ETV Bharat / bharat

‘ଆପୋଷ ବୁଝାମଣା ଦ୍ବାରା ସମାଧାନ ହେବ ଭାରତ-ଚୀନ ସୀମା ବିବାଦ’

ଭାରତ-ଚୀନ ପ୍ରତିନିଧି ସ୍ତରୀୟ ବୈଠକର ପରିସମାପ୍ତ ଘଟିଛି । ଶନିବାର ନୂଆଦିଲ୍ଲୀରେ ବସିଥିଲା ଦୁଇ ଦେଶର ଏହି ଉଚ୍ଚସ୍ତରୀୟ ବୈଠକ । ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ସକାରାତ୍ମକ ହୋଇଥିବା ବେଳେ ଉଭୟ ଦେଶର ପାରସ୍ପରିକ ସହଯୋଗରେ ସୀମା ବିବାଦର ସମାଧାନ ହୋଇପାରିବ ବୋଲି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡ଼ୋଭାଲ ।

india-china
india-china
author img

By

Published : Dec 22, 2019, 12:34 PM IST

ନୂଆଦିଲ୍ଲୀ: ରାଜଧାନୀରେ ଆରମ୍ଭ ହୋଇଯାଇଛି ଭାରତ-ଚୀନ ପ୍ରତିନିଧି ସ୍ତରୀୟ ବୈଠକ । ଶନିବାର ଦୁଇ ଦେଶର ଏହି ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହେଇଛି । ଉଭୟ ଦେଶର ସେନା ଓ ସୀମା ସହ ଜଡ଼ିତ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହିତ ଏହି ସବୁ ବିବାଦର ସମାଧାନ ପାଇଁ ପରସ୍ପର ପ୍ରୟାସ ନେବାକୁ ସଙ୍କଳ୍ପ ନେଇଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡ଼ୋଭାଲ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୟ ନେଉଥିବାବେଳେ ଚୀନ ଦଳର ନେତୃତ୍ୟ ନେଇଛନ୍ତି ବୈଦେଶିକ ମନ୍ତ୍ରୀ ବାଙ୍ଗ ୟୀ ନେ ।

india-china
ଚୀନ ବୈଦେଶିକ ବିଭାଗର ଅଭିବ୍ୟକ୍ତି

ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଜିତ ଡୋଭାଲ କହିଛନ୍ତି, ଦୁଇ ଦେଶର ଆପୋଷ ବୁଝାମଣା ଦ୍ବାରା ସୀମା ସହ ଜଡିତ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବାକୁ ପ୍ରୟାସ କରାଯାଇଛି । ଉଭୟ ଚୀନ ଓ ଭାରତର ସମସ୍ତ ପ୍ରତିନିଧି ଏସବୁର ସମାଧାନ ପାଇଁ ଆନ୍ତରିକତା ଥିବା ପରିଲକ୍ଷିତ ହୋଇଥିବା ଡୋଭାଲ କହିଛନ୍ତି ।

ସହମତି ଓ ବୁଝାମଣା ଦୁଇ ଦେଶର ରହିଛି । ସମସ୍ତ ବିବାଦକୁ ସମାଧାନ କରିବା ପାଇଁ ପ୍ରତିନିଧି ମଣ୍ଡଳର ତତ୍ପରତା ମଧ୍ୟ ଦେଖିବାକୁ ମିଳିଥିବା କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା । ଏହାପରେ ବିଦେଶ ମନ୍ତ୍ରାଳୟ କହିଛି, ଭାରତ-ଚୀନ ବୈଠକ ସକରାତ୍ମକ ରହିଛି । ସୀମା ସମସ୍ୟା ଓ ଦୁଇଦେଶର ବିକାଶ ପାଇଁ ଦ୍ବିପାକ୍ଷିକ ବୈଠକରେ ଏହାକୁ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରାଳୟ ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.