ଶ୍ରୀନଗର: 4 ମାସ ପରେ ଖୋଲା ହେଲା ଶ୍ରୀନଗର-ଲେହ ଜାତୀୟ ରାଜପଥ । ଦୀର୍ଘ ଚାରି ମାସ ପରେ ଗତ ଶନିବାର ଲଦାଖକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗଣ ନିମନ୍ତେ ଶ୍ରୀନଗର-ଲେହ ଜାତୀୟ ରାଜପଥ ଖୋଲାଯାଇଥିବା ଅଧିକାରୀମାନେ କହିଛନ୍ତି ।
ଏଥିସହ ସେମାନେ କହିଛନ୍ତି, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ କୌଣସି ଜନସାଧାରଣ ଯାତାୟତ, ବେସରକାରୀ କିମ୍ବା ପଥଚାରୀଙ୍କ ଯିବା ଆସିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରକାଶଥାଉକି, 425 କିଲୋମିଟର ବିଶିଷ୍ଟ ଏହି ହାଇୱେକୁ ପ୍ରବଳ ତୁଷାରପାତ ନିମନ୍ତେ ବନ୍ଦ କରାଯାଇଥିଲା ।