ETV Bharat / bharat

ହିନ୍ଦୀ ଦିବସ: ଜାଣନ୍ତୁ ଏହାର ଇତିହାସ ଓ ମହତ୍ତ୍ବ - ସେପ୍ଟେମ୍ବର 14 ତାରିଖ

ବିଶ୍ବର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଭାଷା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ହିନ୍ଦୀ । ଏହା ଭାରତର କୋଟି କୋଟି ଲୋକଙ୍କର ମାତୃଭାଷା ଅଟେ । ହିନ୍ଦୀର ମହତ୍ତ୍ବ ବଜାୟ ରଖିବା ସହ ଏହାର ପ୍ରଚାର ପ୍ରସାର ପାଇଁ ପ୍ରତି ବର୍ଷ ସେପ୍ଟେମ୍ହର 14 ତାରିଖକୁ ହିନ୍ଦୀ ଦିବସ ରୂପେ ପାଳନ କରାଯାଏ । ତେବେ 1949 ମସିହାରେ ଦେଶର ରାଜଭାଷା ଭାବେ ମାନ୍ୟତା ପାଇଥିବା ‘ହିନ୍ଦୀ’ ଭାଷା ଉପରେ ଆସନ୍ତୁ ଜାଣିବା କିଛି ଅଜଣା କଥା ।

unknown facts, facts abouts Hindi diwas, unknown facts about hindi language, Hindi language, Hindi Diwas, ହିନ୍ଦୀ ଦିବସ, ହିନ୍ଦୀ ଦିବସର ଇତିହାସ ଓ ମହତ୍ତ୍ବ, ସେପ୍ଟେମ୍ବର 14 ତାରିଖ, ଅଜଣା କଥା
ହିନ୍ଦୀ ଦିବସ: ଜାଣନ୍ତୁ ଏହାର ଇତିହାସ ଓ ମହତ୍ତ୍ବ
author img

By

Published : Sep 14, 2020, 9:01 AM IST

Updated : Sep 14, 2020, 9:54 AM IST

ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର 14 ତାରିଖକୁ ଦିନ୍ଦୀ ଦିବସ ରୂପେ ପାଳନ କରାଯାଏ । ଏହି ଦିନ ହିଁ ଦେବନାଗରୀ ଲିପିରେ ହିନ୍ଦୀକୁ ଭାରତର ଅଧିକାରୀକ ଭାଷା ଭାବେ ମାନ୍ୟତା ପ୍ରାପ୍ତ ହୋଇଥିଲା । 1953 ମସିହାରେ ପ୍ରଥମ ଥର ହିନ୍ଦୀ ଦିବସର ଆୟୋଜନ କରାଯାଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ପାଳନ କରାଯାଉଛି । ଏହି ଦିବସକୁ ପାଳନ କରିବାର ଉଦ୍ଦେଶ୍ୟ ଥିଲା ହିନ୍ଦୀ ଭାଷାର ସ୍ଥିତି ଓ ବିକାଶକୁ ଧ୍ୟାନ ଦେବା । ଦେଶରେ ପ୍ରାୟ 77 ପ୍ରତିଶତ ଲୋକ ହିନ୍ଦୀ କୁହନ୍ତି ।

କେବେ ମିଳିଲା ହିନ୍ଦୀକୁ ପରିଚୟ

ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ 15 ଦିନ ପର୍ଯ୍ୟନ୍ତ ହିନ୍ଦୀ ପକ୍ଷ ପାଳନ କରାଯାଏ । 1949 ସେପ୍ଟେମ୍ବର 14 ତାରିଖରେ ସମ୍ବିଧାନ ସକ୍ଷା ପକ୍ଷରୁ ସ୍ବାଧୀନ ଭାରତର ମୁଖ୍ୟ ଭାଷା ଭାବେ ହିନ୍ଦୀକୁ ମାନ୍ୟତା ପ୍ରାପ୍ତ ହେଲା । ଏହାର ଉଲ୍ଲେଖ ସମ୍ବିଧାନର ଧାରା 343 (1) ଉଲ୍ଲେଖ ରହିଛି । ଏହା ଏନୁସାରେ ଭାରତର ରାଜଭାଷା ହିନ୍ଦୀ ଓ ଲିପି ଦେବନାଗରୀ ରହିବ ।

କାହିଁକି ପାଳନ କରାଯାଏ ହିନ୍ଦୀ ଦିବସ

ହିନ୍ଦୀ ଦିବସ ଅବସରରେ ସାରା ଦେଶର ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଅନେକ ପ୍ରକାରର ପ୍ରତିଯୋଗିତା ଗୁଡ଼ିକର ଆୟୋଜନ କରାଯାଏ । ସାରା ବିଶ୍ବରେ ସବୁଛାରୁ ଅଧିକ ବ୍ୟବହୃତ ହେଉଥିବା ଚତୁର୍ଥ ଭାଷା ହେଉଛି ହିନ୍ଦୀ । ସେପଟେ ଭାରତରେ ଆହୁରି ଅନେକ ଭାଷା ରହିଛି ଯାହା ବିଲୁପ୍ତ ହେବାକୁ ବସିଲାଣି । ଯାହା ଏକ ଚିନ୍ତାର କରାଣ ନିଶ୍ଚୟ । ଏମିତିରେ ହିନ୍ଦୀର ମହତ୍ତ୍ବ ବଜାୟ ରଖିବା ସହ ଏହାର ପ୍ରଚାର ପ୍ରସାର ପାଇଁ ହିନ୍ଦୀ ଦିବସ ପାଳନ କରାଯାଏ ।

ହିନ୍ଦୀ ଭାଷା ବିଷୟରେ କିଛି ଅଜଣା କଥା

  • ରାଷ୍ଟ୍ରଭାଷା ହିନ୍ଦୀ ଭାରତର ପ୍ରାୟ 18 କୋଟି ଲୋକଙ୍କର ମାତୃଭାଷା ଅଟେ । ପ୍ରାୟ 30 କୋଟି ଲୋକ ଏମିତି ଅଛନ୍ତି ଯେଉଁମାନେ ହିନ୍ଦୀକୁ ନିଜର ଦ୍ବିତୀୟ ଭାଷା ରୂପେ ଗ୍ରହଣ କରିଛନ୍ତି ।
  • ବିଶ୍ବରେ ପ୍ରାୟ 150ଟି ଦେଶରେ ହିନ୍ଦୀ ଭାଷାଭାଷୀ ଲୋକ ବାସ କରନ୍ତି ।
  • ଭାରତ ସମେତ ମରିଶସ, ଫିଜି, ସୁରୀନାମ, ତ୍ରିନିଦାଦ ଓ ଟୋବେଗୋରେ ମଧ୍ୟ ହିନ୍ଦୀ ଭାଷାର ପ୍ରଚଳନ ରହିଛି ।
  • ସଂସ୍କୃତ ଭାଷା ସହ ହିନ୍ଦୀର ମୂଳ ଯୋଡ଼ି ହୋଇ ରହିଛି ।
  • ହିନ୍ଦୀ ଫାର୍ସି ଭାଷାର ଶବ୍ଦ ଅଟେ । ହିନ୍ଦୀ ଶବ୍ଦର ଉତ୍ପତ୍ତି ‘ସିନ୍ଧୁ (ସିନ୍ଧ)’ ରୁ ହୋଇଛି । ଇରାନି ଭାଷାରେ ‘ସ’ କୁ ‘ହ’ କୁହାଯାଉଥିବାରୁ ଏହା ହିନ୍ଦୀ ଭାବରେ ପରିଚିତ ହେଲା । ହିନ୍ଦୀ ଶବ୍ଦ ସିନ୍ଧୁ ଶବ୍ଦର ପ୍ରତିରୂପ ଅଟେ ।
  • ଆଜି ଆମେ ଯେଉଁ ଭାଷାକୁ ହିନ୍ଦୀ ରୂପେ ଜାଣିଛୁ, ତାହା ଆଧୁନିକ ଆର୍ଯ୍ୟ ଭାଷା ମଧ୍ୟରୁ ଗୋଟିଏ ।
  • ହିନ୍ଦୀ ସବୁଠାରୁ ସହଜ ଭାଷା ମଧ୍ୟରୁ ଗୋଟିଏ । ଯାହାକୁ ଯେମିତି ଲେଖାଯାଏ ଠିକ୍‌ ସେମିତି ହିଁ ପଢ଼ାଯାଏ ।
  • ହିନ୍ଦୀ ବିଶ୍ବର ଶକ୍ତିଶାଳୀ ଭାଷା ମାନଙ୍କ ମଧ୍ୟରେ ସାମିଲ ହୋଇଛି । ୱାର୍ଲଡ ଇକୋନୋମିକ ଫୋରମ ଦ୍ବାରା ପ୍ରସ୍ତୁତ ପାୱାର ଲାଙ୍ଗୁଏଜ ଇଣ୍ଡେକ୍ସ ଅନୁସାରେ 2050 ମସିହା ପର୍ଯ୍ୟନ୍ତ ହିନ୍ଦୀ ବିଶ୍ବର ଶକ୍ତିଶାଳୀ ଭାଷା ମାନଙ୍କ ମଧ୍ୟରୁ ଗୋଟିଏ ହେବ ।
  • ୱେବ ଏଡ୍ରେସ ତିଆରି ପାଇଁ ବ୍ୟବହୃତ ହେଉଥିବା 7ଟି ଭାଷା ମଧ୍ୟରୁ ଗୋଟିଏ ହେଉଛି ହିନ୍ଦୀ ।
  • ପାଖାପାଖି 500 ମିଲିୟନ ଲୋକ ହିନ୍ଦୀ ଭାଷାର ବ୍ୟବହାର କରନ୍ତି ।
  • 1981 ମସିହାରେ ବିହାର ଉର୍ଦ୍ଦୁ ପରିବର୍ତ୍ତେ ହିନ୍ଦୀକି କାର୍ଯ୍ୟାଳୟ ଗୁଡ଼ିକରେ ସ୍ଥାନ ଦେଲା । ଏହାସହ ହିନ୍ଦୀକୁ ଆପଣେଇଥିବା ଦେଶର ପ୍ରଥମ ରାଜ୍ୟ ହେଲା ।
  • 1805ରେ ଛପା ଯାଇଥିବା ଲଲ୍ଲୁ ଲାଲଙ୍କ ବହି ‘ପ୍ରେମ ସାଗର’କୁ ହିନ୍ଦୀର ପ୍ରଥମ ବହି ଭାବେ ଗ୍ରହଣ କରାଯାଏ ।ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ଗୁଡ଼ିକର ବର୍ଣ୍ଣନା କରାଯାଇଛି ।
  • 1930 ମସିହାରେ ପ୍ରଥମ କରି ବଜାରକୁ ହିନ୍ଦୀ ଟାଇପରାଇଟର ଆସିଥିଲା ।

Last Updated : Sep 14, 2020, 9:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.