ETV Bharat / bharat

2020ର କିଛି ଦିବଂଗତ ବ୍ୟକ୍ତିତ୍ବ ଓ କିଛି ସଫଳତା...

author img

By

Published : Dec 28, 2020, 10:08 PM IST

ଅଭିଶପ୍ତ ବର୍ଷ 2020ରେ କେବଳ କୋରୋନା ମହାମାରୀ ହିଁ କନ୍ଦାଇ ନଥିଲା..ଏହି ବର୍ଷ ବହୁ ଜଣାଶୁଣା ବ୍ୟକ୍ତିତ୍ବ ଇହଧାମ ତ୍ୟାଗ କରିଛନ୍ତି । ଏହାସହ କଟକଣା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ବ୍ୟକ୍ତିତ୍ବମାନେ ସଫଳତା ମଧ୍ୟ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ...

Some late personalities and some successes of 2020
2020ର କିଛି ଦିବଙ୍ଗତ ବ୍ୟକ୍ତିତ୍ବ ଓ କିଛି ସଫଳତା, ନଜର ପକାନ୍ତୁ...

ନୂଆଦିଲ୍ଲୀ: କୋରୋନା ବର୍ଷ 2020ରେ ବହୁ ବ୍ୟକ୍ତି ବିଶେଷ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି । କୋଭିଡ କଟକଣା ମଧ୍ୟରେ ଆଇପିଏଲ ଭଳି ଟୁର୍ଣ୍ଣାମେଣ୍ଟ ସଫଳତାର ସହିତ ଶେଷ ହୋଇଛି । ସେପଟେ କ୍ରୀଡ଼ା ଓ ରାଜନୀତିରେ ସକ୍ରିୟ ଥିବା ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି ବର୍ଷ ଇହଧାମ ତ୍ୟାଗ କରିଛନ୍ତି । କ୍ରୀଡ଼ା, ସଫଳତା ପାଇଥିବା ଓ ନିରବି ଯାଇଥିବା ଦେଶର ସେହି ଜଣାଶୁଣା ବ୍ୟକ୍ତିଙ୍କ ବିଷୟରେ ଜାଣିବା।

2020ର କ୍ରୀଡ଼ା, ପୁରସ୍କାର ଓ ସଫଳତା

  • ସେପ୍ଟେମ୍ବର 19 ତାରିଖରେ ଦୁବାଇରେ ବିସିସିଆଇ ପକ୍ଷରୁ ଆପିଏଲର 13 ତମ ସଂସ୍କରଣ ଆରମ୍ଭ ହୋଇଥିଲା। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଥିଲା।
  • ଜାନୁଆରୀ 31 ତାରିଖରେ ଭାରତୀୟ ହକି ଦଳର ଅଧିନାୟକ ରାଣୀ ରାମପାଲଙ୍କୁ ବିଶ୍ବ ଖେଳ ଆଥଲେଟ ପୁରସ୍କାର ଦିଆଯାଇଥିଲା। ଜଣେ ହକି ଖେଳାଳୀଙ୍କୁ ପ୍ରଥମ ଥର ପାଇଁ ଏହି ପୁରସ୍କାର ଦିଆଯାଇଥିଲା।
  • ଜାନୁଆରୀ 20 ତାରିଖରେ ଦୀପିକା ପାଦୁକୋନଙ୍କୁ ୱାର୍ଲ୍ଡ ଇକୋନୋମିକ ଫୋରମ ପକ୍ଷରୁ 2020 କ୍ରୀଷ୍ଟାଲ ଆୱର୍ଡରେ ସମ୍ମାନୀତ କରାଯାଇଥିଲା।
  • ଜାନୁଆରୀ 27 ତାରିଖରେ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନାୟ ଅବଦାନ ଯୋଗୁଁ ପବନ ସୁଖଦେବଙ୍କୁ 2020 ଟାଇଲର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।
  • ଜାନୁଆରୀ 29 ତାରିଖରେ ଜାତିସଂଘ ପକ୍ଷରୁ ଗୀତା ସଭ୍ରୱାଲଙ୍କୁ ଥାଇଲଣ୍ଡର ସ୍ଥାନୀୟ ବାସିନ୍ଦା ସଂଯୋଯକ ଭାବେ ନିଯୁ୍କ୍ତ କରାଯାଇଥିଲା।
  • ଫେବ୍ରୁଆରୀ 9 ତାରିଖରେ ଜାତୀୟ ବ୍ୟାଡମିଣ୍ଟନ କୋଚ ପୁଲେଲା ଗୋପିଚାନ୍ଦଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।
  • ଜୁନ 4 ତାରିଖରେ କିରଣ ମଜୁମଦାର ସ'ଙ୍କୁ ବିଶ୍ବ ବ୍ୟବସାୟୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।
  • ଜୁନ 29 ତାରିଖରେ ସଚିନ ଅବସ୍ଥିଙ୍କୁ ବିଶ୍ବ ମାନବିକତା ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।
  • ସେପ୍ଟେମ୍ବର 17 ତାରିଖରେ ସେଫ ବିକାଶ ଖନ୍ନାଙ୍କୁ ଏସିଆ ଗେମ ଚେଞ୍ଜର ପୁରସ୍କାର ଦିଆଯାଇଥିଲା। କୋଭିଡ ସଂକ୍ରମଣ ସମୟରେ ଲକ୍ଷାଧିକ ଲୋକଙ୍କୁ ଖାଦ୍ୟ ଦେଇଥିବାରୁ ତାଙ୍କୁ ଏହି ଆୱାର୍ଡ ଦିଆଯାଇଥିଲା।
  • ଡିସେମ୍ବର 4 ତାରିଖରେ ଗିତାଞ୍ଜଳୀ ରାଓଙ୍କୁ ଟାଇମ ମାଗାଜିନ ପକ୍ଷରୁ ସମ୍ମାନୀତ କରାଯାଇଥିଲା।
  • ଡିସେମ୍ବର 9 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇମ୍ପ୍ରୋବେଲ ମାଗାଜିନ ପକ୍ଷରୁ ମେଡିକାଲ ଶିକ୍ଷା ପାଇଁ ନୋବେଲ ପୁରସ୍କାର 2020ରେ ସମ୍ମାନୀତ କରାଯାଇଛି।

ନିରବି ଗଲେ ଦେଶର କୋହିନୂର

  • ଜାନୁଆରୀ 2 ତାରିଖରେ କ୍ୟାନ୍ସରରେ ପିଡ଼ିତ ହେବାପରେ ବରିଷ୍ଠ ଏନସିପି ନେତା ଦେବୀ ପ୍ରସାଦ ତ୍ରିପାଠୀଙ୍କ ମୃତ୍ୟୁ ହୋଇଛି।
  • ଜାନୁଆରୀ 19 ତାରିଖରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗିତ ଗାୟିକା ସୁନନ୍ଦା ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା।
  • ଜାନୁଆରୀ 29 ତାରିଖରେ ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିସଙ୍କ ପରଲୋକ ହୋଇଥିଲା। ତାଙ୍କ ନେତୃତ୍ବରେ ଭାରତ ନ୍ୟୁକ୍ଲିୟର ପରୀକ୍ଷା କରିଥିଲା।
  • ଫେବ୍ରୁଆରୀ 18 ତାରିଖରେ ଅଭିନେତା ଓ ରାଜନେତା ତାପସ ପାଲଙ୍କଙ୍କ ମୃତ୍ୟୁ ହୋଇଥିଲା। ସେ ପଶ୍ଚିମବଙ୍ଗ ଅଲିପୁର ବିଧାନସଭାରୁ ବିଧାୟକ ଥିଲେ।
  • ମାର୍ଚ୍ଚ 8 ତାରିଖରେ କର୍ଣ୍ଣାଟକର ଗଭର୍ଣ୍ଣର ହଂସରାଜ ଭରଦ୍ବାଜଙ୍କ ଅକାଳ ମୃତ୍ୟୁ ହୋଇଥିଲା। ସେ କଂଗ୍ରେସ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଭୁମିକା ବହନ କରିଥିଲେ।
  • ମାର୍ଚ୍ଚ 25 ତାରିଖରେ ସେଲିବ୍ରିଟି ସେଫ ଫ୍ଲୋଏଡ କାରଡୋଜଙ୍କ ମୃତ୍ୟୁ ହୋଇଥିଲା।
  • ମାର୍ଚ୍ଚ 18 ତାରିଖରେ ଜଣାଶୁଣା ସାମ୍ବଦିକ ଗୁଲଶନ ଏୱିଙ୍ଗ ଇହଧାମ ତ୍ୟାଗ କରିଥିଲେ। ଲଣ୍ଡନରେ କୋରୋନା ସଂକ୍ରମିତ ହେବାପରେ ତାଙ୍କର ମୃତ୍ୟୁ ହୋଇଛି।
  • ଏପ୍ରିଲ 29 ତାରିଖରେ ବଲିଉଡ ଅଭିନେତା ତଥା ପଦ୍ମଶ୍ରୀ ଇରଫାନ ଖାନଙ୍କ ପରଲୋକ ହୋଇଥିଲା। ସେ ବହୁ ଦିନ ଧରି କ୍ୟାନସରେ ପିଡ଼ିତ ଥିଲେ। ସେ ବହୁ ହଲିଉଡ ଚଳଚିତ୍ରରେ ମଧ୍ୟ କାମ କରିଥିଲେ।
  • ଏପ୍ରିଲ 30 ତାରିଖରେ କିମ୍ବଦନ୍ତୀ ବଲିଉଡ ଅଭିନେତା ରିଷି କପୁରଙ୍କ ମୃତ୍ୟୁ ହୋଇଥିଲା। ସେ ମଧ୍ୟ ବହୁ ଦିନ ଧରି ଶଯ୍ୟାସାୟୀ ହୋଇ ରହିଥିଲେ।
  • ମେ' 25 ତାରିଖରେ ପୂର୍ବତନ ହକି ଖେଳାଳି ବଲିବିର ସିଂହଙ୍କ ମୃତ୍ୟୁ ହୋଇଥିଲା। ସେ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ।
  • ଜୁନ 1 ତାରିଖରେ ଜଣାଶୁଣା ବଲିଉଡ ଗାୟକ ୱାଜିଦ ଖାନଙ୍କ ମୃତ୍ୟୁ ହୋଇଥିଲା। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।
  • ଜୁନ 4 ତାରିଖରେ ଫିଲ୍ମ ନିର୍ଦ୍ଦେଶକ ବାସୁ ଚାଟାର୍ଜୀଙ୍କ ମୃତ୍ୟୁ ହୋଇଥିଲା। କୋରୋନାରେ ପିଡ଼ିତ ହେବାପରେ ତାଙ୍କର ମୃତ୍ୟୁ ହୋଇଥିଲା।
  • ଜୁନ 14 ତାରିଖରେ ବଲିଉଡ ଅଭନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ତାଙ୍କ ବାସଭବନରୁ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା ନେଇ ଆଲୋଚନା ହୋଇଥିଲା।
  • ଜୁଲାଇ 3 ତାରିଖରେ ପ୍ରସିଦ୍ଧ କୋରିଗ୍ରାଫର ତଥା ଜାତୀୟ ପୁରସ୍କାର ବିଜେତା ସରୋଜ ଖାନଙ୍କ ପରଲୋକ ହୋଇଥିଲା।
  • ଜୁଲାଇ 9 ତାରିଖରେ ପ୍ରସିଦ୍ଧ ହାସ୍ୟ କଳାକାର ଜଗଦୀପଙ୍କ ମୃତ୍ୟୁ ହୋଇଥିଲା। ସେ 4ଶହରୁ ଅଧିକ ବଲିଉଡ ଚଳଚିତ୍ରରେ କାମ କରିଥିଲେ।
  • ଜୁଲାଇ 21 ତାରିଖରେ ମଧ୍ୟ ପ୍ରଦେଶର ପୂର୍ବତନ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ମୃତ୍ୟୁ ହୋଇଥିଲା।
  • ଅଗଷ୍ଟ 1 ତାରିଖରେ ପ୍ରସିଦ୍ଧ ରାଜନେତା ଅମର ସିଂହଙ୍କ ପରଲୋକ ହୋଇଥିଲା। ସେ ସମାଜବାଦୀ ପାର୍ଟି ପାଇଁ ବହୁ କାମ କରିଛନ୍ତି।
  • ଅଗଷ୍ଟ 11 ତାରିଖରେ ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରୀଙ୍କ ହୃଦଘାତରେ ପରଲୋକ ହୋଇଥିଲା। ଉର୍ଦ୍ଦୁର ପ୍ରଚାରପ୍ରସାର ସହ ସେ ବହୁ ବଲିଉଡ ଗୀତ ରଚନା କରିଥିଲେ।
  • ଅଗଷ୍ଟ 17 ତାରିଖରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଉତ୍ତର ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନଙ୍କ ମୃତ୍ୟୁ ହୋଇଥିଲା। ସେହିଦିନ ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ମଧ୍ୟ ଇହଧାମ ତ୍ୟାଗ
  • କରିଥିଲେ। ସେ ଦୃଶ୍ୟମ ଭଳି ଚଳଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।
  • ଅଗଷ୍ଟ 31 ତାରିଖରେ ପୂର୍ବତନ ରାଷ୍ଟ୍ରପିତ ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଥିଲା। ସେ ଜଣେ ସଫଳ ରାଜନୀତିଜ୍ଞ ରହିଥିଲେ।
  • ସେପ୍ଟେମ୍ବର 25 ତାରିଖରେ ସଙ୍ଗୀତ ଦୁନିଆର ଅନ୍ୟତମ ବାଦଶାହ ଏସପି ବାଲାସୁବ୍ରମଣ୍ୟମଙ୍କ ପରଲୋକ ହୋଇଥିଲା। ସେ 6ଥର ଜାତୀୟ ସଙ୍ଗୀତ ପୁରସ୍କାର ସମ୍ମାନୀତ ହୋଇଥିଲେ। କୋରୋନା ଆକ୍ରାନ୍ତ ହେବାପରେ ତାଙ୍କର ମୃତ୍ୟୁ ହୋଇଥିଲା।
  • ଅକ୍ଟୋବର 8 ତାରିଖରେ ଲକ ଜନଶକ୍ତି ଦଳର ସଭାପତି ତଥା କେନ୍ଦ୍ରମନ୍ତ୍ରୀ ରମବିଳାସ ପାଶୱାନଙ୍କ ପରଲୋକ ହୋଇଥିଲା।
  • ନଭେମ୍ବର 12 ତାରିଖରେ ଥିଏଟର ଅଭିନେତା ଆସିଫ ବସ୍ରାଙ୍କ ମୃତ୍ୟୁ ହୋଇଥିଲା। ସେ କେତେକ ହଲିଉଡ ସିନେମାରେ ମଧ୍ୟ ନିଜର ଅଭିନୟର ଦମ ଦେଖାଇଥିଲେ।
  • ନଭେମ୍ବର 23 ତାରିଖରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ।
  • ନଭେମ୍ବର 25 ତାରିଖରେ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ମୃତ୍ୟୁ ହୋଇଥିଲା। ସେ ସୋନିଆ ଗାନ୍ଧୀଙ୍କ ଅତି ନିକଟତର ଉପାଦେଷ୍ଟା ଥିଲେ।
  • ଡିସେମ୍ବର 21 ତାରିଖରେ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ବୋରାଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା।

    ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.