ETV Bharat / bharat

3D ଆର୍ଟ ଜରିଆରେ କଳାକାରଙ୍କ କୋରୋନା ସଚେତନତା - Street Artist Baadal Nanjundaswamy

କର୍ଣ୍ଣାଟକର ଜଣେ ଷ୍ଟ୍ରିଟ୍‌ କଳାକାର ବାଦଲ ନନଜୁନ୍ଦାସ୍ବାମୀ ନିଜ 3ଡି ଆର୍ଟ ଜରିଆରେ ଲୋକଙ୍କୁ କୋରୋନା ସଚେତନ କରିଛନ୍ତି । ବେଙ୍ଗାଲୁରୁର ରାସ୍ତାରେ ସେ କୋରୋନା ଭାଇରସର 3ଡି ଚିତ୍ର ଆଙ୍କିଛନ୍ତି । ଅଧିକ ପଢନ୍ତୁ...

3D  pictures of COVID19 on a road in Bengaluru
3D ଆର୍ଟ ଜରିଆରେ କୋରୋନା ସଚେତନ କଲେ କଳାକାର
author img

By

Published : Apr 30, 2020, 5:31 PM IST

ବେଙ୍ଗାଲୁରୁ: ବିଶ୍ବବ୍ୟାପୀ କୋରୋନା ବିରୋଧରେ ଲଢେଇ ଜାରି ରହିଛି । ଇତିମଧ୍ୟରେ କର୍ଣ୍ଣାଟକର ଜଣେ ଷ୍ଟ୍ରିଟ୍‌ କଳାକାର ବାଦଲ ନନଜୁନ୍ଦାସ୍ବାମୀ ନିଜ 3ଡି ଆର୍ଟ ଜରିଆରେ ଲୋକଙ୍କୁ କୋରୋନା ସଚେତନ କରିଛନ୍ତି । ବେଙ୍ଗାଲୁରୁର ରାସ୍ତାରେ ସେ କୋରୋନା ଭାଇରସର 3ଡି ଚିତ୍ର ଆଙ୍କିଛନ୍ତି । ଏଥିସହ ବାଦଲ ଚିତ୍ର ମଧ୍ୟରେ ଘରେ ରହିବାକୁ ବି ପରାମର୍ଶ ଦେଇଛନ୍ତି ।

3D  pictures of COVID19 on a road in Bengaluru
3D ଆର୍ଟ ଜରିଆରେ କୋରୋନା ସଚେତନ କଲେ କଳାକାର

ସେହିପରି ରାସ୍ତାରେ ଉପରେ ଚିତ୍ରିତ ଏହି 3ଡି ଆର୍ଟ ଲୋକଙ୍କୁ ବେଶ ପସନ୍ଦ ଆସୁଛି । ଏଥିସହ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଧ୍ୟାନର ସହ ଏହାକୁ ଦେଖୁଛନ୍ତି । ତେବେ ରାସ୍ତା ଉପରେ ତିଆରି ହୋଇଥିବା ଏହି ଆର୍ଟରେ ବିଭିନ୍ନ ରଙ୍ଗର ବ୍ୟବହାର କରାଯାଇଛି ।

ସୂଚନାଯୋଗ୍ୟ, ଗୁରୁବାର କର୍ଣ୍ଣାଟକରେ 3ଟି ନୂଆ କୋରୋନା ପଜିଟିଭ ମାମଲା ସାମନାକୁ ଆସିବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 535 ଛୁଇଁଛି । ସେହିପରି ଏଯାବ୍‌ତ 216 ଜଣ ସୁସ୍ଥ ହୋଇଥିବା ବେଳେ 21 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ସୌଜନ୍ୟ @ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.