ETV Bharat / bharat

'ଅସାମାଜିକ ତତ୍ତ୍ବ ଭାଙ୍ଗିଥିଲେ ବାବ୍ରୀ ଢାଞ୍ଚା, ଭିଡ ଅଟକାଇବାକୁ ପ୍ରୟାସ କରିଥିଲେ ଅଭିଯୁକ୍ତ'

author img

By

Published : Sep 30, 2020, 5:06 PM IST

ସ୍ବତନ୍ତ୍ର ବିଚାରପତି ଏସ.କେ ଯାଦବ କହିଛନ୍ତି ଯେ କେବଳ ଫଟୋଗ୍ରାଫ ଆଧାରରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ। ସମସ୍ତ ଅଭିଯୁକ୍ତ ବାବ୍ରୀ ଢାଞ୍ଚାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ହଠାତ ଜନସାଧରଣଙ୍କ ଭିଡ ସେଠାରେ ପହଞ୍ଚି ଢାଞ୍ଚା ଧ୍ବଂସ କରିଦେଇଥିଲେ । ଅଧିକ ପଢନ୍ତୁ...

'ଅସାମାଜିକ ତତ୍ତ୍ବ ଭାଙ୍ଗିଥିଲେ ବାବ୍ରୀ ଢାଞ୍ଚା, ଭିଡକୁ ଅଟକାଇବାକୁ ପ୍ରୟାସ କରିଥିଲେ ଅଭିଯୁକ୍ତ'

ଲକ୍ଷ୍ନୌ: ବାବ୍ରୀ ମସଜିଦ ଧ୍ବଂସ ମାମଲାରେ ଦୀର୍ଘ 28 ବର୍ଷ ପରେ ରାୟ ଶୁଣାଇଛନ୍ତି ଲକ୍ଷ୍ନୌର ସ୍ବତନ୍ତ୍ର ସିବିଆଇ କୋର୍ଟ । ସମସ୍ତ 32 ଅଭିଯୁକ୍ତ ନିର୍ଦ୍ଦୋଶରେ ହୋଇଛନ୍ତି ଖଲାସ । କେବଳ କିଛି ଫଟୋରେ କୌଣସି ପ୍ରମାଣିତ ହୋଇପାରିବ ନାହିଁ ବୋଲି ନିଜ ରାୟରେ କହିଛନ୍ତି ଅଦାଲତ । ଏହି ମାମଲାରେ ପ୍ରମାଣ ନଷ୍ଟ କରାଯାଇଛି । ଏଣୁ ଫଟୋ, ଭିଡିଓ ଆଧାରରେ ସାକ୍ଷ ଗ୍ରହଣ ହୋଇପାରିବ ନାହିଁ ବୋଲି କୋର୍ଟ କହିଥିବା ପ୍ରତିକ୍ରିୟା ଦେଇଛନ୍ତି ଆଇନଜୀବୀ ପ୍ରଶାନ୍ତ ସିଂହ ।

2300 ପୃଷ୍ଠାର ରାୟରେ ସ୍ବତନ୍ତ୍ର ବିଚାରପତି ଏସ.କେ ଯାଦବ କହିଛନ୍ତି ଯେ କେବଳ ଫଟୋଗ୍ରାଫ ଆଧାରରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ। ସମସ୍ତ ଅଭିଯୁକ୍ତ ବାବ୍ରୀ ଢାଞ୍ଚାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ହଠାତ ଜନସାଧରଣଙ୍କ ଭିଡ ସେଠାରେ ପହଞ୍ଚି ଢାଞ୍ଚା ଧ୍ବଂସ କରିଦେଇଥିଲେ । ହେଲେ ସମସ୍ତ ଦୋଷମୁକ୍ତ ହୋଇସାରିଥିବା ଅଭିଯୁକ୍ତ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ।

ସ୍ବତନ୍ତ୍ର ବିଚାରପତି ଏସ.କେ ଯାଦବ କହିଛନ୍ତି ଯେ ଏହି ଘଟଣା ପୂର୍ବରୁ ଯୋଜନାବଦ୍ଧ ନଥିଲା । ଘଟଣା ଅଚାନକ ଘଟିଥିଲା ଏବଂ ଜନସାଧାରଣ ଢାଞ୍ଚାକୁ ଭାଙ୍ଗି ଦେଇଥିଲେ | କୋର୍ଟ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ ବିଶ୍ବ ହିନ୍ଦୁ ପରିଷଦ ମୁଖ୍ୟ ଅଶୋକ ସିଙ୍ଗଲଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.