ETV Bharat / bharat

ଯକ୍ଷ୍ମାରୋଗୀଙ୍କୁ ସହାୟତାର ହାତ ବଢାଇଲେ ଅଭିନେତା ସୋନୁ ସୁଦ - ଉତ୍ତରପ୍ରଦେଶ ଭଦୋଇ ଝିଅ

ପୁଣି ମାନବିକତାର ପରିଚୟ ଦେଲେ ଅଭିନେତା ସୋନୁ ସୁଦ । ସୋସିଆଲ ମିଡିଆରୁ ଜଣେ ଯକ୍ଷ୍ମାରୋଗୀଙ୍କ ବାବଦରେ ସୂଚନା ପାଇ ସହାୟତାରେ ହାତ ବଢାଇଲେ । ଅଧିକ ପଢନ୍ତୁ...

ଯକ୍ଷ୍ମାରୋଗୀଙ୍କୁ ସହାୟତାର ହାତ ବଢାଇଲେ ଅଭିନେତା ସୋନୁ ସୁଦ

author img

By

Published : Oct 24, 2020, 9:24 PM IST

ଲକ୍ଷ୍ନୌ: ପୁଣି ମାନବିକତାର ପରିଚୟ ଦେଲେ ଅଭିନେତା ସୋନୁ ସୁଦ । ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ଜଣେ 22 ବର୍ଷର ଯୁବତୀ ପ୍ରତିଭାଙ୍କ ଚିକିତ୍ସା ପାଇଁ ଦୂତ ଭାବେ ଉଭା ହୋଇଛନ୍ତି ସୋନୁ ସୁଦ । ଯକ୍ଷ୍ମା ରୋଗରେ ପୀଡିତ ପ୍ରତିଭା ଚିକିତ୍ସା ପାଇଁ ଟ୍ବିଟରରେ ସାହାଯ୍ୟ ମାଗିଥିଲେ । ଏହି ଖବର ସୋନୁ ସୁଦ ପାଖରେ ପହଞ୍ଚିବା ପରେ ସେ ପ୍ରତିଭାଙ୍କ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରିଛନ୍ତି ।

ଯକ୍ଷ୍ମାରୋଗୀଙ୍କୁ ସହାୟତାର ହାତ ବଢାଇଲେ ଅଭିନେତା ସୋନୁ ସୁଦ
ଯକ୍ଷ୍ମାରୋଗୀଙ୍କୁ ସହାୟତାର ହାତ ବଢାଇଲେ ଅଭିନେତା ସୋନୁ ସୁଦ

ସୂଚନା ଅନୁଯାୟୀ ଘୋସିଆ ନାମକ ଏକ ଗାଁରେ ପରିବାର ସହ ରହୁଥିଲେ ପ୍ରତିଭା । ସେ ତାଙ୍କ ବାପାଙ୍କ ଉପରେ ରାଗି ଘରଛାଡି ଦିଲ୍ଲୀର ନୋଏଡାରେ ଏକ ପାର୍ଲର ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିଲେ । ସେଠାରେ ତାଙ୍କର ଏକ ଦୁର୍ଘଟଣାରେ ଗୋଡରେ ଗଭୀର ଆଘାତ ଲାଗିଥିଲା । ଚିକିତ୍ସା ଅଭାବରୁ ପ୍ରତିଭାଙ୍କର ହାଡ ଯକ୍ଷ୍ମା ରୋଗରେ ପୀଡିତ ହେଲେ । ପରେ ଆର୍ଥିକ ସଙ୍କଟ ଦେଖାଦେବାରୁ ପ୍ରତିଭା ଘୋସିଆର ନିଜଘରକୁ ଫେରି ଆସିଥିଲେ ।

ଘରେ ମଧ୍ୟ ସମସ୍ୟାର ସମାଧାନ ହୋଇନପାରିବାରୁ ପ୍ରତିଭା ତାଙ୍କ ଅସୁବିଧା ବାବଦରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଭିନେତା ସୋନୁ ସୁଦଙ୍କ ପାଖରେ ପହଞ୍ଚିଥିଲା । ସୋନୁ ସୁଦ ପୋଷ୍ଟ ଦେଖି ପ୍ରତିଭାଙ୍କୁ ସୁସ୍ଥ କରିବାକୁ ପ୍ରତିଶୃତି ଦେଇଥିଲେ ।

ତେବେ ପ୍ରତିଭାଙ୍କ ଚିକିତ୍ସା ପାଇଁ ତାଙ୍କୁ ହରିୟାଣାର କର୍ଣ୍ଣେଲ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ସୋନୁ ସୁଦଙ୍କ ଟ୍ବିଟ ଅନୁଯାୟୀ ଅକ୍ଟୋବର 28ରେ ପ୍ରତିଭାଙ୍କ ଚିକିତ୍ସା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.