ETV Bharat / bharat

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ: 2 ଆତଙ୍କବାଦୀ ନିପାତ, ଜଣେ ଯବାନ ଶହୀଦ - attack on srinagar check post

ଶ୍ରୀନଗରର ପାରିମ ପୋରାସ୍ଥିତ ଚେକ ପୋଷ୍ଟ ନିକଟରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ସିଆରପିଏଫର ଜଣେ ଯବାନ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ...

terrorists attack
ଆତଙ୍କବାଦୀ ଆକ୍ରମଣ
author img

By

Published : Feb 5, 2020, 2:52 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଣି ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରର ପାରିମ ପୋରାସ୍ଥିତ ଚେକ ପୋଷ୍ଟ ନିକଟରେ ଏହି ଆକ୍ରମଣ ହୋଇଛି । ଏଥିରେ ସିଆରପିଏଫର ଜଣେ ଯବାନ ଶହୀଦ ହୋଇଛନ୍ତି । ସେପଟେ ସିଆରପିଏଫ ଯବାନଙ୍କ ପାଲଟା ଜବାବରେ 2 ଜଣ ଆତଙ୍କବାଦୀ ନିପାତ ହୋଇଥିବାବେଳେ ଜଣେ ଆତଙ୍କବାଦୀ ଗିରଫ ହୋଇଛି ।

ସୂଚନା ମୁତାବକ, 73 ବାଟାଲିୟନର ସିଆରପିଏଫ ଯବାନ ଶ୍ରୀନଗରର ପାରିମ ପୋରାସ୍ଥିତ ଚେକ ପୋଷ୍ଟ ନିକଟରେ ଚେକିଂ ଅଭିଯାନ ଚଳାଇଥିଲେ । ଏହି ସମୟରେ କିଛି ଆତଙ୍କବାଦୀ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ । ଏଥିରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ତେବେ ଏହାର ଜବାବରେ ସିଆରପିଏଫ ଯବାନ ଆତଙ୍କବାଦୀଙ୍କ ଉପରେ ପାଲଟା ଗୁଳି ଚାଳନା କରିଥିଲେ । ଯବାନଙ୍କ ଗୁଳିରେ 2 ଜଣ ଆତଙ୍କବାଦୀ ନିପାତ ହୋଇଥିବାବେଳେ ଜଣେ ଆହତ ହୋଇଥିଲା । ଆହତ ଅବସ୍ଥାରେ ତାକୁ କାବୁ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.