ନୂଆଦିଲ୍ଲୀ: ଇନ୍ଦୋରରୁ ଚାଲିବାକୁ ଥିବା 39ଟି ଟ୍ରେନରେ ଯାତ୍ରୀଙ୍କୁ ମସାଜ ସୁବିଧା ଯୋଗାଇବା ପାଇଁ କିଛି ଦିନ ପୂର୍ବରୁ ଘୋଷଣା କରାଯାଇଥିଲା । ତେବେ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ପ୍ରଥମେ ଇନ୍ଦୋରର ନିବ ନିଯୁକ୍ତ ବିଜେପି ସାଂସଦ ଶଙ୍କର ଲାଲବାନୀ ଏହାକୁ ବରୋଧ କରିଛନ୍ତି । ଆଉ ଏବେ ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ ମଧ୍ୟ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଏନେଇ ସେ ରୋଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।
ସରକାରଙ୍କ ଏହି ନିଷ୍ପତ୍ତି ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଏହା ସହିତ ଏହି ନୀତିଗତ ନିର୍ଣ୍ଣୟକୁ ରେଳ ମନ୍ତ୍ରୀଳୟ କିପରି ସ୍ବୀକୃତି ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ରେଳ ବିଭାଗର ରାଜସ୍ୱ ବୃଦ୍ଧି କରାବକୁ ଟ୍ରେନ୍ରେ ଫୁଟ୍ ଓ ହେଡ୍ ମସାଜ ଦିଆଯିବ ବୋଲ ଘୋଷଣା ହୋଇଥିଲା । ଇନ୍ଦୋରରେ ଯାତ୍ରା କରୁଥିବା ୩୯ ଟ୍ରେନରେ ପ୍ରଥମ ପର୍ଯ୍ୟାୟରେ ଏହି ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଇଥିଲା ।