ETV Bharat / bharat

କ୍ୟାମ୍ପରୁ ଏସପିଓ ନିଖୋଜ, ମିଳୁନି 2ଟି ଏକେ 47

ଜମ୍ମୁ କାଶ୍ମୀରର ବଡଗାମ ଜିଲ୍ଲାରେ ଜଣେ ଏସପିଓ ପୋଲିସ କ୍ୟାମ୍ପରୁ ନିଖୋଜ । ପଢନ୍ତୁ ଅଧିକ.............

କ୍ୟାମ୍ପରୁ ପୋଲିସ ଅଧିକାରୀ ନିଖୋଜ
କ୍ୟାମ୍ପରୁ ପୋଲିସ ଅଧିକାରୀ ନିଖୋଜ
author img

By

Published : Oct 14, 2020, 2:43 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ବଡଗାମ ଜିଲ୍ଲାରେ ଜଣ ଏସପିଓ ପୋଲିସ କ୍ୟାମ୍ପରୁ ନିଖୋଜ ଥିବା ଘଟଣା ସାମ୍ନାକୁ ଆସିଛି । ଯବାନଙ୍କ ସହ 2 ଏକେ 47 ରାଇଫଲ ଓ 3 ମାଗାଜିନ ମଧ୍ୟ ମିଳୁନଥିବା ଜଣା ପଡିଛି । ସେ କେଉଁ ଆଡେ ଚାଲିଯାଇଛନ୍ତି ନା ତାଙ୍କୁ କେହି ଅପହରଣ କରି ନେଇ ଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ମାତ୍ର ଦୁଇ ଦିନ ପୁର୍ବରୁ ସମାନଢଙ୍ଗରେ ସଶସ୍ତ୍ର ସୀମା ବଳରେ ଆଉ ଜଣେ କାର୍ଯ୍ୟରତ କନେଷ୍ଟବଳ ନିଖୋଜ ହୋଇଥିଲେ, ଯାହାଙ୍କୁ ବର୍ତ୍ତମାନ ସୁଦ୍ଦା ଠାବ କରାଯାଇ ପାରିନାହିଁ ।

ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ଅପରେସନ ଆରମ୍ଭ ହୋଇସାରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ନିଖୋଜ ଯବାନ ଅଲତାବ ହୁସେନ ଜମ୍ମୁର ରଜୋରୀ ଜିଲ୍ଲାର ଅଧିବାସୀ ବୋଲି ଜଣା ପଡିଛି । ତେବେ ଏ ସମ୍ପର୍କରେ ଏକ ଏତଲା ଦାୟର ହୋଇଥିବା ବେଳେ ତଦନ୍ତ ଚାଲୁରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.