ETV Bharat / bharat

ରାହୁଲଙ୍କ ନାଗରିକତାକୁ ନେଇ ଦାଖଲ ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ - Supreme Court

ରାହୁଲ ଜଣେ ବ୍ରିଟିଶ ନାଗରିକ ତେଣୁ ତାଙ୍କ ନିର୍ବାଚନ ଲଢିବାକୁ ଅଯୋଗ୍ୟ କରାଯାଉ ବୋଲି ଏକ ଯାଚିକା ଦାଖଲ କରାଯାଇଥିଲା କୋର୍ଟରେ । ଯାହାକୁ ଗୁରୁବାର ଖାରଜ କରିଛନ୍ତି କୋର୍ଟ ।

ଫଟୋ ସୌଜନ୍ୟ: @Congress
author img

By

Published : May 9, 2019, 7:24 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭାରତୀୟ ନାଗରିକତାକୁ ନେଇ କ୍ରମାଗତ ପ୍ରଶ୍ନ ଉଠାଇ ଆସୁଛନ୍ତି ବିରୋଧୀ । ଏହି ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଥରେ ନୁହେଁ ୨ଥର ଦାଖଲ ହୋଇସାରିଛି ଯାଚିକା । ଯାହାକୁ ପ୍ରତିଥର ଖାରଜ କରିଛନ୍ତି ସର୍ବୋଚ୍ଚ କୋର୍ଟ । ରାହୁଲ ଜଣେ ବ୍ରିଟିଶ ନାଗରିକ ତେଣୁ ତାଙ୍କ ନିର୍ବାଚନ ଲଢିବାକୁ ଅଯୋଗ୍ୟ କରାଯାଉ ବୋଲି ଏକ ଯାଚିକା ଦାଖଲ କରାଯାଇଥିଲା । ଯାହାକୁ ଗୁରୁବାର ଖାରଜ କରିଛନ୍ତି କୋର୍ଟ ।

ବ୍ରିଟେନ କମ୍ପାନୀର ଏକ ଦସ୍ତାବିଜରୁ ରାହୁଲଙ୍କ ନାଗରିକତାକୁ ନେଇ ଖୁଲାସା ହୋଇଥିବା ଆବେଦନକାରୀ କୋର୍ଟକୁ କହିଛନ୍ତି । ତେବେ ଏହାର ଉତ୍ତର ମୁଖ୍ୟ ବିଚାରପତି ଭିନ୍ନ ଢଙ୍ଗରେ ଦେଇଛନ୍ତି । ଏକ ଦସ୍ତାବିଜରୁ ରାହୁଲଙ୍କ ନାଗରିକତାର ପରିଚୟ ମିଳେ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ ଆବେଦନକାରୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ।

ଏହି ଯାଚିକା ୟୁନାଇଟେଡ ହିନ୍ଦୁ ଫ୍ରଣ୍ଟ ତରଫରୁ ଜୟଭଗବାନ ଗୋୟଲ ଓ ହିନ୍ଦୁ ଜନସଭା ତରଫରୁ ଚନ୍ଦ୍ର ପ୍ରକାଶ କୌଶିକ ଦାଖଲ କରିଥିଲେ ।

Intro:Body:

ddh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.