ଚେନ୍ନାଇ: କୋରୋନାକୁ ନେଇ କୋକୁଆ ଭୟ ଖେଳି ଯାଇଛି । ଏପରିକି ସ୍ଥିତିରେ କୋରୋନାର ଭୟାବହତାକୁ ଦୃଷ୍ଟିରେ ରଖି କେତେକ ସ୍ଥାନରେ ସରକାର ସ୍କୁଲ ମଧ୍ୟ ଛୁଟି ଘୋଷଣା କରିଛନ୍ତି । କିନ୍ତୁ ଏପରି ସ୍ଥିତିରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରର ଛୁଟି ଦରଖାସ୍ତ ବେଶ୍ ଭାଇରାଲ ହେବାରେ ଲାଗିଛି । କାରଣଟା ବି ବେଶ୍ ଅଜବ ।
ଛାତ୍ର ଜଣକ ଦରଖାସ୍ତରେ ନିଜ ପ୍ରଧାନ ଶିକ୍ଷକଙ୍କୁ ଲେଖିଛନ୍ତି କି, ମୋତେ କୋରୋନା ଭାଇରସ ଥିବା ନେଇ ଲକ୍ଷଣ ଦେଖାଦେଉଛି । ତେଣୁ ଆପଣ ମୋତେ ଦୀର୍ଘ ଦିନ ପାଇଁ ଛୁଟି ଦିଅନ୍ତୁ । ଏହାସହ ଯେତେଦିନ ପର୍ଯ୍ୟନ୍ତ ମୁଁ ଅନୁପସ୍ଥିତ ରହିବି ସେତେଦିନ ପର୍ଯ୍ୟନ୍ତ ଉପସ୍ଥିତ ଅଛି ବୋଲି ମାର୍କ କରିବାକୁ ସେ ଦରଖାସ୍ତରେ ଉଲ୍ଲେଖ କରିଛନ୍ତି ।
ଏହି ଘଟଣା ପରେ ସ୍କୁଲର ପ୍ରଧାନଶିକ୍ଷକ ଉକ୍ତ ଛାତ୍ରର ପରିବାରକୁ ଡକାଇବା ସହ କାରଣ ସମ୍ପର୍କରେ ପଚାରି ବୁଝିଛନ୍ତି । ଏପରିକି ତାଙ୍କ ପୁଅ ଭୁଲ୍ କରିଥିବା ସେମାନେ ସ୍ବୀକାର କରିଛନ୍ତି । ପରେ ସ୍କୁଲର ଅନ୍ୟ କିଛି ଛାତ୍ର ଦରଖାସ୍ତଟିକୁ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ