ETV Bharat / bharat

ରାଜସ୍ଥାନରେ କ୍ୟାଣ୍ଟର ଓଲଟି 9 ମୃତ, 25 ଗୁରୁତର - jaypur

ରାଜସ୍ଥାନର ସବାଇମାଧୋପୁର ଜିଲ୍ଲାରେ ବରଯାତ୍ରୀ ଗାଡି ଓଲଟି 9 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 25 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ଇନପୁଟ
author img

By

Published : Jun 23, 2019, 11:40 PM IST

ଜୟପୁର: ରାଜସ୍ଥାନର ସବାଇମାଧୋପୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରବିବାର ଏକ ବରଯାତ୍ରୀ ଗାଡି ଓଲଟି ପଡିବା ଫଳରେ 9 ଲୋକଙ୍କର ମୃତ୍ୟୁ ହୋଇଥିବା 25 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଇନପୁଟ

ସୂଚନାମୁତାବକ, ସବାଇମାଧୋପୁର ଜିଲ୍ଲାର ବରବାଡା ରୁ ମଣ୍ଡବାରା ଏକ ବାହାଘରରେ 4 ରୁ 5ଟି ବରଯାତ୍ରୀ ଗାଡି ଯାଉଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ଗୋଟିଏ କ୍ୟାଣ୍ଟର ଓଲଟି ପଡିଥିଲା । ଯେଉଁଥିରେ ବସିଥିବା ସମସ୍ତ ଲୋକ କ୍ୟାଣ୍ଟର ତଳେ ଦବି ହୋଇଯାଇଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଲୋକମାନେ ଲାଗିପଡିଥିଲେ । ତେବେ ଗାଡି ତଳେ ଦବି ହୋଇରହିଥିବା 4 ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।

ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ବରବାଡା ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଉପକରଣ ନଥିବା ସହ ଷ୍ଟାଫ ମାନେ ଗୁରୁତରଙ୍କୁ ଭଲ ଭାବେ ଦେଖାଶୁଣା କରୁନଥିବା ଅଭିଯୋଗ ଆଣିଛନ୍ତି ଗୁରୁତରଙ୍କ ସମ୍ପର୍କୀୟ । ଏହି ଅଭିଯୋଗକୁ ଖଣ୍ଡନ କରି ଏସଡିଏମ କହିଛନ୍ତିଯେ, ଚିକିତ୍ସା ପାଇଁ ଅଧିକରୁ ଅଧିକ ଡାକ୍ତର ମଗେଇଥିବାବେଳେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।

Intro:Body:

dfgd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.