ETV Bharat / bharat

ଦିଲ୍ଲୀରେ 3 ମାସ ପରେ ପୁଣି ବଢିଲା ବାୟୁ ପ୍ରଦୁଷଣ - ଦିଲ୍ଲୀ

3 ମାସର ବ୍ୟବଧାନ ପରେ ପୁଣିଥରେ ଦିଲ୍ଲୀରେ ବାୟୁର ଗୁଣବତ୍ତା ଖରାପ ସ୍ତରକୁ ଯାଇଛି । ଦିଲ୍ଲୀ ବୈଷୟିକ ବିଶ୍ୱବିଦ୍ୟାଳୟ (ଡିଟିୟୁ) ଅଞ୍ଚଳରେ ସମୁଦାୟ ବାୟୁ ଗୁଣବତ୍ତା କ୍ୟୁବିକ୍ ପିଛା 326 ମାଇକ୍ରୋଗ୍ରାମ୍ ରହିଛି ।

ବାୟୁ ପ୍ରଦୁଷଣ
ବାୟୁ ପ୍ରଦୁଷଣ
author img

By

Published : Jun 29, 2020, 6:58 PM IST

ନୂଆଦିଲ୍ଲୀ: 3 ମାସର ବ୍ୟବଧାନ ପରେ ପୁଣିଥରେ ଦିଲ୍ଲୀରେ ବାୟୁର ଗୁଣବତ୍ତା ଖରାପ ସ୍ତରକୁ ଯାଇଛି । ମାର୍ଚ୍ଚ 25 ତାରିଖରୁ ଦେଶରେ ଲାଗିଥିବା ଲକଡାଉନ ଯୋଗୁଁ ଯାନବାହନ ଚଳାଚଳ ବନ୍ଦ ହେବା ସହ ବିଭିନ୍ନ କଳକାରଖାନା ବନ୍ଦ ରହିଥିଲା । ଯାହା ଫଳରେ ଦିଲ୍ଲୀର ବାୟୁ ଗୁଣବତ୍ତା ଉନ୍ନତ ମାନର ରହିଥିଲା । କିନ୍ତୁ ଲକଡାଉନ କୋହଳ ହେବାପରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) 'ଅତ୍ୟନ୍ତ ଖରାପ ବର୍ଗ'କୁ ଖସି ଆସିଛି।

ତେବେ ଏହାର ଅନ୍ୟ ଏକ ମୁଖ୍ୟ କାରଣ ରାଜସ୍ଥାନରୁ ଆସୁଥିବା ଧୂଳି । ବାୟୁ ଗୁଣବତ୍ତା ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନର ପ୍ରୋଜେକ୍ଟ ନିର୍ଦ୍ଦେଶକ ଗୁଫ୍ରାନ୍ ବେଗ୍ ଏନେଇ କହିଛନ୍ତି, ରାଜସ୍ଥାନରୁ ସାମାନ୍ୟ ଧୂଳି ଯୋଗୁଁ ବାୟୁ ପ୍ରଦୂଷଣରେ ହଠାତ୍ ବୃଦ୍ଧି ଘଟିଛି । ତେବେ ପବନର ଦିଗ ବଦଳୁଛି ଏବଂ ଆର୍ଦ୍ର ବାୟୁ ଆସୁଛି । ତେଣୁ ଆସନ୍ତାକାଲି ସୁଦ୍ଧା ଦିଲ୍ଲୀର ବାୟୁ ଗୁଣବତ୍ତା ଭଲ ହୋଇଯିବ ବୋଲି ସେ କହିଛନ୍ତି ।

ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଦର୍ଶାଉଛି ଯେ, ଦିଲ୍ଲୀ ବୈଷୟିକ ବିଶ୍ୱବିଦ୍ୟାଳୟ (ଡିଟିୟୁ) ଅଞ୍ଚଳରେ ସମୁଦାୟ ବାୟୁ ଗୁଣବତ୍ତା କ୍ୟୁବିକ୍ ପିଛା 326 ମାଇକ୍ରୋଗ୍ରାମ୍ ରହିଛି । ସେହିପରି ନରେଲାରେ 308 ଏବଂ ମୁଣ୍ଡକା ଠାରେ 307 ରହିଛି । ସୋମବାର ଦିନ 1 ଟା ସୁଦ୍ଧା ଦିଲ୍ଲୀର 36 ଟି ଷ୍ଟେସନ ମଧ୍ୟରୁ 30 ଟି ଷ୍ଟେସନରେ ଏକ୍ୟୁଆଇ କ୍ୟୁବିକ୍ ପ୍ରତି 200 ମାଇକ୍ରୋଗ୍ରାମ୍ ଉପରେ ଥିଲା |

ସୂଚନାଯୋଗ୍ୟ ଯେ, ବାୟୁ ଗୁଣବତ୍ତା 0-50 ପରିସର ମଧ୍ୟରେ ରହିଲେ ଭଲ, 51-100 ସନ୍ତୋଷଜନକ, 101-200 ମଧ୍ୟମ, 201-300 ଖରାପ, 301-400 ଅତ୍ୟନ୍ତ ଖରାପ ଏବଂ 400ରୁ ଅଧିକ ରହିଲେ ଗମ୍ଭୀର ବୋଲି ବିବେଚିତ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.