ETV Bharat / bharat

କେବଳ ରାଜ୍ୟ ସରକାରଙ୍କ ଅନୁରୋଧରେ ଟ୍ରେନ ଚଳାଚଳ କରୁଛି: ରେଳବାଇ - Ministry of Railways

ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ତଥା ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କ ପାଇଁ ଚାଲୁଥିବା କିଛି ସ୍ବତନ୍ତ୍ର ଟ୍ରେନ କେବଳ ରାଜ୍ୟ ସରକାର ମାନଙ୍କ ଅନୁରୋଧ କ୍ରମେ ଚଳାଚଳ କରୁଛି ବୋଲି ରେଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଅଧିକ ପଢନ୍ତୁ...

Special Trains are being run for stranded people due to lockdown on request of state govts only, Ministry of Railways
କେବଳ ରାଜ୍ୟ ସରକାରଙ୍କ ଅନୁରୋଧରେ ଟ୍ରେନ ଚଳାଚଳ କରୁଛି: ରେଳବାଇ
author img

By

Published : May 3, 2020, 12:21 PM IST

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ତଥା ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କ ପାଇଁ ଚାଲୁଥିବା କିଛି ସ୍ବତନ୍ତ୍ର ଟ୍ରେନ କେବଳ ରାଜ୍ୟ ସରକାର ମାନଙ୍କ ଅନୁରୋଧ କ୍ରମେ ଚଳାଚଳ କରୁଛି ବୋଲି ରେଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ସେହିପରି ଅନ୍ୟ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବା ସ୍ଥଗିତ ରହିଥିବା ରେଳବାଇ ପକ୍ଷରୁ କୁହାଯାଇଛି ।

ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ତଥା ବିଭିନ୍ନ ସ୍ଥାନରେ ଫସି ରହିଥିବା ବ୍ୟକ୍ତିଙ୍କ ପାଇଁ ଚାଲୁଥିବା କିଛି ସ୍ବତନ୍ତ୍ର ଟ୍ରେନ୍ କେବଳ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଚଳାଚଳ କରୁଛି ।’ସେହିପରି ପାର୍ସଲ ଟ୍ରେନ ସେବାକୁ ଛାଡି ଅନ୍ୟ ସମସ୍ତ ଟ୍ରେନ ସେବା ବାତିଲ କରାଯାଇଛି ।

ଚଳାଚଳ କରୁଥିବା ଟ୍ରେନରେ କେବଳ ରାଜ୍ୟ ସରକାର ଆଣିଥିବା ଯାତ୍ରୀମାନଙ୍କୁ ରେଳବାଇ ଗ୍ରହଣ କରୁଛି । ଅନ୍ୟ କୌଣସି ଯାତ୍ରୀ କିମ୍ବା ବ୍ୟକ୍ତିବିଶେଷଙ୍କୁ ଷ୍ଟେସନକୁ ଆସିବାକୁ ଅନୁମତି ଦିଆଯାଇନାହିଁ । କୌଣସି ଷ୍ଟେସନରେ ମଧ୍ୟ ଟିକେଟ ବିକ୍ରୟ କରାଯାଉନାହିଁ । କୌଣସି ସାଧାରଣ ଟ୍ରେନ ଚଳାଚଳ କରୁ ନଥିବାରୁ କେହି ରେଳଷ୍ଟେସନକୁ ଆସିବା ଉଚିତ ନୁହେଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ଟ୍ରେନ ଚଳାଚଳ ସଂପର୍କରେ କୌଣସି ମିଥ୍ୟା ଖବର ପ୍ରଚାର କରିବା ଉଚିତ ନୁହେଁ ବୋଲି ପ୍ରକାଶ କରିଛି ।

ସୂଚନାଯୋଗ୍ୟ ଟ୍ରେନ ଚଳାଚଳ କରିବା ଖବର ପ୍ରଚାରିତ ହେବା ପରେ ହାଇଦ୍ରାବାଦ ସମେତ ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଷ୍ଟେସନରେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ପୋଲିସ ଓ ପ୍ରଶାସନ ସହାୟତାରେ ସେମାନଙ୍କୁ ଫେରାଇ ଦିଆଯାଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.