ଶ୍ରୀନଗର: ସୋମବାର କାଶ୍ମୀର ଉପତ୍ୟକାର ଲାଓପୋରାରେ ହୋଇଥିବା ଗୁଳି ବିନିମୟରେ ତିନିଜଣ ଯୁବକ ନିହତ ହୋଇଛନ୍ତି । ତେବେ ଏହି 3 ଜଣ ଯୁବକ ଆତଙ୍କବାଦୀ ଥିଲେ ବୋଲି ପୋଲିସ ଉପଯୁକ୍ତ ପ୍ରମାଣ ସହ ସେମାନଙ୍କ ପରିବାରକୁ ଜଣାଇବ ବୋଲି କହିଛି । କୋଭିଡ -19 ମହାମାରୀକୁ ଦୃଷ୍ଟିରେ ରଖି ନିହତ ଆତଙ୍କବାଦୀଙ୍କ ମୃତଦେହକୁ ପରିବାରକୁ ଦିଆଯିବ ନାହିଁ । କାରଣ ଅନ୍ତିମ ସଂସ୍କାରରେ ଭିଡ ହୋଇ କୋଭିଡ ନିୟମକୁ ଉଲଘଂନ କରିବେ ବୋଲି ଆଇଜିପି ବିଜୟ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ