ETV Bharat / bharat

ଶ୍ରୀଲଙ୍କା ଆକ୍ରମଣ, ପ୍ରଶିକ୍ଷଣ ପାଇଁ ଭାରତ ଆସିଥିଲେ ଆତଙ୍କବାଦୀ !

ଶ୍ରୀଲଙ୍କାରେ ସିରିଜ ବୋମା ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀ ବିସ୍ଫୋରଣ ଏବଂ ଅନ୍ୟ ଆତଙ୍କୀ ଗତିବିଧିର ପ୍ରଶିକ୍ଷଣ ପାଇଁ ଆସିଥିଲେ ଭାରତ । ଆତ୍ମଘାତୀ ଆକ୍ରମଣ ଭିଆଇବା ପାଇଁ କେରଳ ଏବଂ କାଶ୍ମୀରରୁ ନେଇଥିଲେ ପ୍ରଶିକ୍ଷଣ ।

author img

By

Published : May 5, 2019, 2:55 AM IST

ପ୍ରତିକାତ୍ମକ ଫଟୋ

କଲମ୍ବୋ: ଶ୍ରୀଲଙ୍କାରେ ସିରିଜ ବୋମା ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀ ବିସ୍ଫୋରଣ ଏବଂ ଅନ୍ୟ ଆତଙ୍କବାଦୀ ଗତିବିଧିର ପ୍ରଶିକ୍ଷଣ ପାଇଁ ଭାରତ ଆସିଥିଲେ । ଆତ୍ମଘାତୀ ଆକ୍ରମଣ ଭିଆଇବା ପାଇଁ କେରଳ ଏବଂ କାଶ୍ମୀରରୁ ନେଇଥିଲେ ପ୍ରଶିକ୍ଷଣ । ସିରିଜ ବୋମା ବିସ୍ଫୋରଣ ପରେ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ଶ୍ରୀଲଙ୍କାର ସେନା ପ୍ରମୁଖ ଲେଫ୍ଟନାଣ୍ଟ ଜେନେରାଲ ମହେଶ ସେନାନାୟକ ।

ଏହି ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ଯାତ୍ରା ସମ୍ବନ୍ଧୀୟ ତଥ୍ୟ ସେନାକୁ ମିଳିଥିବା ଏକ ଅନ୍ତଃରାଷ୍ଟ୍ରୀୟ ଗଣମାଧ୍ୟମର ସାକ୍ଷାତକାରରେ ଦାବି କରିଛନ୍ତି ମହେଶ ସେନାନାୟକ । ସେ କହିଛନ୍ତି, ଆତଙ୍କବାଦୀ ଭାରତର କାଶ୍ମୀର ବ୍ୟତୀତ ବେଙ୍ଗାଲୁରୁ ଏବଂ କେରଳର କିଛି ସ୍ଥାନକୁ ମଧ୍ୟ ଯାଇଥିଲେ । ଯାହାର ତଥ୍ୟ ସେନା ପାଖରେ ରହିଛି ।

ତେବେ ଆତଙ୍କବାଦୀଙ୍କ ଭାରତ ଯାତ୍ରା କରିବାର ମୁଖ୍ୟ ଉଦ୍ଦେଶ୍ୟ ସମ୍ବନ୍ଧରେ ଏବେ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସେମାନେ କୌଣସି ପ୍ରକାର ପ୍ରଶିକ୍ଷଣ କିମ୍ବା ଅନ୍ୟ ଆତଙ୍କବାଦୀ ସଂଗଠନର ସହାୟତା ପାଇଁ ଯାଇଥାଇପାରନ୍ତି ବୋଲି ସେନା ପ୍ରମୁଖ ଦାବି କରିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.