ETV Bharat / bharat

କାହିଁକି ବିପଜ୍ଜନକ ସାଜିଲା ଗ୍ୟାସ ଲିକ୍ ?

ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍ ସହରରେ ଏଲଜି ପଲିମର ପ୍ଲାଣ୍ଟରେ ରାସାୟନିକ ଗ୍ୟାସ ଲିକ୍ ହୋଇଛି । ଏଥିରେ 11 ଜଣଙ୍କ ମୃତ୍ୟୁ 20 ଗୁରୁତର ଓ ହଜାର ହଜାର ଲୋକେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏବେ ଆସନ୍ତୁ ଜାଣିବା ଲିକ ହୋଇଥିବା ଗ୍ୟାାସଟି କଣ ଓ ଏହା ମାନବ ଶରୀର ଉପରେ କି ପ୍ରଭାବ ପକାଇଥାଏ । ଅଧିକ ପଢନ୍ତୁ...

ଷ୍ଟାଇରନ୍
ଷ୍ଟାଇରନ୍
author img

By

Published : May 7, 2020, 6:16 PM IST

ନୂଆଦିଲ୍ଲୀ: ବର୍ଷ 2020 ସାରା ଭାରତ ପାଇଁ ଏକ ବିପର୍ଯ୍ୟୟ ଓ ଭୟଙ୍କର ବର୍ଷ ଭାବେ ଅନେକ ଦିନ ପର୍ଯ୍ୟନ୍ତ ମନେ ରହିବ । କୋରୋନାର କରାଳ ତାଣ୍ଡବ ଭିତରେ ଆସିଛି ଏକ ଦୁଃଖଦ ଖବର । ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍ ସହରରେ ଏଲଜି ପଲିମର ପ୍ଲାଣ୍ଟରେ ରାସାୟନିକ ଗ୍ୟାସ ଲିକ୍ ହୋଇଛି । ଏଥିରେ 11 ଜଣଙ୍କ ମୃତ୍ୟୁ 20 ଗୁରୁତର ଓ ହଜାର ହଜାର ଲୋକୋ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗ୍ୟାସ ପ୍ରଭାବରେ ଗୁରୁବାର ସକାଳେ ଆସିଥିବା ଛାତିତଥା ଭିଡିଓ । ରାସ୍ତାରେ ଅଚାନକ ଟଳି ପଡୁଥିଲେ ଲୋକେ । ଗ୍ୟାସର ପ୍ରଭାବ କେତେ ଭୟାନକ ଥିଲା ତାହା ଏହି ଭିଡିଓ ସବୁରୁ ସ୍ପଷ୍ଟ ଦେଖାଯାଉଥିଲା । ଭୋପାଳ ଗ୍ୟାସ ଟ୍ରେଜେଡିକୁ ମନେ ପକାଇ ଦେଉଥିଲା ଏହି ଦୃଶ୍ୟ । ଏବେ ଆସନ୍ତୁ ଜାଣିବା ଲିକ ହୋଇଥିବା ଗ୍ୟାାସଟି କଣ ଓ ଏହା ମାନବ ଶରୀର ଉପରେ କି ପ୍ରଭାବ ପକାଇଥାଏ ।

ଲିକ୍ ଗ୍ୟାସ୍ ହେଉଛି ଷ୍ଟାଇରନ୍, ଏକ ରଙ୍ଗହୀନ ତରଳ ପଦାର୍ଥ ଯାହା ସହଜରେ ବାଷ୍ପୀଭୂତ ହୋଇପାରେ | ସାଧାରଣତ ରେଫ୍ରିଜରେଟରେ ବ୍ୟବହାର ହୋଇଥାଏ । ଯାହା ଏହି ରାସାୟନିକ ପଦାର୍ଥର ଶୁଦ୍ଧ ରୂପରେ ହୋଇଥାଏ ,ଫଳରେ ରେଫ୍ରିଜରେଟରେ ସୁଗନ୍ଧ ଦେଇଥାଏ ଏହି ଗ୍ୟାସ | ଷ୍ଟାଇରନ ଗ୍ୟାସ୍ ପ୍ରଭାବରେ ନିଶ୍ବାସ ନେବାବେଳେ ଅନେକ ଲକ୍ଷଣ ସୃଷ୍ଟି କରିପାରେ ଯେପରିକି ବାନ୍ତି, ମୁଣ୍ଡବିନ୍ଧା, ଦୁର୍ବଳତା ଇତ୍ୟାଦି |

ଏଜେନ୍ସି ଫର ଟକ୍ସିସ ସବଷ୍ଟାାନ୍ସ ଆଣ୍ଡ ଡିଜିଜ ରେଜେଷ୍ଟ୍ରି ଅନୁଯାୟୀ ଷ୍ଟାଇରନ୍ ହେଉଛି ଏକ ରଙ୍ଗହୀନ ତରଳ ଯାହାକି ପ୍ଲାଷ୍ଟିକ୍ ଏବଂ ରବର ଉତ୍ପାଦନରେ ବହୁଳ ଭାବରେ ବ୍ୟବହୃତ ହୁଏ | ରାସାୟନିକ ପ୍ୟାକେଜିଂ ସାମଗ୍ରୀ, ଫାଇବର ଗ୍ଲାସ୍, ପାନୀୟ କପ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ବ୍ୟବହାର ସାମଗ୍ରୀ ସହିତ ଅନେକ ଉତ୍ପାଦରେ ମଧ୍ୟ ଏହା ବ୍ୟବହୃତ ହୁଏ |

ବାୟୁ, ମାଟି ଏବଂ ଜଳରେ ଷ୍ଟାଇରିନ୍ ମଧ୍ୟ ମିଳିଥାଏ | ଶ୍ବାସକ୍ରିୟ ସମୟରେ ଏହି ରାସାୟନିକ ପଦାର୍ଥ ଆପଣଙ୍କ ଶରୀରରେ ପ୍ରବେଶ କରିପାରିବ | କେତେକ ଖାଦ୍ୟ ଯେପରିକି ଫଳ, ପନିପରିବା, ପାନୀୟ, ମାଂସ ଇତ୍ୟାଦିରେ ଷ୍ଟାଇରନ୍ ସ୍ବାଭାବିକ ଭାବରେ ନିମ୍ନ ସ୍ତରରେ ଦେଖାଯାଏ | ବିଶେଷକରି ଲିକ୍ ସମୟରେ ଗ୍ୟାସ୍ ନିଶ୍ବାସ ପ୍ରଶ୍ବାସ ନେଇଥିବା ଲୋକଙ୍କ ଉପରେ ଡାକ୍ତରମାନେ ଷ୍ଟାଇରନ୍ ର ଦୀର୍ଘକାଳୀନ ପ୍ରଭାବ ଉପରେ ଅଧ୍ୟୟନ ଓ ଚିକିତ୍ସା କରିଥାନ୍ତି । |

ଷ୍ଟାଇରନ ସଂସ୍ପର୍ଶରେ ଆସିଲେ କି କି ଲକ୍ଷଣ ଦେଖାଯାଇଥାଏ..

  • ଶ୍ବାସକ୍ରିୟା ସମସ୍ୟା
  • ଆଖିରେ ଜଳାପୋଡା
  • ପାକସ୍ଥଳୀରେ ପ୍ରଭାବ
  • ସ୍ନାୟୁ ପ୍ରଣାଳୀ ଉପରେ ପ୍ରଭାବ
  • ଥକା, ଦୁର୍ବଳ ଅନୁଭବ କରିବା
  • ଭାରସାମ୍ୟ ରକ୍ଷା କରିବାରେ ଅସମର୍ଥ

ପଶୁମାନେ ମଧ୍ୟ ଏହି ଗ୍ୟାସ ସଂସ୍ପର୍ଶରେ ଆସିଲେ ଶ୍ରବଣ ଶକ୍ତି ହ୍ରାସ, ଶୁକ୍ରାଣୁ ହ୍ରାସ ଏପରିକି ହଠାତ ପ୍ରାଣ ହରାଇପାରନ୍ତି । ଆନିମଲ ଷ୍ଟଡିଜରୁ ଏହା ମଧ୍ୟ ଦର୍ଶାଯାଇଛି ଯେ ଷ୍ଟାଇରନ ପଶୁମାନଙ୍କୁ ନିଶ୍ବାସ ନେବାରେ କଷ୍ଟ ଦେବା ସହ ଯକୃତକୁ ନଷ୍ଟ କରିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.