ETV Bharat / bharat

ଗୁଜୁରାଟରୁ 14 ବାଂଲାଦେଶୀଙ୍କୁ ଗିରଫ କଲା ଏସଓଜି

ଗୁଜୁରାଟରୁ 14 ଜଣ ବାଂଲାଦେଶୀ ପ୍ରବାସୀଙ୍କୁ ଗିରଫ କରିଛି ଏସଓଜି । ଗୁଜୁରାଟର ଆନନ୍ଦ ଜିଲ୍ଲାରେ ଚଢାଉ ପରେ ହାଡଗୁଡ ଏବଂ ମୋଗ୍ରିରେ ଜଣେ ନାବାଳିକଙ୍କ ସମେତ ମୋଟ 14 ବାଂଲାଦେଶୀ ପ୍ରବାସୀଙ୍କୁ ଗିରଫ କରାଯାଇଥିବା ଗୁଜୁରାଟ ପୋଲିସର ଉପ ପୋଲିସ ଅଧକ୍ଷକ (ଡିଏସପି) ଆନନ୍ଦ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଗୁଜୁରାଟରୁ 14 ବାଂଲାଦେଶୀଙ୍କୁ ଗିରଫ କଲା ଏସଓଜି
ଗୁଜୁରାଟରୁ 14 ବାଂଲାଦେଶୀଙ୍କୁ ଗିରଫ କଲା ଏସଓଜି
author img

By

Published : Aug 6, 2020, 4:31 PM IST

ଗାନ୍ଧିନଗର: ଗୁଜୁରାଟରୁ 14 ଜଣ ବାଂଲାଦେଶୀ ପ୍ରବାସୀଙ୍କୁ ଗିରଫ କରିଛି ଏସଓଜି । ଗୁଜୁରାଟର ଆନନ୍ଦ ଜିଲ୍ଲାରେ ଚଢାଉ ପରେ ହାଡଗୁଡ ଏବଂ ମୋଗ୍ରିରେ ଜଣେ ନାବାଳିକଙ୍କ ସମେତ ମୋଟ 14 ବାଂଲାଦେଶୀ ପ୍ରବାସୀଙ୍କୁ ଗିରଫ କରାଯାଇଛି । ଏନେଇ ଗୁଜୁରାଟ ପୋଲିସର ଉପ ପୋଲିସ ଅଧକ୍ଷକ (ଡିଏସପି) ଆନନ୍ଦ ସୂଚନା ଦେଇଛନ୍ତି ।

ଗତ ସାତ ମାସ ଧରି ଆନନ୍ଦ ଜିଲ୍ଲାର ହାଡଗୁଡ ଗ୍ରାମରେ ରହୁଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ପାଇବା ପରେ ଏସଓଜି ସ୍କ୍ବାର୍ଡ ଉକ୍ତ ଅଞ୍ଚଳରେ ଚଢାଉ କରି 14 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ପାସପୋର୍ଟ ଏବଂ ଭିସା ଦଲିଲ ଦେଖିବା ପାଇଁ ପୋଲିସ ଦାବି କରିବା ପରେ ସେମାନେ ଧରା ପଡିଥିଲେ । ବାଂଲାଦେଶର ବାହାର ଅଞ୍ଚଳରୁ ବେଆଇନ ଭାବେ ଦେଶରେ ପ୍ରବେଶ କରିଛି ବୋଲି ଡିସିପି ଜାଡେଜା କହିଛନ୍ତି।

ଏହି ଅପରାଧିମାନଙ୍କ ମଧ୍ୟରେ ଜଣେ 7 ବର୍ଷର ଜଣେ ଶିଶୁ ଅଛି । ତେବେ ସୀମା ପାର ହୋଇ ଆସିବାରେ ସେମାନଙ୍କୁ କିଏ ସାହାଯ୍ୟ କରିଛି ତାହା ଜାଣିବା ପାଇଁ ପୋଲିସ ସେମାନଙ୍କୁ ପଚରାଉଚରା କରୁଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.