ETV Bharat / bharat

10-ଜନପଥରେ ରୁଦ୍ଧଦ୍ବାର ବୈଠକ, ସୋନିଆଙ୍କ ପାଖକୁ ଆସିଲା ଉଦ୍ଧବଙ୍କ ଫୋନ୍‌ - ସୋନିଆଙ୍କୁ ଫୋନ୍‌ କଲେ ଉଦ୍ଧବ ଠାକରେ

10-ଜନପଥରେ ହାଇକମାଣ୍ଡଙ୍କ ଘରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ସହ ବିଚାର ବିମର୍ଷ ଜାରି ରହିଛି। ଏଭଳି ସମୟରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ସୋନିଆ ଗାନ୍ଧୀଙ୍କୁ ଫୋନ କରିଥିବା ଖବର ମିଳିଛି। ଏଥିସହ ଦୁଇ ପ୍ରମୁଖ ନେତା 5ମିନିଟରୁ ଊର୍ଦ୍ଧ୍ବ ସମୟ ଧରି ବାର୍ତ୍ତାଳାପ କରିଥିବା ସୂଚନା ରହିଛି। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 11, 2019, 6:18 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ନୂତନ ସରକାର ଗଠନ ସମୀକରଣରେ କଂଗ୍ରେସର ହାତ ହିଁ ସମାଧାନର ସୂତ୍ର । କଂଗ୍ରେସ ଶିବସେନାକୁ ସହଯୋଗ ଓ ସମର୍ଥନ ଦେବା ନ ଦେବା ଉପରେ ସୋନିଆ ଗାନ୍ଧୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି । 10-ଜନପଥରେ ହାଇକମାଣ୍ଡଙ୍କ ଘରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କ ସହ ଏନେଇ ବିଚାର ବିମର୍ଷ ଜାରି ରହିଛି। ଏପରି ସମୟରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ସୋନିଆ ଗାନ୍ଧୀଙ୍କୁ ଫୋନ କରିଥିବା ଖବର ମିଳିଛି। ଏହା ସହ ଦୁଇ ପ୍ରମୁଖ ନେତା 5ମିନିଟରୁ ଊର୍ଦ୍ଧ୍ବ ସମୟ ଧରି ବାର୍ତ୍ତାଳାପ କରିଥିବା ସୂଚନା ରହିଛି।

କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ, ଏକେ ଆଣ୍ଟୋନି ଓ ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତି ଓ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ 10-ଜନପଥ ସ୍ଥିତ ବାସଭବନରେ ଚାଲିଛି ରୁଦ୍ଧଦ୍ବାର ବୈଠକ । ଏ ସମୟରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ, ସୋନିଆଙ୍କ ସହ ସିଧାସଳଖ ଫୋନରେ କଥା ହୋଇଛନ୍ତି । ସୋମବାର ଆୟୋଜିତ ଏହି ବୈଠକ ଶେଷ ହେବାପରେ କଂଗ୍ରେସ ମହାରା‌ଷ୍ଟ୍ରରେ ନୂତନ ସରକାର ଗଠନ ନେଇ ଦଳୀୟ ଆଭିମୁଖ୍ୟ କ’ଣ ରଖିବ ତାହା ସ୍ପଷ୍ଟ ହୋଇଯିବ।

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଶିବସେନାକୁ ବହୁମତ ସାବ୍ୟସ୍ତ କରିବା ପାଇଁ ସୋମବାର ସନ୍ଧ୍ୟା ସାଢେ 7ଟା ଯାଏଁ ସମୟ ଦେଇଛନ୍ତି।

Sonia Gandhi and Shiv Sena Chief Uddhav Thackeray
ଫଟୋ ସୌଜନ୍ୟ:ଏଏନଆଇ

ଏଠାରେ ସୂଚନା ଯୋଗ୍ୟ ଯେ, ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଛି । ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସକୁ 44 ଓ ତାର ସହଯୋଗୀ ଏନସିପିକୁ 54ଟି ଆସନ ମିଳିଛି। ସରକାର ଗଠନରୁ ଓହରିଛି ବିଜେପି। ଏପରିସ୍ଥଳେ ଶିବସେନା-ଏନସିପି-କଂଗ୍ରେସ ଏକାଠି ହୋଇ ରାଜ୍ୟରେ ସରକାର ଗଠନ କରିବାକୁ ନେଇ ସୋମବାର ସୋନିଆ ଗାନ୍ଧୀଙ୍କ ନିଷ୍ପତ୍ତି ପରେ ସବୁକିଛି ସ୍ପଷ୍ଟ ହୋଇଯିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.