ETV Bharat / bharat

ଝିଅକୁ ସାଙ୍ଗରେ ନେଇ ଡ୍ୟୁଟି କରୁଛନ୍ତି ମହିଳା ପୋଲିସ ଅଧିକାରୀ

କର୍ମ ସହ ପାଳୁଛନ୍ତି ମାଆର କର୍ତ୍ତବ୍ୟ । ଜାଣନ୍ତୁ ଏହି ଆଗଧାଡିର ଯୋଦ୍ଧାଙ୍କ ସଂପର୍କରେ ..

author img

By

Published : Apr 28, 2020, 4:55 PM IST

Sub Inspector Nida Arshi has brought her  toddler to duty amid CoronavirusLockdown
କର୍ମ ସହ ପାଳୁଛନ୍ତି ମାଆର କର୍ତ୍ତବ୍ୟ

ଲକ୍ଷ୍ନୌ: କୋରୋନା ଲଢେଇରେ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ପୋଲିସ ଏବଂ ଡାକ୍ତର । କର୍ତ୍ତବ୍ୟ ପାଇଁ ନିଜକୁ ବିପଦରେ ପକାଇବାକୁ ମଧ୍ୟ ପଛାଉନାହାନ୍ତି । ତେବେ ଉତ୍ତରପ୍ରଦେଶ ଲକ୍ଷ୍ନୌର ସବ୍ ଇନ୍ସପେକ୍ଟର ନିଦା ଆରସି ଲକ ଡାଉନରେ କରୁଛନ୍ତି ଡ୍ୟୁଟି ।

ଘରେ ତାଙ୍କର କୁନି ଝିଅଟି ପରିବାର ସହ ରୁହେ । ଝିଅ କଥା ବୁଝିବାକୁ ସେ ଘରକୁ ମଧ୍ୟ ଆସି ପାରନ୍ତି ନାହିଁ । ତେଣୁ ଆଜି ଘରେ ଝିଅ କଥା ବୁଝୁଥିବା ତାର ଜେଜେମାଙ୍କ ଦେହ ଖରାପ ଯୋଗୁଁ ସାଥିରେ ଡ୍ୟୁଟି ସ୍ଥାନକୁ ନେଇଆସିଛନ୍ତି ନିଦା । ନିଦାଙ୍କ କହିବା ଅନୁସାରେ, "ଆଜି ମୁଁ ଝିଅକୁ ସାଥୀରେ ଆଣିଛି । ପ୍ରାୟତଃ ଝିଅର ଜେଜେମାଙ୍କ ଅବସ୍ଥା ଭଲ ନଥାଏ। ଏହି ମହାମାରୀ ସମୟରେ ପୋଲିସ୍ କର୍ମଚାରୀ ଭାବରେ ଆମର କର୍ତ୍ତବ୍ୟ ପାଳନ କରିବା ଅତ୍ୟନ୍ତ ଜରୁରୀ ।

ତେଣୁ ପରିବାର ସହ କର୍ତ୍ତବ୍ୟ କରିବା କେବେ ମୁଁ ଭୁଲି ନାହିଁ । ପବିତ୍ର ରମଜାନ ମାସ ଚାଲିଥିବାରୁ ମୁଁ ମଧ୍ୟ 'ରୋଜା' ପାଳନ କରୁଛି । ଆଲ୍ଲାଙ୍କୁ ଏତିକି ପ୍ରାର୍ଥନା କରୁଛି ଯେ , ଦେଶରୁ କୋରୋନା କାୟା ହଟିଯାଉ । ସବୁ ପୂର୍ବଭଳି ହୋଇଯାଉ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.