ETV Bharat / bharat

‘ମୋଦି ଓ ଯୋଗୀଙ୍କୁ କ୍ଷମତାଚ୍ୟୁତ ନ କରିବା ପର୍ଯ୍ୟନ୍ତ ଭାଙ୍ଗିବନି ଏସପି-ବିଏସପି ମେଣ୍ଟ’

କେନ୍ଦ୍ରରୁ ମୋଦି ସରକାର ଓ ଉତ୍ତରପ୍ରଦେଶରୁ ଯୋଗୀ ସରକାରଙ୍କୁ କ୍ଷମତାରୁ ନ ହଟାଇବା ପର୍ଯ୍ୟନ୍ତ ଏସପି-ବିଏସପି ମେଣ୍ଟ ଭାଙ୍ଗିବନି ବୋଲି ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ।

author img

By

Published : May 9, 2019, 10:19 AM IST

ଫାଇଲ ଫଟୋ

ଲକ୍ଷ୍ନୌ: କେନ୍ଦ୍ରରୁ ମୋଦି ସରକାର ଓ ଉତ୍ତରପ୍ରଦେଶରୁ ଯୋଗୀ ସରକାରଙ୍କୁ କ୍ଷମତାରୁ ନ ହଟାଇବା ପର୍ଯ୍ୟନ୍ତ ଭାଙ୍ଗିବନି ଏସପି-ବିଏସପି ମେଣ୍ଟ । ଯେତେ ଚେଷ୍ଟା କଲେ ମଧ୍ୟ ଏ ମେଣ୍ଟକୁ କେହି ଭାଙ୍ଗିପାରିବେ ନାହିଁ ବୋଲି ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ।

ମେଣ୍ଟ ଦୀର୍ଘଦିନ ପର୍ଯ୍ୟନ୍ତ ରହିବ । ଉଭୟ କେନ୍ଦ୍ର ଓ ରାଜ୍ୟରୁ ଯେପର୍ଯ୍ୟନ୍ତ ବିଜେପି ସରକାର ନ ହଟିଛି, ସେ ପର୍ଯ୍ୟନ୍ତ ମେଣ୍ଟ ଜାରି ରହିବ ବୋଲି ଆଜମଗଡର ଏକ ନିର୍ବାଚନୀ ସଭାରେ ବିଏସପି ମୁଖ୍ୟ ଆଲୋକପାତ କରିଛନ୍ତି । ଯୋଗୀଙ୍କୁ ତାଙ୍କ ମଠକୁ ନ ପଠାଇବା ପର୍ଯ୍ୟନ୍ତ ମେଣ୍ଟ ବଳବତ୍ତର ରହିବ ବୋଲି ମଧ୍ୟ ସେ କହିଛନ୍ତି ।

ଆଜମଗଡରେ ବିଜେପି ଉପରେ ବର୍ଷିବା ସହ ବିଜେପିର ଖରାପ ସମୟ ମେ 23 ତାରିଖ ପରେ ଆରମ୍ଭ ହେବ ବୋଲି ସେ ଦର୍ଶାଇଛନ୍ତି । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ଉତ୍ତରପ୍ରଦେଶରେ ବିଜେପି କେଉଁଠାରେ ବି ଦେଖାଯାଉନଥିବାରୁ ମୋଦି ପୁଣି ଥରେ କ୍ଷମତାକୁ ଫେରିପାରିବେ ନାହିଁ ବୋଲି ମାୟାବତୀ କହିଛନ୍ତି ।

ସୂଚନା ଥାଉକି, ଆଜମଗଡରୁ ଏସପି ମୁଖ୍ୟ ଅଖିଳେଶ ଯାଦବ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.