଚାଷୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନରୁ ବଞ୍ଚିତ ନକରିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶସ୍ୟ ଅବଶେଷ ଜଳାଇବା ମାମଲାରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ଲୋକଙ୍କୁ ପ୍ରଦୂଷଣରେ ମରିବା ପାଇଁ କଣ ଆପଣ ମାନେ ଛାଡି ଦେବାକୁ ଚାହୁଁଛନ୍ତି କି, ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ରାଜ୍ୟ ସରକାର କାହିଁକି ନଡା ଜଳାକୁ ରୋକିବାରେ ବିଫଳ ହୋଇଛନ୍ତି ବୋଲି ପ୍ରଶ୍ନ କରିବା ସହ ରାଜ୍ୟ, ପୋଲିସ୍‌ ଏବଂ ସ୍ଥାନୀୟ ପ୍ରଶାସନକୁ ନଡା ଜଳା ଯେପରି ନହେବ ତାହା ସୁନିଶ୍ଚିତ କରିବା ସକାଶେ କହିଛନ୍ତି । ସେହିପରି ଆଗକୁ ଯଦି ଗୋଟିଏ ବି ନଡା ପୋଡା ଘଟଣା ସମାନାକୁ ଆସେ, ତେବେ ଏଥିପାଇଁ ଗ୍ରାମ ପ୍ରଧାନଙ୍କଠାରୁ ମୁଖ୍ୟ ସଚିବ ପର୍ଯ୍ୟନ୍ତ ଏଥିପାଇଁ ଉତ୍ତରଦାୟୀ ହେବେ ବୋଲି କହିଛନ୍ତି ।

ଏହାସହ ପଞ୍ଜାବ ସରକାରଙ୍କୁ ନିଜ ଦାୟିତ୍ବ ଠିକ୍‌ ଭାବରେ ପାଳନ ନକରୁଥିବାରୁ ଭର୍ତ୍ସନା କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ପଞ୍ଜାବ ସରକାର ଠିକ୍‌ ଭାବରେ ନିଜ ଦାୟିତ୍ବ ସମ୍ପାଦନ କରିବାରେ ଫେଲ୍‌ ହୋଇଥିବା କହିଛନ୍ତି । ଏହାସହ ଜଷ୍ଟିସ ଦୀପକ ମିଶ୍ର ନଡା ଜଳା ଯେପରି ଆଗରୁ ନହେବ ତାହା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.