ଲକ୍ଷ୍ନୌ: ପଶ୍ଚିମବଙ୍ଗ ପରେ ଏବେ ଉତ୍ତର ପ୍ରଦେଶରେ ଦେଖାଦେଇଛି ରାଜନୈତିକ ହିଂସା । ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ସମାଜବାଦୀ ପାର୍ଟିର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣା ପଡିଛି । ଜିଲ୍ଲାର ସରାୟ ଖ୍ବାଜା ଥାନା ଅନ୍ତର୍ଗତ ଶାହଗଞ୍ଜ ଜୌନପୁର ରାଜପଥ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି ।
ସୂଚନା ମୁତାବକ, ସପା ନେତା ଲାଲଜି ଯାଦବ ଶୁକ୍ରବାର ସକାଳ ପ୍ରାୟ 10 ଟା ସମୟରେ ନିଜ ସ୍କର୍ପିଓରେ ଜୌନପୁର ଯାଉଥିଲେ । ଏହି ସମୟରେ 3 ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।