ETV Bharat / bharat

ଲାଭଜନକ କୃଷି ପାଇଁ ସୋଲାର ସେୟାରିଂ - ସୋଲାର ସେୟାରିଂ

ରାଜ୍ୟ ସରକାରମାନେ କୃଷକଙ୍କୁ ଏହି ଅଦ୍ବିତୀୟ ପନ୍ଥା ଆପଣାଇବା ପାଇଁ ଉତ୍ସାହିତ କରିବା ଜରୁରୀ । ଆଗ୍ରିଭୋଲଟାଇସ୍ ଫସଲ ସୋଲାର ପ୍ୟାନେଲ ଅନ୍ତର୍ଗତ ଏଲୋଭେରା, ଲେମନଗ୍ରାସ, ଏରୋମାଟିକ ପ୍ଲାଣ୍ଟ‌, ଔଷଧୀୟ ଚେରମୂଳି, ଶାଗ ଓ ଫଳ ଚାଷ କରାଯାଇପାରିବ ।

profitable farming
ଲାଭଜନକ କୃଷି ପାଇଁ ସୋଲାର ସେୟାରିଂ
author img

By

Published : Oct 12, 2020, 11:05 PM IST

ଚାଷଜମିରେ ସୌରଶକ୍ତି ପ୍ଲାଣ୍ଟ କମ ବିଦ୍ୟୁତ ଖର୍ଚ୍ଚରେ ଅଧିକ ଫସଲ ଅମଳ ଇନାଡୁ ସହ ଏକ ସାକ୍ଷାତକାରରେ ସୌର ଶକ୍ତି ସଂପର୍କରେ ଆଲୋକପାତ କରିଛନ୍ତି ନ୍ୟାସନାଲ ସୋଲାର ଏନର୍ଜି ଫେଡେରସନ ଅଫ ଇଣ୍ଡିଆ-ଏନଏସଇଏଫଆଇର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରମଣ୍ୟମ ପୁଲିପକା । ସେ କହିଛନ୍ତି ଯେ, ଚାଷଜମିକୁ କୃଷି ସହ ସୌର ଶକ୍ତି ପାଇଁ ବି ବ୍ୟବହାର କରି କୃଷକମାନେ ଲାଭବାନ ହୋଇପାରିବେ । ବିଭିନ୍ନ ଦେଶରେ ଏହି ପଦ୍ଧତି ସଫଳ ହୋଇଛି । ଏହି ପ୍ରକ୍ରିୟାକୁ ଆଗ୍ରିଭୋଲ୍ଟାଇକ୍ସ ବା ଆଗ୍ରୋଫୋଟୋଭୋଲ୍ଟାଇକସ୍ ବା ସୋଲାରେ ସେୟାରିଂ କୁହାଯାଏ । ଭାରତରେ ଏହି ପ୍ରକ୍ରିୟାକୁ ବିକଶିତ କରୁଛି ଏନଏସଇଏଫଆଇ । ଏ ବାବଦରେ ଚୂଡାନ୍ତ ପ୍ରକଳ୍ପ ପ୍ରସ୍ତାବ ଦୁଇ ମାସ ମଧ୍ୟରେ କେନ୍ଦ୍ରକୁ ପ୍ରଦାନ କରାଯିବ ।

ପ୍ରମୁଖ ବୈଶିଷ୍ଟ୍ୟ

ଦେଶରେ ଉତ୍ପାଦିତ ହେଉଥିବା ମୋଟ ସୌର ଶକ୍ତିର ୧୫ ପ୍ରତିଶତ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା କରିଥାନ୍ତି । କୃଷକମାନେ ସେମାନଙ୍କ ଜମିକୁ ଉଭୟ କୃଷିକାର୍ଯ୍ୟ ଓ ସୌର ଶକ୍ତି ପାଇଁ ବ୍ୟବହାର କରିପାରିବେ । ରାଜ୍ୟ ସରକାରମାନେ କୃଷକଙ୍କୁ ଏହି ଅଦ୍ବିତୀୟ ପନ୍ଥା ଆପଣାଇବା ପାଇଁ ଉତ୍ସାହିତ କରିବା ଜରୁରୀ । ଆଗ୍ରିଭୋଲଟାଇସ୍ ଫସଲ ସୋଲାର ପ୍ୟାନେଲ ଅନ୍ତର୍ଗତ ଏଲୋଭେରା, ଲେମନଗ୍ରାସ, ଏରୋମାଟିକ ପ୍ଲାଣ୍ଟ‌, ଔଷଧୀୟ ଚେରମୂଳି, ଶାଗ ଓ ଫଳ ଚାଷ କରାଯାଇପାରିବ ।

କିଛି ଉଚ୍ଚତାରେ ସୌର ପ୍ୟାନେଲ ନିର୍ମାଣ କରି ସୋରିଷ ଭଳି ଚାଷ କରାଯାଇପାରିବ । ଚୀନ,ଜର୍ମାନୀ, ଫ୍ରାନ୍ସ ଓ ଇଟାଲୀରେ ତ ସୌର ପ୍ୟାନେଲ ସହାୟତାରେ ଫୁଲକୋବି, ବନ୍ଧାକୋବି ଓ ଅଙ୍ଗୁର ଚାଷ କରାଯାଇପାରୁଛି । ସୌର ପ୍ୟାନେଲ ଅଧିନରେ ଥିବା ଚାଷଜମି ଭଡା ବା ଲିଜ୍ ଦିଆଯାଇପାରିବ ।

ସୋଲାର ସେୟାରିଂ କ’ଣ ?

ଏ ପର୍ଯ୍ୟନ୍ତ ସୌର ଶକ୍ତି ପ୍ଲାଣ୍ଟ କେବଳ ଅଣକୃଷି ଜମିରେ ହିଁ ସ୍ଥାପନ କରାଯାଉଛି । ସୋଲାର ପ୍ୟାନେଲଗୁଡିକ ସାଧାରଣତଃ ୧ରୁ ୧ ଦଶମିକ ୫ ଇଂଚ ଉଚ୍ଚ ହୋଇଥାଏ । ଆଗ୍ରୋଫୋଟୋଭୋଲଟାଇକସ୍‌ରେ ଶକ୍ତି ଉତ୍ପାଦନ ପାଇଁ ସୌର ପ୍ୟାନେଲଗୁଡିକ ୩ ରୁ ୪ ଫୁଟ ଉଚ୍ଚତାରେ ରଖାଯାଇଥାଏ । ଜମିରେ ସ୍ବଭାବିକ ଭାବେ ଚାଷ କରାଯାଇପାରିବ ।

ଏଭଳି ଢାଞ୍ଚା ଚାଷୀମାନଙ୍କ ପାଇଁ ବେଶ ଲାଭଜନକ ହୋଇପାରିବ । ବଳକା ବିଦ୍ୟୁତ ଶକ୍ତିକୁ ସେମାନେ ପାୱାର ଗ୍ରୀଡ୍‌କୁ ଯୋଗାଇ ଆଉ କିଛି ଆୟ ବି କରିପାରିବେ । ଏହାଛଡା ସୌର ଶକ୍ତି ପରିବେଶ ଦୃଷ୍ଟିରୁ ମଧ୍ୟ ବେଶ ଅନୁକୂଳ । ସବୁଠାରୁ ବଡ କଥା ହେଲା, ସୌର ଶକ୍ତି ଉତ୍ପାଦନ, ପାରମ୍ପରିକ ପଦ୍ଧତିଠାରୁ ଶସ୍ତା । ସୌର ପ୍ୟାନେଲ ସଫା କରିବା ପାଇଁ ବ୍ୟବହୃତ ଜଳ କିଛି ତଳିଆ ଫସଲ ପାଇଁ ବି ବ୍ୟବହାର କରାଯାଇ ପାରିବ ।

୨୦୨୨ ମସିହା ସୁଦ୍ଧା ସୌର ଓ ଅନ୍ୟ ଅକ୍ଷୟ ଶକ୍ତି କ୍ଷମତା ୨୫ ହଜାର ୭୫୦ ମେଗାୱାଟ ଯାଏଁ ବୃଦ୍ଧି କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର କିଷାନ ଉର୍ଜା ସୁରକ୍ଷା ଏବମ୍ ଉତଥାନ୍ ମହାଭିଯାନ (ପିଏମକୁସୁମ ) ଶୁଭାରମ୍ଭ କରିଛନ୍ତି । ୨୦ ଲକ୍ଷ ଅଫ୍ ଗ୍ରୀଡ୍ ଓ ୧୫ ଲକ୍ଷ ଅନ ଗ୍ରୀଡ୍ ପମ୍ପ ଏହି ଯୋଜନା ଅଧୀନରେ ସ୍ଥାପନ କରାଯିବ । ସୌର ଶକ୍ତି ମାଧ୍ୟମରେ ସରକାର ୨୦୨୨ ସୁଦ୍ଧା ୧୦୦ ମେଗାୱାଟ ଓ ୨୦୩୦ ସୁଦ୍ଧା ୩୫୦ ମେଗାୱାଟ୍ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖିଛନ୍ତି । ତେବେ, କୃଷିଜମିର ବ୍ୟବହାର ଦ୍ବାରା ଏହି ଲକ୍ଷ୍ୟ ହାସଲ ହୋଇପାରିବ । ୪ ଏକରର ଜମି ୧ ମେଗାୱାଟ୍ ସୌର ଶକ୍ତି ଉତ୍ପାଦନ କରିପାରିବ । ଆଉ ୧ ଗିଗାୱାଟ୍ ପାଇଁ ୪ ହଜାର ଏକର ଜମି ଦରକାର ପଡିବ ।

ଗବେଷଣା ଓ କାର୍ଯ୍ୟକାରିତା

ଏନଏସଇଏଫଆଇ ,ଜର୍ମାନୀ ସହ ମିଶି ଆଗ୍ରିଭୋଲଟାଇକସ୍ ସଂପର୍କରେ ଗବେଷଣା କରିଛି । ଏନଏସଇଏଫଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରମଣ୍ୟମ ପୁଲିପକା କହିଛନ୍ତି ଯେ, ଚାଷଜମିର ୧ ପ୍ରତିଶତ ଭାଗ ବ୍ୟବହାର କରି ଆମେ ୩୫୦ ଗିଗାୱାଟ୍ ସୋଲାର ଏନର୍ଜି ସୃଷ୍ଟି କରିପାରିବା । ଏହି ପ୍ରକ୍ରିୟା କାର୍ଯ୍ୟକାରୀ ପାଇଁ ପ୍ରଭାବଶାଳୀ ଗାଇଡଲାଇନ୍ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି ।

ଦୁଇଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇଥିବା ସେ କହିଛନ୍ତି । ଆଗ୍ରିଭୋଲଟାଇକସ ପଦ୍ଧତି ଦ୍ବାରା ଯୋଧପୁର ସ୍ଥିତ ସେଣ୍ଟ୍ରାଲ ଏରିଡ ଜୋନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବାଇଗଣ, ଛଚିନ୍ଦ୍ରା, ଭେଣ୍ଡି ଓ ଏଲୋଭେରା ଚାଷ କରୁଛି । କିଛି ଘରୋଇ କମ୍ପାନୀ ମଧ୍ୟ ଏଦିଗରେ ଅଗ୍ରସର ହେଉଛନ୍ତି । ତେଲେଙ୍ଗାନାର ତାନ୍ଦୁରରେ ମହିନ୍ଦ୍ରା ଗ୍ରୁପ୍ଆ ଗ୍ରିଭୋଲଟାଇକସ୍ ପ୍ଲାଣ୍ଟ କାର୍ଯ୍ୟକାରୀ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.