ETV Bharat / bharat

ମହିଳାଙ୍କୁ ଅସଦାଚରଣ କରିି ଗିରଫ ହେଲେ ପୋଲିସ ବାବୁ

ଦିନକୁ ଦିନ ରାଜ୍ୟରେ ଅସୁରକ୍ଷିତ ହୋଇଛନ୍ତି ମହିଳା । ଦିଲ୍ଲୀରେ ଜଣେ ପୋଲିସ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

Sub-Inspector arrested for 'molesting' women, minor in Delhi's Dwarka
ମହିଳାଙ୍କୁ ଅସଦାଚାରଣ କରିି ଗିରଫ ହେଲେ ପୋଲିସ ବାବୁ
author img

By

Published : Oct 26, 2020, 12:44 PM IST

ନୂଆଦିଲ୍ଲୀ: ଖାକିରେ ଦାଗ । ରକ୍ଷକ ସାଜିଲା ଭକ୍ଷକ । ଦିଲ୍ଲୀରେ ଜଣେ ପୋଲିସ ମହିଳାଙ୍କୁ ଅସଦାଚରଣ କରିଥିବା ଘଟଣା ସାମ୍ନାକୁ ଆସିଛି ।

ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ଦ୍ବାରିକା ପୋଲିସ ଜଣେ ସବ-ଇନ୍ସପେକ୍ଟରଙ୍କୁ ଗିରଫ କରିଛି । ଗିରଫ ପୋଲିସ ଜଣକ ହେଲେ ପୁନିତ ଗ୍ରୀୱାଲ । ଦକ୍ଷିଣ ଦ୍ବାରିକା ପୋଲିସ ପାଖରେ ଅନେକ ଅସଦାଚରଣ ମାମଲା ରୁଜ୍ଜୁ ହୋଇଥିଲା । ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିବା ପରେ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା । ପରେ ଅଭିଯୁକ୍ତ ଜଣକ ସବ-ଇନ୍ସପେକ୍ଟର ବୋଲି ଜାଣିବାକୁ ପାଇଥିଲା ବୋଲି କହିଛି ଦିଲ୍ଲୀ ପୋଲିସ । ଗ୍ରୀୱାଲଙ୍କ ବିରୋଧରେ ପୋସ୍କ ନିୟମ ଅନୁସାରେ ମୋଟ ଚାରିଟି ମାମଲା ରୁଜ୍ଜୁ ହୋଇଛି । ଭାରତୀୟ ଦଣ୍ଡବିଧାନ ଆଇନ ଆନୁସାରେ ଧାରା 354ଡିରେ ମାମଲା ରୁଜ୍ଜୁ ହୋଇଛି । ଗ୍ରୀୱାଲଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ନେଇ ମଧ୍ୟ ଅଭିଯୋଗ ଦାୟର ହୋଇଛି ।

ଗତ ଆକ୍ଟୋବର 27ରେ ମହିଳା ଜଣକ ସୋସିଆଲ ମିଡିଆରେ ଅଭିଯୋଗର ଏକ ଭିଡିଓ ସେୟାର କରିବା ପରେ ଏ ଘଟଣା ସାମ୍ନାକୁ ଆସିଥିଲା । ଗ୍ରୀୱାଲ ବର୍ତ୍ତମାନ ଟ୍ରାଫିକ ପୋଲିସ ୟୁନିଟରେ କାର୍ଯ୍ୟ କରୁଥିବା କହିଛି ଦିଲ୍ଲୀ ପୋଲିସ । ରାଜ୍ୟରେ ଲଜ୍ୟା ଥମୁ ନଥିଲାବେଳେ ପୋଲିସ ବାବୁଙ୍କର ଏପରି କଳାକାରନାମା ଚିନ୍ତାର ବିଷୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.