ଲକ୍ଷ୍ନୌ: କୋରୋନା ଭାଇରସର ଏପର୍ଯ୍ୟନ୍ତ ଔଷଧ ବାହାରିନି କି ବାହାରିନି ଭ୍ୟାକ୍ସିନ୍ । କୋରୋନାଠାରୁ ବଞ୍ଚିକି ରହିବାକୁ ହେଲେ ପ୍ରଥମତଃ ସାମାଜିକ ଦୂରତା ରକ୍ଷା କରିବାକୁ ପଡିବ । ତାଛଡା ବଡ଼ ବଡ଼ ବୈଜ୍ଞାନିକଙ୍କ କହିବା କଥା ହେଲା ଶରୀରର ରୋଗ ପ୍ରତିରୋଧକ କ୍ଷମତା ଅଧିକ ଥିଲେ କୋରୋନାକୁ ହରାଇବାର ସମ୍ଭାବନା ଅଛି । ତେବେ ଏହି କୋରୋନାର ଔଷଧକୁ ନେଇ ସମାଜବାଦୀ ପାର୍ଟର ସୁପ୍ରିମୋ ଅଖିଳେଶ ୟାଦବ ବୟାନ ଦେଇଛନ୍ତି । ସେ କହିଛନ୍ତି ସରକାର ଲୋକଙ୍କୁ ମାଗଣାରେ ଚ୍ୟୱନପ୍ରାସ ଦେବା ଉଚିତ ।
ଅଖିଳେଶ ଯାଦବ ଟ୍ବିଟ ଜରିଆରେ କହିଛନ୍ତି, ‘ଚ୍ୟୱନପ୍ରାସ ଏବଂ କାଢା ଲୋକଙ୍କୁ ମାଗଣାରେ ଯୋଗାଇବା ଉଚିତ । ବିଜ୍ଞାନରେ ପ୍ରମାଣିତ ଏହି ଦେଶୀୟ ଔଷଧ କୋରୋନା ସଂକ୍ରମଣକୁ ଦୂର କରିପାରିବ । ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଟିଭିରେ ଦେଖାଉଛନ୍ତି ଯେ ଚ୍ୟୱନପ୍ରାସ ଏବଂ କାଢା ସେବନ କଲେ କୋରୋନାଠୁ ମୁକ୍ତି ମିଳିପାରିବ । ଯଦି ଏହା ସତ୍ୟ ତେବେ ଦେଶର ଏଭଳି ପରିସ୍ଥିତିରେ ଏହି ଉପଚାରକୁ ଲୋକଙ୍କୁ ମାଗଣାରେ ବାଣ୍ଟିବା ଜରୁରୀ । ’
ଲୋକଙ୍କୁ ଯେପରି ‘ଆରୋଗ୍ୟ ସେତୁ’ ପାଇଁ ପ୍ରତ୍ସାହନ କରାଗଲା, ସେହିପରି ଏହି ଆୟୁର୍ବେଦୀକ ଉପଚାର ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ସାହିତ କରାଯିବା ଉଚିତ ବୋଲି କହିଛନ୍ତି ଏସପି ନେତା ଅଖିଳେଷ ଯାଦବ ।