ଥିରୁଅନନ୍ତପୁରମ୍: ପାଣିପାଗ ବିଭାଗ ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳରେ ପହଞ୍ଚିଛି। ଆଇଏମଡି ଡେପୁଟି ଡିରେକ୍ଟର ଜେନେରାଲ କୁମାର ଶର୍ମା ସୋମବାର କହିଛନ୍ତି ଯେ ଆଜି ମୌସୁମୀ କେରଳରେ ପହଞ୍ଚିଛି। ଦାଦ୍ରାନଗର ହାଭେଳି, ଉତ୍ତର କୋଙ୍କଣ, ଉତ୍ତର-ମଧ୍ୟ ମହାରାଷ୍ଟ୍ର, ଡାମନଡିୟୁରେ 4 ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବ। ତେଣୁ ଲୋକଙ୍କୁ ଏଠାରେ ଅଧିକ ସତର୍କ ରହିବାକୁ ପଡିବ ।
କେରଳରେ ପ୍ରବଳ ବର୍ଷା ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରାଜ୍ୟର 9 ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦେଇଛି । ପାଣିପାଗ ବିଭାଗ ଥିରୁଅନନ୍ତପୁରମ୍, କୋଲାମ୍, ପଠାନମିତ୍ର, ଆଲାପୁଝା, କୋଟାୟମ୍, ଏର୍ନାକୁଲମ୍, ଇଡୁକି, ମାଲାପୁରମ୍ ଓ କେନ୍ନର ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି।
କେରଳର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି, ଯେଉଁଥିପାଇଁ ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଥିରୁଅନନ୍ତପୁରମରେ ଦିନର ତାପମାତ୍ରା 25 ଡିଗ୍ରୀକୁ ହ୍ରାସ ପାଇଛି। ଗତ 4 ଦିନ ଧରି କେରଳ ଓ ଲାକ୍ଷାଦ୍ବୀପର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଲଗାତାର ବର୍ଷା ହୋଇଛି।
ମୌସୁମୀ ଆସିବା ପୂର୍ବରୁ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଶନିବାର କହିଛି। ପାଣିପାଗ ପୂର୍ବାନୁମାନ ଏଜେନ୍ସି ସ୍କାଏମେଟ୍ ଦାବି କରିଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଉପକୂଳକୁ ଛୁଇଁଛି। ତେବେ ବର୍ତ୍ତମାନ ପାଣିପାଗ ବିଭାଗ ସ୍କାଏମେଟର ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଯେ ବର୍ତ୍ତମାନ ପରିସ୍ଥିତି ଏପରି ଘୋଷଣା କରିବା ପାଇଁ ଅନୁକୂଳ ନୁହେଁ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ରବିବାର କହିଛନ୍ତି ଯେ ମୌସୁମୀ ଏପର୍ଯ୍ୟନ୍ତ କେରଳରେ ପହଞ୍ଚି ନାହିଁ, ଆମେ ଏହାକୁ ନିୟମିତ ତଦାରଖ କରୁଛୁ। ଆଜି କେରଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ଏହାର ପୂର୍ବାନୁମାନରେ କହିଥିଲା ଯେ ଏଥର ମୌସୁମୀ କେରଳରେ ବିଳମ୍ବ ହେବ। ତେବେ ବର୍ତ୍ତମାନ ପାଣିପାଗ ବିଭାଗ କହିଛି ଯେ ଚଳିତ ବର୍ଷ କେରଳରେ ମୌସୁମୀ ଜୁନ୍ 2 ପର୍ଯ୍ୟନ୍ତ ଆସିପାରେ।