ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନେଇଥିବା ପଦକ୍ଷେପରେ ରୋକ ଲଗାଇବା ପାଇଁ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଦ୍ବାରା ସୁପ୍ରିମକୋର୍ଟରେ କରାଯାଇଥିବା ମାମଲାର ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ହୋଲି ଅବକାଶ ପରେ ଏହି ମାମଲାର ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ।
ବିଜୟ ମାଲ୍ୟା ଭାରତରୁ 9ହଜାର କୋଟି ଟଙ୍କା ଋଣ କରି ଇଂଲଣ୍ଡକୁ ପଳାୟନ କରିଥିବା ବେଳେ ବର୍ତ୍ତମାନ ଭାରତକୁ ପ୍ରତ୍ୟାର୍ପଣ କରିବା ପାଇଁ ପଦକ୍ଷେପ ନିଆଯାଇଛି । ସେହିପରି ଇଡି ମାଲ୍ୟାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହା ସହ ତାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା ସହ ତାଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି ନେଇ ପଦକ୍ଷେପ ଗ୍ରହଣ କରିଛି । ଇଡିର ଏହି ପଦକ୍ଷେପରେ ରୋକ ଲଗାଇବା ପାଇଁ ବିଜୟ ମାଲ୍ୟା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ପୂର୍ବରୁ ବମ୍ବେ ହାଇକୋର୍ଟର ଏକ ସ୍ବତନ୍ତ୍ର କୋର୍ଟ ଏହି ମାମଲାର ଶୁଣାଣି କରି ପିଟିସନକୁ ଖାରଜ କରିଛନ୍ତି ।
@ANI