ETV Bharat / bharat

ହରିୟାଣାର 'ସ୍ମାର୍ଟ କାର', ମଦ ପିଇଲେ ବନ୍ଦ ହେବ ଇଞ୍ଜିନ - haryana

ହରିୟାଣା ହିସାରର ଗୁରୁ ଜମ୍ଭେଶ୍ବର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏଭଳି ଏକ ସ୍ମାର୍ଟ ରୋବୋଟିକ କାରର ମଡେଲ ପ୍ରସ୍ତୁତ କରିଛନ୍ତି ଯାହା ସଡକ ଦୁର୍ଘଟଣାରୁ ରକ୍ଷା କରିବ ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Jun 30, 2019, 7:55 PM IST

ଚଣ୍ଡିଗଡ: ଇଚ୍ଛାଶକ୍ତି ଥିଲେ ମଣିଷ ସବୁ କିଛି ହାସଲ କରିପାରେ । ଏହି କଥାଟିକୁ ସତ ସାବ୍ୟସ୍ତ କରିଛନ୍ତି ହରିୟାଣା ହିସାରର ଗୁରୁ ଜମ୍ଭେଶ୍ବର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ସେମାନେ ମିଳିତ ଭାବରେ ଏଭଳି ଏକ ସ୍ମାର୍ଟ ରୋବୋଟିକ କାରର ମଡେଲ ପ୍ରସ୍ତୁତ କରିଛନ୍ତି ଯାହା ସଡକ ଦୁର୍ଘଟଣାରୁ ରକ୍ଷା କରିବ ।

ତେବେ ଏହି ରୋବୋଟିକ କାରର ସଂଚାଳନ ପାଇଁ ଏକ ଆପ ମଧ୍ୟ ପ୍ରସ୍ତୁତ କରିଛନ୍ତି ସେମାନେ । ଏହି କାରଟି ବ୍ଲୁ-ଟୁଥ ଜରିଆରେ ଭଏସ କମାଣ୍ଡରେ ଚାଲିବ । ଏହି କାରରେ ଏକ ଆଲକହଲ ସେନ୍‌ସର ଲଗାଯାଇଛି । ଯାହା ମଦ୍ୟପାନର ଲିମିଟ ନିର୍ଦ୍ଧାରଣ କରିବ । ଯଦି ଜଣେ ବ୍ୟକ୍ତି ଅଧିକ ମାତ୍ରାରେ ମଦ୍ୟପାନ କରୁଛି ତ ଏହି କାରର ଇଞ୍ଜିନ ଆପେ ଆପେ ବନ୍ଦ ହୋଇଯିବ ।

ଏହା ବ୍ୟତିତ କାରଟି ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଖୁବ୍‌ ଲାଭ ପହଞ୍ଚାଇବ ।ଭିନ୍ନକ୍ଷମ ବ୍ୟକ୍ତି ଭଏସ କମାଣ୍ଡ ଦେଇ ଡ୍ରାଇଭ କରି ପାରିବେ । ଏହି କାରରେ ଆଉ ଏକ ଫିଚର ରହିଛି ଯାହା ସଡକ ଦୁର୍ଘଟଣାରେ କାମ ଆସିବ । ମାତ୍ର 2000 ଟଙ୍କାରେ ଏହି କାରର ମଡେଲ ପ୍ରସ୍ତୁତ କରିଛନ୍ତି ସେମାନେ ।

Intro:Body:

DFGD

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.