ETV Bharat / bharat

ନୂତନ କୃଷି ଆଇନକୁ ନେଇ ବିରୋଧୀ ନେତାଙ୍କ ସହ ଆଲୋଚନା କରିବେ ସୋନିଆ

author img

By

Published : Jan 11, 2021, 6:14 PM IST

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନୂତନ କୃଷି ଆଇନକୁ ନେଇ ବିରୋଧୀ ନେତାଙ୍କ ସହ ଆଲୋଚନା କରିବେ । ସେମାନେ ଆଗାମୀ ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଏକ ମିଳିତ ରଣନୀତି ପ୍ରସ୍ତୁତ କରିବା ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

sonia on joint strategy on Farm Laws
ନୂତନ କୃଷି ଆଇନକୁ ନେଇ ବିରୋଧୀ ନେତାଙ୍କ ସହ ଆଲୋଚନା କରିବେ ସୋନିଆ

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ ବିରୋଧୀ ନେତାଙ୍କ ସହ ଆଲୋଚନା କରିବେ ସୋନିଆ ଗାନ୍ଧୀ । ସେମାନେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଏକ ମିଳିତ ଭାବରେ ରଣନୀତି ପ୍ରସ୍ତୁତ କରିବା ସମ୍ଭାବନା ରହିଥିବା ଜଣାପଡିଛି ।

ନୂତନ କୃଷି ଆଇନକୁ ନେଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିରୋଧୀ ଦଳ ନେତାଙ୍କ ସହ କଥାବାର୍ତ୍ତା କରିବେ । ସେମାନେ କେନ୍ଦ୍ର ସରକାର ନୂତନ ଭାବେ ଆଣିଥିବା କୃଷି ଆଇନକୁ ନେଇ ଏକ ମିଳିତ ଆଲୋଚନା କରିବେ । ସୂଚନା ଅନୁସାରେ ସଂସଦ ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ଏହି ବୈଠକ ଆୟୋଜନ କରାଯିବା ନେଇ ସମ୍ଭାବନା ରହିଛି ।

ଆଜି ନୂତନ କୃଷି ଆଇନକୁ ନେଇ ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଏସ ଏ ବୋବଡେ କେନ୍ଦ୍ର ସରକାରଙ୍କୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଦିଲ୍ଲୀର ବିଭିନ୍ନ ବୋର୍ଡର ଅଞ୍ଚଳରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ ଭତ୍ସନା କରିବା ସହ ଆଇନକୁ ସ୍ଥଗିତ ରଖିବାକୁ କହିଛନ୍ତି । ଯଦି ସରକାର ସ୍ଥଗିତ ନ ରଖନ୍ତି, ତେବେ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ । ସୂଚନାଯୋଗ୍ୟ, ଦିଲ୍ଲୀ ସୀମାରେ ତିନି କୃଷି ଆଇନକୁ ବିରୋଧ କରି 48 ଦିନ ଧରି ଚାଷୀ ଆନ୍ଦୋଳନରେ ବସିଛନ୍ତି । ଚାଷୀ ଆନ୍ଦୋଳନ ଏବଂ କୃଷି ଆଇନ ସହିତ ଜଡିତ ସମସ୍ତ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି ।

କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନୋଟି କୃଷି ବିଲ ଯଥା କୃଷକ ସଶକ୍ତିକରଣ ଏବଂ ସୁରକ୍ଷା ଚୁକ୍ତିନାମା, କୃଷି ସେବା ଆଇନ, 2020 । କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ ପଦୋନ୍ନତି ଏବଂ ସୁବିଧା ଅଧିନିୟମ, 2020 ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଅଧିନିୟମ, 2020 । ଏହି ଆଇନ ଗୁଡିକ ରଦ୍ଦ କରିବା ପାଇଁ କୃଷକମାନେ ଆନ୍ଦୋଳନ କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.