ETV Bharat / bharat

ଅନ୍ତିମ ପର୍ଯ୍ୟାୟରେ ଅନ୍ତରୀକ୍ଷ ଗତିବିଧି ବିଲ : ଇସ୍ରୋ - ଆର ଉମା ମହେଶ୍ବରମ

ସ୍ପେସ ଆକ୍ଟିଭିଟିସ ବିଲ - ଭାରତ ପାଇଁ ଏକ ଦୀର୍ଘ-ବିଚାରାଧୀନ ଉତ୍ସର୍ଗୀକୃତ ସ୍ପେସ ଆଇନ । ଏହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି । ଖୁବଶୀଘ୍ର ଏହାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିବ ବୋଲି ଆଶା ରହିଛି । ଅଧିକ ପଢନ୍ତୁ..

ଅନ୍ତିମ ପର୍ଯ୍ୟାୟରେ ଅନ୍ତରୀକ୍ଷ ଗତିବିଧି ବିଲ : ଇସ୍ରୋ

author img

By

Published : Aug 20, 2020, 6:49 PM IST

ବେଙ୍ଗାଲୁରୁ: ସ୍ପେସ ପଲିସି ଏବଂ ସ୍ପେସ ଆକ୍ଟିଭିଟି ବିଲ ଏବେ ଅନ୍ତିମ ପର୍ଯ୍ଯାୟରେ ରହିଛି। ଖୁବ ଶୀଘ୍ର ଏହାର ଅନୁମୋଦନ ପାଇଁ କେନ୍ଦ୍ର କ୍ୟାବିନେଟ ସମ୍ମୁଖରେ ରଖାଯିବ । ଏ ନେଇ ଆନ୍ତ-ମନ୍ତ୍ରୀସ୍ତରୀୟ ପରାମର୍ଶ ଆରମ୍ଭ ହୋଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ର ସାଇଣ୍ଟିଫିକ ସଚିବ ଆର ଉମା ମହେଶ୍ବରମ କହିଛନ୍ତି ।

ଏହି ବିଲ ସ୍ପେସ କାର୍ଯ୍ୟକଳାପକୁ ବାଖ୍ୟା କରିଥାଏ ।ଇସ୍ରୋ ଦ୍ବାରା ଆୟୋଜିତ ୱେବିନାରରେ ‘ ସ୍ପେସ ସେକ୍ଟରରେ ଭାରତର ସମ୍ଭାବନାକୁ ଅନଲକ ’ ଶୀର୍ଷକୁ ଦର୍ଶାଇ ମହେଶ୍ବରମ ଆହୁରୀ ମଧ୍ୟ କହିଛନ୍ତି କି, ଏହି ବିଲକୁ ଶାଘ୍ର କ୍ୟାବିନେଟକୁ ପଠାଯିବ । ଯାହା ପରେ ଏହାକୁ ସଂସଦରେ ଆଗକ କରାଯିବ । ଯାହା ପାଇଁ ଏକ ଆକ୍ଟ ଅଧିନରେ ମତଦାନ ବା ଭୋଟ କରାଯିବ ।

‘‘ ବର୍ତ୍ତମାନ ପାଇଁ ଉଦ୍ୟୋଗକୁ ଆଗକୁ ବଢାଇପାରିବା । କାମ ଆରମ୍ଭ ପାଇଁ ଉଦ୍ୟୋଗ ଇଣ୍ଡିଆନ ନ୍ୟାସନାଲ ସ୍ପେସ ପ୍ରମୋସନ ଆଣ୍ଡ ଅଥରାଇଜେସନ ସେଣ୍ଟର (IN-SPACe) ସହ ମିଶି କାମ କରିପାରିବ । କିନ୍ତୁ ଯେତେବଳେ ଯାନବାହାନ ଉତକ୍ଷେପଣ କରିବାର ସମୟ ଆସେ କିମ୍ବା ଯେତେବେଳେ ସେମାନେ ଉପଗ୍ରହ ସହିତ ପ୍ରସ୍ତୁତ ହୁଅନ୍ତି, ସେତେବେଳେ ବିପଦ ଏବଂ liabilities ଏବଂ ନିୟମାବଳୀ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ମହେଶ୍ବରମ କହିଛନ୍ତି ।

ସେ ଏକ ନୂଆ ନାଭିଗେସନ ପଲିସି ଆଣିବାକୁ ମଧ୍ୟ ସଙ୍କେତ ଦେଇଛନ୍ତି କିନ୍ତୁ ଅଧିକ ବିବରଣୀ ପ୍ରକାଶ କରି ନାହାଁନ୍ତି।

2020 ଜୁନ ମାସରେ ସରକାର ଭାରତୀୟ ମହାକାଶ କ୍ଷେତ୍ରରେ ଏକ ପ୍ରମୁଖ ସଂସ୍କାର ନେଇ ଘୋଷଣା କରିଥିଲେ । ସରକାର ଏହି କ୍ଷେତ୍ରରେ ଘରୋଇ କମ୍ପାନୀଙ୍କ ଯୋଗଦାନ ନେଇ ଘୋଷଣା କରିଥିଲେ । ଏହା ଅନୁସାରେ ଘରୋଇ ସେକ୍ଟର ରକେଟ, ଉପଗ୍ରହ ନିର୍ମାଣ ଏବଂ ଉତକ୍ଷେପଣ ସେବା ଯୋଗାଇବା ଭଳି ମହାକାଶ କାର୍ଯ୍ୟକଳାପରେ ଯୋଗଦାନ ଦେଇପାରିବେ ।

ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ ଖୁବ ଶୀଘ୍ର ଅନୁମୋଦନ ପାଇଁ ଏକ ବ୍ୟବସ୍ଥା ଲାଗୁ ହେବ ଯାହା କୌଣସି ପ୍ରତିବନ୍ଧକ ବିନା ଏହି କାର୍ଯ୍ୟକଳାପକୁ ସକ୍ଷମ କରିବ ।

ସ୍ପେସ ପଲିସି ଏବଂ ସ୍ପେସ କାର୍ଯ୍ୟକଳାପ ବିଲ ଏହି ରଣନୀତିକ କ୍ଷେତ୍ରରେ ଆଇନଗତ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.