ETV Bharat / bharat

ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରିବା ପ୍ରସଙ୍ଗ, ଓଡିଶା ସମେତ 4 ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

author img

By

Published : Sep 11, 2020, 3:30 PM IST

Updated : Sep 11, 2020, 3:37 PM IST

ଓଡିଶା, ତେଲେଙ୍ଗାନା, ଦିଲ୍ଲୀ ଓ ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିନଥିବା ଦାବି କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ମାମଲା । ତେବେ ମାମଲାର ଶୁଣାଣି କରି ଏହି 4 ରାଜ୍ୟକୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ...

ଆୟୁଷମାନ ଭାରତ ଯୋଜନା ଲାଗୁ ନକରିବା ପ୍ରସଙ୍ଗ, 4 ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଆୟୁଷ୍ମାନ ଭାରତ ଯୋଜନା । ହେଲେ କିଛି ରାଜ୍ୟ ଦେଶର ଏହି ଲୋକ କଲ୍ୟାଣକାରୀ ଯୋଜନାକୁ ଲାଗୁ କରୁନଥିବା ନେଇ ଅଭିଯୋଗ ହୋଇଛି ।

ଓଡିଶା, ତେଲେଙ୍ଗାନା, ଦିଲ୍ଲୀ ଓ ପଶ୍ଚିମବଙ୍ଗ ଆୟୁଷମାନ ଭାରତ ଯୋଜନା ଲାଗୁ କରିନଥିବା ଦାବି କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ମାମଲା । ତେବେ ମାମଲାର ଶୁଣାଣି କରି ଏହି 4 ରାଜ୍ୟକୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଆୟୁଷ୍ମାନ ଭାରତ ଯୋଜନା ସରକାରଙ୍କ ଏକ ସ୍ବାସ୍ଥ୍ୟ ଯୋଜନା, ଯାହାର ଉଦ୍ଦେଶ୍ୟ ରହିଛି ଯେ ଆର୍ଥିକାଭାବରେ ଦୁର୍ବଳ ଶ୍ରେଣୀଙ୍କୁ ସ୍ବାସ୍ଥ୍ୟ ବୀମା ଯୋଗାଇବା । ଏହି ଯୋଜନା ଅଧିନରେ ଆସୁଥିବା ପ୍ରତ୍ୟେକ ପରିବାରକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଉପଲବ୍ଧ କରାଯିବାର ପ୍ରାବଧାନ ରହିଛି ।

Last Updated : Sep 11, 2020, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.