ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଡେଙ୍ଗୁ ଡର । ରାଜ୍ୟରେ ବଢିଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାରେ ସରକାର । ଯେଉଁ କାରଣରୁ ଏହି ରୋଗକୁ ରୋକିବା ପାଇଁ ଏକ ସ୍ବତନ୍ତ୍ର ମଶା ଟର୍ମିନେଟର ଟ୍ରେନ ଅଭିଯାନ ଆରମ୍ଭ କରିଛନ୍ତି । 30ଅଗଷ୍ଟରୁ ଏହାର ଶୁଭାରମ୍ଭ କରାଯିବ । ଏହାକୁ ସାଉଥ୍ ଏମସିଡି ନେତା ଏବଂ ଅଧିକାରୀଙ୍କ ସହ ଦିଲ୍ଲୀ ଷ୍ଟେସନରୁ ଶୁଭାରମ୍ଭ କରିବେ ।
ଏନେଇ ଅଧିକାରୀ କହିଛନ୍ତି, ଚଳିତ ବର୍ଷ ଏହି ଟ୍ରେନ୍ ଦିଲ୍ଲୀରୁ ନିଜର ଅଭିଯାନ ଆରମ୍ଭ କରିବ । ଏକମାସ(30-4 ଅକ୍ଟୋବର) ପର୍ଯ୍ୟନ୍ତ ଏହା ରେଳ ଷ୍ଟେସନର ବିଭିନ୍ନ ଅଞ୍ଚଳରେ ଔଷଧ ଛିଞ୍ଚନ କରିବ । ପୂର୍ବରୁ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ଏକ ସମୟସାରଣୀ ମଧ୍ୟ ପ୍ରସ୍ତୁତ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମ ପାଇଁ ରେଳବାଇ ଏକ ବିଶେଷ ଡିବିଏମ୍କେ(DBKM) ୱାଗନର ବ୍ୟବହାର କରିଥାଏ । ଯାହା ଉପରେ ଏକ ବୃହତ ଟ୍ରାକକୁ ଚଢାଇ ସ୍ପ୍ରେ କରିଥାଏ । ଏହି ଟ୍ରାକ୍ ପ୍ରତିଦିନ ସକାଳ 5ରୁ 9ଟା ପର୍ଯ୍ୟନ୍ତ ପ୍ରତି ଅଞ୍ଚଳରେ ବୁଲି କୀଟନାଶକ ଛିଞ୍ଚନ କରିଥାଏ ।
ତେବେ ଏଥର ଏହି ରେଳ ଦୟାବସ୍ତି, ସେବା ନଗର, ଲାଜପତ ନଗର, ହଜରତ ନିଜାମୁଦ୍ଦୀନ, ଲୋଧୀ କୋଲନୀ ଆଦି ଅଞ୍ଚଳରେ ନିଜର ଛିଞ୍ଚନ ପ୍ରକ୍ରିୟା କରିବ ।