ETV Bharat / bharat

ମାତ୍ର 4 ଜଣଙ୍କୁ ଜଗୁଛନ୍ତି 3000 SPG - SPG କମାଣ୍ଡୋ

SPG କେବଳ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ସୁରକ୍ଷା ଦେଇଥାନ୍ତି । ଦେଶର ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ବଳରୁ SPG କମାଣ୍ଡୋଙ୍କୁ ବଛାଯାଇଥାଏ ।

SPG କମାଣ୍ଡୋ(ଫାଇଲ ଫଟୋ)
author img

By

Published : Aug 27, 2019, 12:42 PM IST

Updated : Aug 27, 2019, 1:58 PM IST

ନୂଆଦିଲ୍ଲୀ: ସ୍ବତନ୍ତ୍ର ସୁରକ୍ଷା ବଳ ବା SPG କମାଣ୍ଡୋଙ୍କୁ ଦେଶର ସବୁଠାରୁ ସୁଦୃଢ ଓ ସୁପ୍ରଶିକ୍ଷିତ ସୁରକ୍ଷାକର୍ମୀ ଭାବେ ବିବେଚନା କରାଯାଏ । ଭିଭିଆଇପିଙ୍କ ସୁରକ୍ଷାରେ ଏମାନେ ନିୟୋଜିତ ହୋଇଥାନ୍ତି । ସରକାରୀ ସୂତ୍ର ଅନୁସାରେ ଏବେ ଏହି କମାଣ୍ଡୋ ମାତ୍ର 4 ଜଣ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି ।

SPG Commando 7
ଡିଜାଇନ ଫଟୋ

SPG କେବଳ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ସୁରକ୍ଷା ଦେଇଥାନ୍ତି । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସୁରକ୍ଷାରୁ ଏମାନଙ୍କୁ ପ୍ରତ୍ୟାହାର କରିବ ପରେ ଏବେ ଏହି କମାଣ୍ଡୋ 4 ଜଣଙ୍କୁ ସୁରକ୍ଷା ଦେଉଛନ୍ତି । ବିଭିନ୍ନ ଗୁଇନ୍ଦା ସଂସ୍ଥା ସହ ଆଲୋଚନା କରି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି କମାଣ୍ଡୋଙ୍କ ସୁରକ୍ଷା ବଳୟରୁ ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଦ ପଡିବେ ।

SPG Commando 6
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ SPG କମାଣ୍ଡୋ
SPG Commando 3
ସୋନିଆ ଗାନ୍ଧୀଙ୍କ ସୁରକ୍ଷାରେ SPG କମାଣ୍ଡୋ

ଫଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ସନ୍ତାନ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଏବେ SPG କମାଣ୍ଡୋ ଜଗୁଛନ୍ତି । SPG କମାଣ୍ଡୋଙ୍କ ଲକ୍ଷ୍ୟ ହେଉଛି ସୁରକ୍ଷାଜନିତ ତ୍ରୁଟି ଶୂନ । ଅର୍ଥାତ ଭିଭିଆଇପିଙ୍କ ସୁରକ୍ଷାରେ ଏମାନେ କୌଣସି ହେଲେ ତ୍ରୁଟି ହେବାକୁ ଦେବେ ନାହିଁ । ଏହି ଦଳରେ ପ୍ରାୟ 3000 ଶକ୍ତିଶାଳୀ କମାଣ୍ଡୋ ରହିଥାନ୍ତି । ଯେଉଁମାନେ ଉନ୍ନତ ତଥା ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହେବା ସହ ସମସ୍ତ ପ୍ରକାର ଗାଡି ଚଳାଇବାର ଟ୍ରେନିଂ ନେଇଥାନ୍ତି । ବିଶ୍ବର ପ୍ରାୟ ସବୁ ପ୍ରକାର ହତିଆର ଚଳାଇବା କୌଶଳ ଏମାନଙ୍କୁ ଜଣା ।

SPG Commando 4
SPG କମାଣ୍ଡୋ

SPG କମାଣ୍ଡୋଙ୍କୁ ଦେଶର ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ବଳରୁ ବଛାଯାଇଥାଏ । ପଦୋନ୍ନତି ଆଧାରରେ ଏମାନଙ୍କୁ ଚୟନ କରାଯାଇ ନିଯୁକ୍ତି ଦିଆଯାଇଥାଏ । ନେତୃତ୍ବ ନେବାର ଦକ୍ଷତା ସହ ଏମାନଙ୍କ ପାଖରେ ସବୁପ୍ରକାର ଗୁଣ ଭର୍ତ୍ତି ହୋଇଥାଏ । ତତକ୍ଷଣାତ ସୁରକ୍ଷାଜନିତ ନିଷ୍ପତ୍ତି ସହ ଆଗରୁ ଲିଡ କରିବାର କୌଶଳ ଏମାନଙ୍କୁ ଭଲ ଭାବେ ଜଣା । ଭିଭିଆଇପିଙ୍କ ସୁରକ୍ଷା ନିଷ୍ପତ୍ତିରେ ଏମାନଙ୍କୁ ପ୍ରାଧାନ୍ୟ ଦିଆଯାଏ । ଏମାନେ ହିଁ ପ୍ରଥମେ ସମସ୍ତ ସୁରକ୍ଷାଜନିତ ନିଷ୍ପତ୍ତି ନେଇଥାନ୍ତି । ଭିଭିଆଇପିଙ୍କ ଗସ୍ତର 24 ଘଣ୍ଟା ପୂର୍ବରୁ ଏମାନେ ସମଗ୍ର ଆୟୋଜନ ସ୍ଥଳୀର ଭଲ ଭାବେ ଯାଞ୍ଚ କରିଥାନ୍ତି ।

SPG Commando 5
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ SPG କମାଣ୍ଡୋ

ଏଥିପାଇଁ ଏହି କମାଣ୍ଡୋ ଏକ ସ୍ବତନ୍ତ୍ର ‘ବ୍ଲୁ ବୁକ’ ଅନୁସରଣ କରନ୍ତି । ଏହାସହ ଏମାନେ ନିଜ ସାଙ୍ଗରେ ସବୁବେଳେ ଅତ୍ୟାଧୁନିକ ବନ୍ଧୁକ, ଅନ୍ଧାରରେ ଦେଖିପାରୁଥିବା ଚଷମା, ବୁଲେଟ ପ୍ରୁଫ ଜ୍ୟାକେଟ, ହାତ ଓ ଆଣ୍ଠୁ ଲାଗି ସ୍ବତନ୍ତ୍ର ଗ୍ଲୋଭସ ରଖିଥାନ୍ତି । ଏମାନଙ୍କୁ SUV, BMW, ଟୋୟୋଟା ଓ ରେଞ୍ଜ ରୋଭର୍ସ ଭଳି ବୁଲେଟ ପ୍ରୁଫ ଗାଡି ଯୋଗାଯାଇଥାଏ । ଦରକାର ପଡିଲେ ଏମାନେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ମଧ୍ୟ ବ୍ୟବହାର କରିଥାନ୍ତି ।

SPG Commando 2
SPG କମାଣ୍ଡୋ

ପ୍ରଥମେ 1985ରେ ଏହି ଏଜେନ୍ସି ଆରମ୍ଭ ହୋଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାଣ୍ଡ ପରେ ଏହି ଏଜେନ୍ସିକୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ ଦିଆଯାଇଥିଲା । ଏଥିପାଇଁ ସଂସଦରେ 1988ରେ SPG ଆକ୍ଟ ପାସ ହୋଇଥିଲା । ପରବର୍ତ୍ତୀ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରବର୍ଗଙ୍କୁ ସୁରକ୍ଷା ଦେବା ଲାଗି ଏହି ଆକ୍ଟରେ କିଛି ସଂଶୋଧନ କରାଯାଇଥିଲା ।

Intro:Body:

d6uijk

Conclusion:
Last Updated : Aug 27, 2019, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.