ETV Bharat / bharat

ଭାଇଚାରାକୁ ବଞ୍ଚେଇ ରଖିଛି ପାରମ୍ପରିକ ପର୍ବ ବୁଢୀ ଦିପାବଳୀ

ବୁଢୀ ଦିପାବଳୀ ଗିରିପାର କ୍ଷେତ୍ରର 125 ପଞ୍ଚାୟତରେ ପ୍ରତ୍ୟେକ ବର୍ଷ ଆନନ୍ଦ ଉଲ୍ଲାସ ଓ ପାରମ୍ପାରିକ ଭାବେ ପାଳନ କରାଯାଇଥାଏ । ମଧ୍ୟ ରାତ୍ରୀରେ ଗ୍ରାମବାସୀ ମଶାଲ ଧରି ବାହାରିଥାନ୍ତି ଏହି ପର୍ବ ଏକ ସପ୍ତାହ ଧରି ପାଳନ କରାଯାଇଥାଏ ।

author img

By

Published : Aug 25, 2019, 3:10 AM IST

Updated : Aug 25, 2019, 7:33 AM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସିମଲା: ହିମାଚଳ ପ୍ରଦେଶର ସିରମୌର ଜିଲ୍ଲା ସ୍ଥିତ ଗିରିପାରରେ ମୁଖ୍ୟ ଦିପାବଳୀ ପର୍ବର ଏକ ମାସପରେ ବୁଢୀ ଦିପାବଳୀ ପର୍ବ ପାଳନ କରାଯାଇଥାଏ । ଏହି ପରମ୍ପରା ଅନେକ ଦିନରୁ ଚାଲିଆସୁଛି । ଏହି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭାଇଚାର ସହ ସହଯୋଗ ଭାବନା ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା କଣ ଏହି ପରମ୍ପରା ଆଉ କାହିଁକି ପାଳନ କରାଯାଏ ଏହି ପର୍ବ ।

ବୁଢୀ ପର୍ବରେ ଗ୍ରାମବାସୀ ମାନେ ନିଜର ବିବାହିତା ଝିଅ ଓ ଭଉଣୀଙ୍କୁ ଆମନ୍ତ୍ରିତ କରିଥାନ୍ତି । ଏହି ଦିନ ଗାଁରେ ପାରମ୍ପାରିକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ଏହାସହ ସୁଖିଲା ଭୋଗ, ଅଖରୋଟ ଆଦି ବାଣ୍ଟି ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି । ଏହାପରେ ସ୍ଥାନୀୟ ଲୋକ ଲିମ୍ବର ନୃତ୍ୟୁ କରୁଥିବାବେଳେ କିଛି ଗାଁରେ ହାରୁଲ ଗୀତର ତାଳେ ବଢେଚୁ ଓ ବୁଢିୟାତ ନୃତ୍ୟ କରାଯାଇଥାଏ । ବୁଢୀ ଦିପାବଳୀ ଗିରିପାର କ୍ଷେତ୍ରର 125 ପଞ୍ଚାୟତରେ ପ୍ରତ୍ୟେକ ବର୍ଷ ଆନନ୍ଦ ଉଲ୍ଲାସ ଓ ପାରମ୍ପାରିକ ଭାବେ ପାଳନ କରାଯାଇଥାଏ । ମଧ୍ୟ ରାତ୍ରୀରେ ଗ୍ରାମବାସୀ ମଶାଲ ଧରି ବାହାରିଥାନ୍ତି ଏହି ପର୍ବ ଏକ ସପ୍ତାହ ଧରି ପାଳନ କରାଯାଇଥାଏ ।

ବିଳମ୍ବରେ ମିଳିଥିଲା ଭଗବାନ ରାମଙ୍କ ଫେରିବାର ଖବର

କୁହାଯାଏ ଯେ, ଗିରିପାରରେ ଭଗବାନ ରାମଙ୍କ ଅଯୋଧ୍ୟା ଫେରିବାର ଖବର ଏକ ମାସ ପରେ ମିଳିଥିଲା । ସେଥିପାଇଁ ସମଗ୍ର ଭାରତରେ ଯେଉଁଦିନ ଦିପାବଳୀ ପାଳନ କରାଯାଏ । ଏଠାରେ ଏକ ମାସ ପରେ ଦିପାବଳୀ ପାଳିଥାନ୍ତି ଲୋକେ । ଯାହା ବୁଢୀ ଦିପାବଳୀ ଭାବେ ପ୍ରସିଦ୍ଧ । ଏହି ଦିନ ସନୈଚରୀ ଅମାବାସ୍ୟା ପଡୁଥିବାରୁ ଏହାର ମହତ୍ତ୍ବ ଆହୁରି ବଢିଯାଇଥାଏ ।

ପାଣ୍ଡବ ବଂଶଜ କରନ୍ତି ବଳୀରାଜ ଦହନ

ପାଣ୍ଡବ ବଂଶର ଲୋକମାନଙ୍କର ବିଶ୍ବାସ ରହିଛି ଯେ, ଅମାବାସ୍ୟା ରାତିରେ ମଶାଲ ଧରି ବାହାରିଲେ ଉକ୍ତ ଅଞ୍ଚଳରେ ନକରାତ୍ମକ ଶକ୍ତିର ପ୍ରବେଶ ହୁଏନାହିଁ ଆଉ ଗାଁରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ସେହିପରି କୌରବ ବଂଶଜ ମାନେ ମଧ୍ୟ ମଶାଲ ଶୋଭାଯାତ୍ରା କରିଥାନ୍ତି । ଗାଁର ଏକ ବିଶେଷ ସ୍ଥାନରେ ସମସ୍ତେ ଏକାଠି ହୋଇ ବଳିରାଜ ଦହନର ପରମ୍ପରା ହୋଇଥାଏ । ଗିରିପାର କ୍ଷେତ୍ରରେ ମୁଖ୍ୟ ଦିପାବଳୀ ପର୍ବ ଧୁମଧାମରେ ପାଳନ କରାଯାଉଥିଲେ ମଧ୍ୟ ବୁଢୀ ଦିପାବଳୀ ପର୍ବର ଭୂମିକା କିଛି ଅଲଗା ରହିଛି ।

Intro:Body:Conclusion:
Last Updated : Aug 25, 2019, 7:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.