ETV Bharat / bharat

ଖୁବଶୀଘ୍ର ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା, କଠୋର ଗାଇଡଲାଇନ ଜାରି

ଘରୋଇ ବିମାନ ସେବା ପୁନଃ ଆରମ୍ଭ ହେବା ପରେ ଭାରତ ସରକାର ବର୍ତ୍ତମାନ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ଖୁବ ଶିଘ୍ର ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା, କଠୋର ଗାଇଡଲାଇନ ଜାରି

author img

By

Published : May 26, 2020, 2:26 PM IST

ନୂଆଦିଲ୍ଲୀ: ଘରୋଇ ବିମାନ ସେବା ଆରମ୍ଭ କରିବା ପରେ ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଅଗଷ୍ଟ ପୂର୍ବରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି । ଆନ୍ତର୍ଜାତିକ ଆଗମନ ପାଇଁ ପରୀକ୍ଷା ଏବଂ କ୍ବାରେଣ୍ଟାଇନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଠୋର ନିର୍ଦ୍ଦେଶନାମା ଜାରି କରିଛି । ଯଦି ଯାତ୍ରୀଙ୍କ ଠାରେ ଥଣ୍ଡା, ଜ୍ୱର କିମ୍ବା କାଶର ଲକ୍ଷଣ ଦେଖାଯାଏ, ତା’ହେଲେ ତାଙ୍କର କୋଭିଡ ପରୀକ୍ଷା ବାଧ୍ୟତାମୂଳକ ହେବ ।

ନିଷ୍ପତ୍ତି ନିଆଯାଇଛି ଯେ, ବିମାନରେ ଚଢିବା ପୂର୍ବରୁ ପ୍ରତ୍ୟେକ ଯାତ୍ରୀଙ୍କୁ ଏକ ଅଣ୍ଡରଟେକିଙ୍ଗ ଦେବାକୁ ହେବ ଯେ, ସେ 14 ଦିନିଆ କ୍ବାରେଣ୍ଟାଇନରେ ରହିବେ । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପରୀକ୍ଷା ଆଇସିଏମଆର ପ୍ରୋଟୋକଲ ଅନୁଯାୟୀ ହେବ। ଯଦି ଯାତ୍ରୀଙ୍କଠାରେ ଥଣ୍ଡା, ଜ୍ୱର କିମ୍ବା କାଶର ଲକ୍ଷଣ ଦେଖାଯାଏ, ତେବେ ତାଙ୍କର କୋଭିଡ ପରୀକ୍ଷା ବାଧ୍ୟତାମୂଳକ ହେବ । ଯେଉଁ ଯାତ୍ରୀମାନଙ୍କ ଏପରି ଲକ୍ଷଣ ନାହିଁ, ସେମାନଙ୍କୁ 7 ଦିନ ନିଜ ଖର୍ଚ୍ଚରେ କ୍ବାରେଣ୍ଟାଇନ ସେଣ୍ଟରରେ ରହିବାକୁ ପଡିବ । ଏହାପରେ ପୁଣି 7 ଦିନ ନିଜ ଘରେ କ୍ବାରେଣ୍ଟାଇନରେ ରହିବାକୁ ପଡିବ ।

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ତଥା ଏଥିପାଇଁ ଗୃହ ବିଭାଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସ୍ଥିର କରାଯାଇଥିବା ନିୟମ ସମ୍ପର୍କରେ ସଚେତନତା ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ଏନଡିଏ ଗଠନକାରୀ ଦଳ ଜେଡିୟୁ ମୁଖ୍ୟ ଶାସନ ସଚିବ କେସି ତ୍ୟାଗୀ ଦାବି କରିଛନ୍ତି । ସେ କହିଛନ୍ତି ମୁଁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବା ନେଇ ସମର୍ଥନ କରୁଛି । ଯେଉଁମାନେ ଏହାକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏକ ବ୍ୟବସ୍ଥା ରହିବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.