ETV Bharat / bharat

ଭାରତକୁ ଫେରିବ 2ୟ ଶତାବ୍ଦୀର ପ୍ରାଚୀନ କଳାକୃତି - ଭାରତ

ତସ୍କରି ଜରିଆରେ ଆମେରିକାରେ ପହଞ୍ଚିଥିବା ପାଖାପାଖି 100ପ୍ରାଚୀନ କଳାକୃତିକୁ ଚିହ୍ନଟ କଲା ଏଏସ୍‌ଆଇ । ଭାରତୀୟ ପ୍ରାଚୀନ କଳାକୃତିକୁ ଭାରତକୁ ଫେରାଇ ଆଣିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ପ୍ରତିକାତ୍ମକ
author img

By

Published : May 9, 2019, 11:14 AM IST

ନୂଆଦିଲ୍ଲୀ: ଦେଶର ଅନ୍ୟ ଅନ୍ୟ ସ୍ଥାନରୁ ଚୋରି ହୋଇଥିବା ପ୍ରାଚୀନ ଭାରତୀୟ କଳାକୃତି ଆମେରିକାର ସଂଗ୍ରହାଳୟରୁ ଆରମ୍ଭ କରି ସେଠାକାର ଘରର ଶୋଭା ବୃଦ୍ଧି କରୁଛି । ତେବେ ତସ୍କରି ଜରିଆରେ ଆମେରିକାରେ ପହଞ୍ଚିଥିବା ପାଖାପାଖି 100ପ୍ରାଚୀନ କଳାକୃତି ଗୁଡିକୁ ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ବିଭାଗ(ଏଏସ୍‌ଆଇ) ଭାରତକୁ ଆଣିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ମୂର୍ତ୍ତି ଗୁଡିକ ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀରୁ ଆରମ୍ଭ କରି 12ତମ ଶତାଦ୍ଦୀର ବୋଲି ଜଣାପଡିଛି ।

ଏଏସ୍‌ଆଇ ମୁତାବକ, କିଛି ଦିନ ତଳେ ଅତିରିକ୍ତ ମହାନିର୍ଦ୍ଦେଶକ ପ୍ରତ୍ନତତ୍ବବିତ୍‌ ଡ. ଉର୍ମିଳା ସନ୍ତ ଓ ପ୍ରତ୍ନତତ୍ବବିତ୍‌ ଅଧିକ୍ଷକ ପିଏସ୍‌ ଶ୍ରୀରମନର 2 ସଦସ୍ୟର ଟିମ୍‌ ଆମେରିକା ଯାଇଥିଲେ । ସେମାନେ ନ୍ୟୁୟର୍କର ମହାବାଣିଜ୍ୟ ଦୂତବାସର ସହାୟତାରେ ସେଠାକାର ସଂଗ୍ରହାଳୟ ଓ ଅନ୍ୟ ସ୍ଥାନରେ ଭାରତୀୟ ସଭ୍ୟତା ସହ ଜଡିତ ପ୍ରାଚୀନ ମୂର୍ତ୍ତି, କଳାକୃତି ଓ ବସ୍ତୁମାନଙ୍କୁ ଚିହ୍ନିଟ କରିଛନ୍ତ । ସେହି ସବୁ ପ୍ରାଚୀନ ଜିନିଷକୁ ବର୍ତ୍ତମାନ ସିଲ୍‌ କରାଯାଇ ଭାରତକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ।

ସୂଚନାଥାଉକି, ଏହି ସମସ୍ତ କଳାକୃତିକୁ ସୁଭାଷ କପୁର ନାମକ ବ୍ୟକ୍ତି ତସ୍କରି କରି ଆମେରିକାକୁ ପଠାଇଥିଲେ । ବର୍ତ୍ତମାନ ସେ ତାମିଲନାଡୁ ଜେଲ୍‌ରେ ଅଛନ୍ତି ।

ଆମେରିକାରେ ମିଳିଥିବା ପ୍ରାଚୀନ କଳାକୃତିଙ୍କ ମଧ୍ୟରେ 5ମ-6ଷ୍ଠ ଶତାଦ୍ଦୀ ଓ ହରପ୍ପା ସଭ୍ୟତାର ଟେରାକୋଟା ବସ୍ତୁ ରହିଛି । ସେହିପରି ତାମିଲନାଡୁସ୍ଥିତ ସୁତାମଲ୍ଲୀ ଓ ଶ୍ରୀପୁରାତନ ମନ୍ଦିରର କଳାକୃତି ଓ ଦକ୍ଷିଣ ଭାରତର ଚୋଳ ସାମ୍ରାଜ୍ୟ ବେଳର ପଥର ଓ ଅମୂଲ୍ୟ ମୂର୍ତ୍ତି ବି ରହିଛି ।

Intro:Body:

ddh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.