ହାଇଦ୍ରାବାଦ: ବିମାନ ବନ୍ଦରରେ ସୁଦାନର ମହିଳାଙ୍କ ମୃତ୍ୟୁ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ସୁଦାନର 62 ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଛି । ପୋଲିସ ସୂଚନା ଅନୁସାରେ ମହିଳାଙ୍କ ନାମ ହାଇବା ମହମ୍ମଦ ତାହା ଅଲ୍ଲୀ ଏବଂ ସେ ସୁଦାନ ନାଗରିକ ବୋଲି ଜଣାପଡିଛି ।
ବିମାନବନ୍ଦର ଅଧିକାରୀ କହିଛନ୍ତି ସମସ୍ତ ଔପଚାରିକତା ପୂରଣ କରିବା ପରେ ମହିଳା ଜଣକ ବୋର୍ଡିଂ ଗେଟ ନିକଟରେ ହଠାତ ପଡିଯାଇ ମୃତ୍ୟୁ ବରଣ କରିଛନ୍ତି । ମହିଳା ଜଣକ ବଦର ଏୟାରଲାଇନ୍ସ J4-226 / 227 ବିମାନରେ ଜଣେ ଯାତ୍ରୀ ଥିଲେ | ସେ ସୁଦାନରୁ ହାଇଦ୍ରାବାଦ ଏବଂ ପରେ ସେ ମସ୍କଟ ଯାଉଥିଲେ ।
ପୋଲିସ ସୂଚନା ଅନୁୟାୟୀ ସକାଳ ସାତଟାରେ ବିମାନବନ୍ଦରରେ ଜଣେ ମହିଳା ହ୍ବିଲ ଚେୟାରରେ ବିମାନବନ୍ଦରକୁ ଆସୁଥିଲେ ହଠାତ୍ ବୋର୍ଡିଂ ଗେଟ ନିକଟରେ ପଡ଼ିଯାଇଥିଲେ । ଏହା ପରେ ତାଙ୍କୁ ଆପୋଲୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମହିଳା ଜଣେ କର୍କଟ ରୋଗୀ ଥିଲେ ଏବଂ ଗତ ସାତ ମାସ ଧରି ହାଇଦ୍ରାବାଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।